ବନ୍ଧବାହାଲ ସବ୍‌ ଷ୍ଟେଶନରୁ ବନ୍ଧୁକ ଦେଖାଇ ଲୁଟିନେଲେ

ଝାରସୁଗୁଡ଼ା ଅଫିସ,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ବିଦ୍ୟୁତ୍‌ ସବ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟ ହୋଇଛି। ଏହି ସଶସ୍ତ୍ର ଲୁଟରେ ୧୦ରୁ ୧୫ଜଣ ଦୁବୃର୍ତ୍ତ ସାମିଲ ଥିବା ଜଣାପଡ଼ିଛି। ଦୁବୃର୍ତ୍ତମାନେ ହାତରେ ବନ୍ଧୁକ, ଛୁରି ଓ ଚେନ ଆଦି ମାରଣାସ୍ତ୍ର ଧରିଥିବାବେଳେ ମୁହଁରେ ଗାମୁଛା ବାନ୍ଧିଥିଲେ। ସମସ୍ତେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କଥା ହେଉଥିଲେ। ଦୁର୍ବୃତ୍ତମାନେ ଥପ୍ରଥମେ ତାରକାଟି ପାଚେରି ଡେଇଁ ସବ ଷ୍ଟେଶନରେ ଭିତରେ ପ୍ରବେଶକରି ବିଦ୍ୟୁତ କର୍ମଚାରୀଙ୍କୁ ଧମକ ଚମକଦେଇଥିଲେ। ପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଲାଇନ୍‌ମ୍ୟାନ ଯ୍ୟୋତିରଞ୍ଜନ ପ୍ରହରାଜ(୩୪)ଙ୍କ ମୁଣ୍ଡଫାଟି ସେ ଗୁରୁତର ହୋଇଛନ୍ତି। ପରେ ସମସ୍ତ କର୍ମଚାରୀଙ୍କୁ ଏକ କୋଠରୀରେ ବନ୍ଦକରି ଚାଲିଯାଇଥିଲା । ଏକ ବାଇକ, ୧୧ ମୋବାଇଲ, ଟ୍ରାନ୍ସଫର୍ମର କୟଲ ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦ୍ୟୁତ ସରଞ୍ଜାମ ଲୁଟ ହୋଇଛି। ଏସମ୍ପର୍କରେ ଖବରପାଇ ବେଲପାହାଡ ବିଦୁତ୍‌ ସେକ୍ସନ ଏସ୍‌ଡିଓ ଯ୍ୟୋତିକାନ୍ତ ପାତ୍ର ସବ ଷ୍ଟେସନରେ ପହଁଞ୍ଚି ଥିଲେ। ଖବରପାଇ ପୋଲିସ ଅଧିକାରୀମାନେ ପହଞ୍ଚିି ତଦନ୍ତ ଚଳାଇଛନ୍ତି । ଲୁଟ ସମ୍ପର୍କରେ ପୋଲିସ ଏଯାବତ୍‌ କୌଣସି ସୁରାକ ପାଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମାଡ଼ ଅଭିଯୋଗ : ଏଏସ୍‌ପିଙ୍କୁ ଭେଟିଲେ ପରିବାର ସଦସ୍ୟ

ଛତ୍ରପୁର,୨୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ମଙ୍ଗଳବାର ରାତିରେ ବଡ଼ମାଧପୁର ଗାଁର ଶଙ୍କର୍ଷଣ ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣଙ୍କ ନତକଟରେ ମଦ ଥିବା...

ଚାଲାଣ ବେଳେ ୨୪ ଶ୍ରମିକ ଉଦ୍ଧାର

ଢେଙ୍କାନାଳ ଅଫିସ, ୩।୨: ବେଆଇନ ଭାବେ ତାମିଲନାଡୁ ଚାଲାଣ କରାଯାଉଥିବା ୨୪ ଶ୍ରମିକଙ୍କୁ ଢେଙ୍କାନାଳ ଜିଲା ଶ୍ରମ ବିଭାଗ ପୋଲିସ ସହାୟତାରେ ମଙ୍ଗଳବାର ଉଦ୍ଧାର କରିଛି।...

୨ ବ୍ଲକରେ ୭ ପରିବାର ବେଘର

ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ...

୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ

ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବିଦ୍ୟାଳୟରେ ଉତ୍ତେଜନା

ବାରିପଦା ଅଫିସ,୧୮ା୧୦- ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନୈକା ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର...

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ମୋରଡ଼ା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ମାକୁନ୍ଦ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ...

ବାଘର ଠିକଣା ବାଘୁଆମେଦ

ମହାକାଳପଡ଼ା,୯।୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଅତୀତର ଅନେକ କାହାଣୀ ଏବେବି ସତେଜ ହୋଇରହିଛି। କାଳକ୍ରମେ ଅନୁପ୍ରବେଶକାରୀଙ୍କ ଯୋଗୁ ହେନ୍ତାଳବଣ ଧ୍ୱଂସ ପାଇ ଜନବସତି ଗଢିଉଠିଛି।...

ହଜିବାକୁ ବସିଲାଣି କମାରଶାଳ

ଟିକିରି,୨୭ା୩(ଡି.ଏନ୍‌.ଏ.):କମାରଶାଳରେ ଆଉ ଆଗଭଳି ଶବ୍ଦ ଶୁଣୁନି। ପୂର୍ବରୁ ଲୋକେ ଦା’, ଟାଙ୍ଗିଆ, କୋଡ଼ି, ଆଦି ତିଆରି କରିବାକୁ କମାରଶାଳ ଆସୁଥିଲେ। ଏବେ ଆଉ ସେ ସବୁ...

Advertisement
Archives

Model This Week