ଗାଁ ଛାଡ଼ିଯାଉନି ଦନ୍ତା

ରୂପସା, ୩।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ଏକ ଦନ୍ତା ତାଣ୍ଡବ ରଚିଛି। ଶୁକ୍ରବାର ଏହି ହାତୀ ଲଛମନଖୁଣ୍ଟା, ଜାରାସାହି କଲୋନୀସାହି ଆଦି ଗାଁକୁ ଯାଇ ବହୁ ଘରଦ୍ୱାର ଭାଙ୍ଗିବା ସହ ଜଣେ ଆଦିବାସୀ ମହିଳା କୁନି ସିଂଙ୍କ ଘରେ ପଶି ପାଚିଲା ପଣସ ଖାଇଯାଇଥିବା ଦେଖିବାକୁ ମିଳିଛି। କୁନି ସିଂ, ବାଙ୍ଗୁ ସିଂ, ରେଣ୍ଠୁ ସିଂ, ବୈକୁଣ୍ଠ ସିଂ, ଏକାଦଶୀ ସିଂ ଓ ହୁସନା ବିବିଙ୍କ ଘର ଓ କାନ୍ଥ ଭାଙ୍ଗି ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ଗୁରୁବାର ରାତିରେ ମୟୂରଭଞ୍ଜ ପଟୁ ଏହି ହାତୀ ଗାଁକୁ ପଶିଆସିଥିଲା। ଲଛମନଖୁଣ୍ଟା, ଜାରାସାହି, ଦରଖୁଳି, ଗୁଆବଣିଆ, ନିମଡ଼ିହା ଆଦି ଗାଁରେ ହାତୀ ବୁଲୁଥିବା ଦେଖି ବନବିଭାଗକୁ ଖବର ଦିଆଯାଇଥିଲା। ବହୁ ଲୋକଙ୍କ ଧାନ, ଚାଉଳ ଖାଇଯିବା ସହ ହାତୀଟି ପରିବା ଫସଲ ନଷ୍ଟ କରିପକାଇଥିଲା। ବନବିଭାଗ କର୍ମଚାରୀ ପହଞ୍ଚତ୍ ଗାଁ ଲୋକଙ୍କ ସହାୟତାରେ ହାତୀକୁ ମୟୂରଭଞ୍ଜ ପଟ ନିମଡ଼ିହା ଜଙ୍ଗଲରେ ଛାଡ଼ିଥିଲେ। ଶୁକ୍ରବାର ରାତିରେ ହାତୀ ବାମଡ଼ା, ମନ୍ତ୍ରୀଡ଼ାହି ଗାଁ ଦେଇ ଏଫ୍‌ସିଆଇ ଗୋଦାମ ରାସ୍ତା ଅତିକ୍ରମ କରି ମୟୂରଭଞ୍ଜ ପଟକୁ ଯିବା ପରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ୬ ମାସ ଧରି ବାରମ୍ବାର ରୂପ୍‌ସା ଅଞ୍ଚଳକୁ ହାତୀ ପଶି ଆସୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବନବିଭାଗ ଅଧିକାରୀ, ବସ୍ତା ତହସିଲଦାରଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ: ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାରେ କାର୍ଯ୍ୟରତ ୪୨ ଆୟୁଷ ଡାକ୍ତରଙ୍କୁ ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରିଥିବା ନେଇ ବୁଧବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା....

ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ବାଲେଶ୍ୱର ଏମ୍‌ପି

ବାଲେଶ୍ୱର ଅଫିସ,୩।୧: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୋମବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ...

ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ...

ରାତିରେ ଚାଲିଛି ମୋରମ ଲୁଟ୍‌

ରୂପ୍‌ସା, ୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ରାତାରାତି ୮ରୁ...

ପରପାରିରେ ଶତାୟୁ ପଣ୍ଡିତ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ପଞ୍ଚାୟତ ଅଧୀନ ଫଗୁଣା ଗ୍ରାମର ଦିନବନ୍ଧୁ ଶତପଥୀ (୧୧୦)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ ଜଣେ...

ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌...

ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍‌ଷ୍ଟାଣ୍ଡର ବିକାଶ...

କେନ୍ଦୁଝରରେ ଝଡପବନ ସହ କୁଆପଥର ବର୍ଷା, ଲୋକେ ଆଶ୍ୱସ୍ତ

କେନ୍ଦୁଝର, ୨୮ା୫ (ସ୍ବ.ପ୍ର./ଡି.ଏନ.ଏ.)-ଗତ କିଛି ଦିନ ହେଲା କେନ୍ଦୁଝରର ପାରଦ ଆକାଶଛୁଆଁ ହେଉଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଏଭଳି ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ କୁଆପଥର...

Advertisement
Archives

Model This Week