ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ମହିଳା, ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ମୋରଡ଼ା, ୩।୭ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଗଡିଗଁା ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ପାଚିକା ଚୟନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ପାଚିକା ଚୟନରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ନିଯୁକ୍ତ ପାଚିକା ଜଣଙ୍କ ଆସିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ମନା କରିବା ସହ ତାଲା ପକାଇ ଦେଇଥିଲେ। ପୁନର୍ବାର ପାଚିକା ଚୟନ ଠିକ୍‌ ଭାବେ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ପ୍ରକାଶ ଯେ, ଚୟନ ପାଇଁ ଗତ ମାସ ୨୯ ତାରିଖରେ ହୋଇଥିବା ବୈଠକରେ କୌଣସି କାରଣ ବଶତଃ ପାଟିତୁଣ୍ଡ ହେବାରୁ ଚୟନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ପାଚିକା ଚୟନ ପାଇଁ ତାରିଖ ଧାର୍ଯ୍ୟ କରାଯାଇ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ହେବ ବୋଲି ବ୍ଲକର ସମନ୍ବୟ ଶିଶୁ ବିକାଶ ବିଭାଗ ଅଧିକାରିଣୀ କହିଥିଲେ। ଜଣେ ଅନୁସୂଚିତ ଜାତି, ବିଧବା ଓ ଅସହାୟ ମହିଳାଙ୍କୁ ଏଥିରେ ଆଗ୍ରାଧିକାର ଦିଆଯିବ ବୋଲି କୁହାଯାଇଥିଲା। ଗ୍ରାମରେ ଗରିବ ଅସହାୟ ଲୋକେ ଥିବାବେଳେ ପ୍ରଶାସନ ନିଜ ଇଚ୍ଛା ମୁତାବକ ଗ୍ରାମବାସୀଙ୍କୁ ନ ଜଣାଇ ଅନ୍ୟ ଜଣେ ସ୍ବଚ୍ଛଳ ପରିବାରର ମହିଳାଙ୍କୁ ପାଚିକା ଭାବେ ନିଯୁକ୍ତି କରିଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ସିଡିପିଓ ମିତା ନାୟକଙ୍କୁ ପଚାରିବାରୁ ଜଣେ ଲୋଧା ଶ୍ରେଣୀର ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ ପାଚିକା ନିଯୁକ୍ତି କରାଯାଇଛି ଓ କୌଣସି ଅନିୟମିତତା କରାଯାଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri