କଲମ ଛାଡ଼ିଲେ ଅଙ୍ଗନୱାଡି କର୍ମୀ

ପରଜଙ୍ଗ, ୨୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ୮ ଦଫା ପୂରଣ ଦାବିରେ ଶୁକ୍ରବାରଠାରୁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୨୦୯ ଅଙ୍ଗନଓ୍ବାଡି କର୍ମୀ ଏବଂ ୧୭୦ ସହାୟିକା ହନୁମାନ ବାଟିକାଠାରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆନ୍ଦୋଳନ ସମୟରେ ବହିଷ୍କୃତ ୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ପୁନଃନିଯୁକ୍ତି, ସରକାରୀ କର୍ମଚାରୀ ମାନ୍ୟତା, ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀ ମାନ୍ୟତା, ଅବସରକାଳୀନ ସହାୟତା, ଗଁା କଲ୍ୟାଣ ସମିତିରୁ ଅଙ୍ଗନଓ୍ବାଡି କର୍ମୀଙ୍କୁ ବାଦ୍‌, ଅଭିଜ୍ଞତା ଆଧାରରେ ପ୍ରି-ପ୍ରାଇମେରି ଶିକ୍ଷୟିତ୍ରୀ ମାନ୍ୟତା, ୫୦% ଅଙ୍ଗନଓ୍ବାଡି କର୍ମୀଙ୍କୁ ପଦୋନ୍ନତି, ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମୀଙ୍କୁ ସୁପରଭାଇଜର ଭବେ ପଦୋନ୍ନତି ଦେବାକୁ ଦାବି କରାଯାଇଛି। ଶୋଭାଯାତ୍ରାରେ ଜିଲା ସଂଘ ସମ୍ପାଦିକା ମାନସୀ ମହାପାତ୍ର, ବ୍ଲକ ସଂଘ ସଭାନେତ୍ରୀ ନୀଳଞ୍ଜନା ରଥ, ସମ୍ପାଦିକା କିରଣବାଳା ସାହୁ, କୋଷଧ୍ୟକ୍ଷା ଗାୟତ୍ରୀ ପଣ୍ଡା, ଜିଲା ପ୍ରଭାରୀ ସଞ୍ଜୟ ଦେହୁରୀ, ଶ୍ରୀନିବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଦାବିପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା କାର୍ଯ୍ୟ ସାରି ଫେରିବା ପରେ ଚାଲିଗଲା ଶିକ୍ଷକଙ୍କ ଜୀବନ, ଅଞ୍ଚଳରେ ଶୋକର ଛାୟା

ବାସୁଦେବପୁର,୧।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆର ତୁଙ୍ଗ ଗ୍ରାମର ଶିକ୍ଷକ ବଳରାମ ବିନ୍ଧାଣୀଙ୍କର ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ମୃତ୍ୟୁ…

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

ଶର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ମୋହନା,୧।୫(ମନ୍ମଥ ମିଶ୍ର ): କିଛି ଦିନ ହେଲା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଶୁକ୍ରବାର ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri