ଇଡି ଅଫିସ୍‌ରେ ଅନିଲ ଅମ୍ବାନୀ: ୧୭୦୦୦ କୋଟି ଟଙ୍କାର ଋଣ ଠକେଇର ଦେବେ ଜବାବ

ନୂଆଦିଲ୍ଲୀ,୫।୭: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ୧୭୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ ସମ୍ପର୍କରେ ପଚରାଉଚରା କରାଯିବ। ଇଡିର କଥିତ ମନି ଲଣ୍ଡରିଂ ତଦନ୍ତ ଅଧୀନରେ ଅନିଲଙ୍କୁ ଗତ ସପ୍ତାହରେ ସମନ କରାଯାଇଥିଲା। ପଚରାଉଚରା କରାଯାଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ (RHFL), ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ (RCFL) ଏବଂ ରିଲାଏନ୍ସ କମ୍ୟୁନିକେସନ୍ସ (RCom) ଅନ୍ତର୍ଭୁକ୍ତ।

ଅଭିଯୋଗ ହେଉଛି, ଅନିଲଙ୍କ ରିଲାଏନ୍ସ ଗ୍ରୁପର ଏହି କମ୍ପାନୀଗୁଡ଼ିକ ବ୍ୟାଙ୍କଗୁଡ଼ିକରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇଛନ୍ତି ଏବଂ ସେହି ଟଙ୍କାକୁ ସଠିକ ଭାବରେ ବ୍ୟବହାର କରିନାହାଁନ୍ତି। ଅର୍ଥାତ୍‌ ଯେଉଁ ଉଦ୍ଦେଶ୍ୟ ପାଇଁ ଋଣ ନିଆଯାଇଥିଲା ତାହା ପୂରଣ ହୋଇ ନ ଥିଲା, ବରଂ ସେହି ଟଙ୍କାକୁ ସେଲ କମ୍ପାନୀଗୁଡ଼ିକ ମାଧ୍ୟମରେ ବ୍ୟବହାର କରାଯାଇଥିଲା। ଏହା ବ୍ୟତୀତ, ଇଡି ତଦନ୍ତରେ ଅନେକ ନକଲି ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବହାର ହୋଇଥିବା ମଧ୍ୟ ପ୍ରକାଶ ପାଇଛି।

ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଆରମ୍ଭ ହୋଇଥିବା ଏହି ଇଡି ତଦନ୍ତ ପ୍ରାୟ ୨୦ଟି ଘରୋଇ ଏବଂ ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ଋଣ ସହିତ ଜଡିତ, ଯାହା ବର୍ତ୍ତମାନ ନନ-ପର୍ଫର୍ମିଂ ଆସେଟ (NPA)ରେ ପରିଣତ ହୋଇଛି। ଇଡି ତଦନ୍ତ ଅନୁଯାୟୀ, RHFLର ୫,୯୦୧ କୋଟି ଟଙ୍କା, RCFL ର ୮,୨୨୬ କୋଟି ଟଙ୍କାରୁ ଅଧିକ ଏବଂ RCom ର ପ୍ରାୟ ୪,୧୦୫ କୋଟି ଟଙ୍କା ବକେୟା ଅଛି।

ଇଡି ବ୍ୟାଙ୍କଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ଡକାଇ ଋଣ ପ୍ରଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା, ଋଣ ଖିଲାପର ସମୟସୀମା ଏବଂ ତା’ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ପଚରାଉଚରା କରିପାରେ। ରିଲାଏନ୍ସ ଗ୍ରୁପ କମ୍ପାନୀଗୁଡ଼ିକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ୟେସ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆକ୍ସିସ ବ୍ୟାଙ୍କ, ICICI ବ୍ୟାଙ୍କ, HDFC ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, UCO ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?