Posted inଖେଳ

ଆଙ୍ଗୁଲୋଙ୍କ ଡବଲ ଗୋଲ: ଗୋଆ ବିଜୟୀ

ଭାସ୍କୋ, ୨୪।୧୨- ସ୍ଥାନୀୟ ତିଳକ ମଇଦାନରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଏଫ୍‌ସି ଗୋଆ ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ୩୩ତମ ମିନିଟରେ ଷ୍ଟିଫେନ ଏଜେଙ୍କ ଗୋଲ ବଳରେ ଜାମସେଦପୁର ପ୍ରଥମାର୍ଦ୍ଧରେ ଅଗ୍ରଣୀ ରହିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଇଗର ଆଙ୍ଗୁଲୋଙ୍କ ଡବଲ ଗୋଲ ବଳରେ ଗୋଆ ନାଟକୀୟଭାବେ ବିଜୟୀ ହୋଇଥିଲା। ୯୦ ମିନିଟ ପର୍ଯ୍ୟନ୍ତ ଖେଳ ୧-୧ ସ୍ଥିତିରେ ଥିଲା। ମାତ୍ର ଇଞ୍ଜୁରି ଟାଇମ୍‌(୯୦+୪)ରେ ଆଙ୍ଗୁଲୋଙ୍କ ଗୋଲ ଜାମସେଦପୁରକୁ ପରାଜୟ ସ୍ବାଦ ଚଖାଇଲା। ପୂର୍ବରୁ ୬୪ତମ ମିନିଟରେ ଗୋଆକୁ ମିଳିଥିବା ପେନାଲ୍ଟି ସୁଯୋଗକୁ ସଦ୍‌ବ୍ୟବହାର କରି ବ୍ୟକ୍ତିଗତଭାବେ ପ୍ରଥମ ଗୋଲଟି ସ୍କୋର କରିଥିଲେ ଆଙ୍ଗୁଲୋ। ରୋମାଞ୍ଚକ ବିଜୟ ସହ ଗୋଆ ପୁରା ୩ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବରୁ ଦଳ ୭ମ ସ୍ଥାନରେ ଥିଲା। ୮ ମ୍ୟାଚରୁ ୩ ବିଜୟ, ୨ ଡ୍ର ଓ ୩ ପରାଜୟ ସହ ଗୋଆ ୧୧ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଜାମସେଦପୁର ଦ୍ୱିତୀୟ ପରାଜୟ ସହ ୬ଷ୍ଠ ସ୍ଥାନକୁ ଖସିଛି। ଦଳ ୮ ମ୍ୟାଚରୁ ୨ ବିଜୟ, ୨ ପରାଜୟ ଓ ୪ ଡ୍ର ସହ ୧୦ ପଏଣ୍ଟରେ ରହିଛି। ଗୋଆର ଇଡୁ ବେଡିଆ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଜର୍ଜ ମେଣ୍ଡୋଜା ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇ ସଭାପତି ଭାବେ ଯାହା କରିବା ଉଚିତ ମୁଁ ତାହା କରୁଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୪।୨: ଚର୍ଚ୍ଚାରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ବିସିସିଆଇ ସଭାପତି ଭାବରେ ୨୬ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।...

ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍‌ ବୋଲର: ଅସିଫ୍‌

କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍‌ର ବର୍ତ୍ତମାନ ପେସ୍‌ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା...

ଆଜି ଭାରତ-ଶ୍ରୀଲଙ୍କା ଟି୨୦

ରାଜକୋଟ,୭।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଟି୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଶନିବାର ଖେଳାଯିବ। ଭାରତକୁ ମ୍ୟାଚ ଜିତିବାକୁ ହେଲେ...

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

ଟସ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ ନିଷ୍ପତ୍ତି…

ଚେନ୍ନାଇ,୨୨।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ୩ ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳା ଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ...

ପରାଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୦।୯(ତପନ ସ୍ବାଇଁ): ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି...

ତ୍ରିଶତକ ହାସଲ କଲେ ଶୋଏବ ମଲିକଙ୍କ ଭଣଜା

କରାଚୀ,୨୦।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଭଣଜା ମହମ୍ମଦ ହୁରାଇରା ସୋମବାର ଇତିହାସ ରଚିଛନ୍ତି। ସେ ଦେଶର ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ କୁଏଦ-ଏର-ଆଜାମ...

ରୋହିତ ଶର୍ମାଙ୍କ ହସ ଦେଖି ଏମିତି କହିଲେ ଚହଲ

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଏବଂ ଲେଗ୍‌ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଭଲ ସାଙ୍ଗ ବୋଲି ଧରାଯାଏ। ସୋସିଆଲ ମିଡିଆରେ ଉଭୟ ବେଶ୍‌ ମଜା...

Advertisement
Archives

Model This Week