କୋଭିଡ୍‌ରେ ମୃତ ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପରିବାରକୁ ମିଳିବ ମାସିକ ସହାୟତା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ଲଢ଼େଇରେ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଭୂମିକା ନେଉଛନ୍ତି। ଇତିମଧ୍ୟରେ ଏହି କୋଭିଡ୍‌ ଯୋଦ୍ଧାଙ୍କ ଜୀବନ ମଧ୍ୟ ଗଲାଣି। ପୂର୍ବରୁ ଏମାନଙ୍କ ପାଇଁ ଏକାଧିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଥିବାବେଳେ ଶୁକ୍ରବାର ରାଜ୍ୟ ସରକାର ଆଉ ଏକ ନୂଆ ଘୋଷଣା କରିଛନ୍ତି। କୋଭିଡ୍‌ ଯୁଦ୍ଧରେ ସାମିଲ ଥିବା କୌଣସି ଅଙ୍ଗନଓ୍ବାଡି କର୍ମୀ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ସେମାନଙ୍କ ପରିବାରକୁ ମାସିକ ସହାୟତା ରାଶି ପ୍ରଦାନ କରାଯିବ। ତାଙ୍କ ସ୍ବାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସକୁ ୭,୫୦୦ ଟଙ୍କା ଲେଖାଏ ଭତ୍ତା ମିଳିବ। ଚାକିରିକାଳ ଶେଷ ପର୍ଯ୍ୟନ୍ତ ଅର୍ଥାତ୍‌ ମୃତ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ୬୦ବର୍ଷ ପୂରିବା ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ସେହିଭଳି ଆଶାକର୍ମୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ସ୍ବାମୀ କିମ୍ବା ନିକଟତମ ଆତ୍ମୀୟ ମାସିକ ୫,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଏମାନଙ୍କ ସହ ପ୍ରତ୍ୟେକ କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
କରୋନା ମହାମାରୀ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ନେଇଛନ୍ତି। ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ସହ ଟିଏମ୍‌ସି, କୋଭିଡ୍‌ କେୟାର ହୋମ୍‌ ଆଦି ଖୋଲି କୋଭିଡ୍‌ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ସେହିଭଳି ଟେଷ୍ଟିଂ ଓ ଟ୍ରେସିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେବେ ଏ ସମସ୍ତ କାର୍ଯ୍ୟରେ ଯେଉଁ କୋଭିଡ୍‌ ଯୋଦ୍ଧାମାନେ ଆଗଧାଡ଼ିରେ ରହି ସେବା ଯୋଗାଉଛନ୍ତି ସେମାନଙ୍କ ମଧ୍ୟରେ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭୂମିକା ବହୁ ଗୁରୁତ୍ୱପୁର୍ଣ୍ଣ ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଭିଡ୍‌ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି। ବିଭିନ୍ନ ଜିଲାର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଟେଲିଫୋନ୍‌ କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି। ସେମାନଙ୍କ ପରାମର୍ଶକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଦାସ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଆନ୍ତରିକ ସମ୍ମାନ ଜଣାଇବା ସହ ଯେଉଁଭଳି ପରିସ୍ଥିତିରେ ସେମାନେ ନିଜର ଦାୟିତ୍ୱ ତୁଲାଉଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri