ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ମହିଳା, ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ମୋରଡ଼ା, ୩।୭ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଗଡିଗଁା ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ପାଚିକା ଚୟନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ପାଚିକା ଚୟନରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ନିଯୁକ୍ତ ପାଚିକା ଜଣଙ୍କ ଆସିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ମନା କରିବା ସହ ତାଲା ପକାଇ ଦେଇଥିଲେ। ପୁନର୍ବାର ପାଚିକା ଚୟନ ଠିକ୍‌ ଭାବେ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ପ୍ରକାଶ ଯେ, ଚୟନ ପାଇଁ ଗତ ମାସ ୨୯ ତାରିଖରେ ହୋଇଥିବା ବୈଠକରେ କୌଣସି କାରଣ ବଶତଃ ପାଟିତୁଣ୍ଡ ହେବାରୁ ଚୟନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ପାଚିକା ଚୟନ ପାଇଁ ତାରିଖ ଧାର୍ଯ୍ୟ କରାଯାଇ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ହେବ ବୋଲି ବ୍ଲକର ସମନ୍ବୟ ଶିଶୁ ବିକାଶ ବିଭାଗ ଅଧିକାରିଣୀ କହିଥିଲେ। ଜଣେ ଅନୁସୂଚିତ ଜାତି, ବିଧବା ଓ ଅସହାୟ ମହିଳାଙ୍କୁ ଏଥିରେ ଆଗ୍ରାଧିକାର ଦିଆଯିବ ବୋଲି କୁହାଯାଇଥିଲା। ଗ୍ରାମରେ ଗରିବ ଅସହାୟ ଲୋକେ ଥିବାବେଳେ ପ୍ରଶାସନ ନିଜ ଇଚ୍ଛା ମୁତାବକ ଗ୍ରାମବାସୀଙ୍କୁ ନ ଜଣାଇ ଅନ୍ୟ ଜଣେ ସ୍ବଚ୍ଛଳ ପରିବାରର ମହିଳାଙ୍କୁ ପାଚିକା ଭାବେ ନିଯୁକ୍ତି କରିଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ସିଡିପିଓ ମିତା ନାୟକଙ୍କୁ ପଚାରିବାରୁ ଜଣେ ଲୋଧା ଶ୍ରେଣୀର ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ ପାଚିକା ନିଯୁକ୍ତି କରାଯାଇଛି ଓ କୌଣସି ଅନିୟମିତତା କରାଯାଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଶରେ ଦର୍ଶନ ଦେଲେ ମା’କୀଚକେଶ୍ୱରୀ

ବାରିପଦା ଅଫିସ୍‌,୧୩ା୧୧- ମୟୂରଭଞ୍ଜ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ସହସ୍ରାଧିକ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସମାଗମ ଯୋଗୁ ମଙ୍ଗଳବାର...

ମାସ୍କ ଓ ସାବୁନ ବଣ୍ଟନ

କୁଆମରା,୭ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ଗୋପବନ୍ଧୁ ନଗର ବ୍ଲକ ପଶୁଦା ପଞ୍ଚାୟତର ଅଛଡା ନବଜ୍ୟୋତି କିଶୋର କ୍ଲବ ପକ୍ଷରୁ ବିଭିନ୍ନ ଗ୍ରାମର ଲୋକଙ୍କୁ ସଚେତନ କରାଯିବା...

ମୟୂରଭଞ୍ଜ ରାଜମାତାଙ୍କ ପରଲୋକ

ବାରିପଦା ଅଫିସ,୧୩ା୭: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା।...

ବାରିପଦା ପୌର ପରିଷଦରେ ଅନିୟମିତତା: ସମ୍ପର୍କୀୟଙ୍କୁ ମିଳିଛି ଦୋକାନ ଘର

ବାରିପଦା ଅଫିସ,୧।୮-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ବାରିପଦା ସହର ପରିଚିତ। ଏକଦା ଭଞ୍ଜଦେଓ ବଂଶର ରାଜଧାନୀ ଥିବା ଏହି ସହର ଏବେ ପୌର ପରିଷଦ...

ଆରମ୍ଭ ହେଲା ମିଳିତ ତଦନ୍ତ

ବାରିପଦା ଅଫିସ,୧୭ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ଶିକାର ପରେ ଚମଡ଼ା ବିକ୍ରି ଘଟଣାରେ ମିଳିତ ତଦନ୍ତ ଆରମ୍ଭ ହୋଇଛି। ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ...

ଭୟଙ୍କର ଶବ୍ଦରେ କମ୍ପିଲା ୩ ବ୍ଲକ

ବଡ଼ସାହି,୧୪ା୧୧: ମୟୂରଭଞ୍ଜ ଜିଲା ବଡ଼ସାହି , ଖୁଣ୍ଟା ଓ ବେତନଟୀ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ବେଳେ ଭୟଙ୍କର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ...

ବିନା ପାରିଶ୍ରମିକରେ ମାସ୍କ ତିଆରି

ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଚିନ୍ତିତ। ଏହି ଭାଇରସ୍‌ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪...

ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ୨ ମହିଳାଙ୍କ ଜୀବନ, ୩ ଗୁରୁତର

ରାଇରଙ୍ଗପୁର,୨୬।୭: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ପୁରୁଣିଆ ଗ୍ରାମରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର...

Advertisement
Archives

Model This Week