
ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୪ ଉଇକେଟରେ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ (କେକେଆର୍) ପାଇଁ ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଏହି ମ୍ୟାଚରେ ‘ଶୂନ’ରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପରେ ସେ ପାଭିଲିୟନକୁ ଫେରି ସଙ୍ଗେ ସଙ୍ଗେ ଡିନର୍ ପ୍ଲେଟ୍ ଧରିଥିଲେ। ଏହା କ୍ୟାମେରାରେ କଏଦ ହୋଇଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ରସେଲଙ୍କୁ ଟ୍ରୋଲ ହେବାକୁ ପଡିଛି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରସେଲ ୩ଟି ବଲ ସମ୍ମୁଖୀନ ହୋଇ ‘ଶୂନ’ରେ ଆଉଟ୍ ହୋଇଥିଲେ। ‘ଶୂନ’ରେ ଆଉଟ୍ ହେବା ପରେ ରସେଲଙ୍କ ରାତ୍ରୀ ଭୋଜନ କରୁଥିବା ଦେଖି ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ପରିହାସ କରିଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି, ରସେଲଙ୍କୁ ଭୋକ ହେଉଥିଲା, ସେଥିପାଇଁ ସେ ଶୀଘ୍ର ଆଉଟ୍ ହୋଇଗଲେ।
ଆଇପିଏଲ ୨୦୨୨ରେ ଆନ୍ଦ୍ରେ ରସେଲଙ୍କ ପ୍ରଦର୍ଶନ ବିଶେଷ ହୋଇନାହିଁ। ଆଇପିଏଲ ୨୦୨୨ର ୯ ମ୍ୟାଚରେ ରସେଲ ମାତ୍ର ୨୨୭ ରନ ସଂଗ୍ରହ କରିଛନ୍ତ। ସେ ୧୦ ସିଜିନ୍ ହେବ ଆଇପିଏଲ ଖେଳୁଛନ୍ତି ଏବଂ ହାରାହାରି ୩୦.୧୧ ଏବଂ ଷ୍ଟ୍ରାଇକ ହାରରେ ୧୯୨୭ ରନ ସଂଗ୍ରହ କରିଛନ୍ତି। ଆଇପିଏଲରେ ଆଣ୍ଡ୍ରେ ରସେଲ ୮୨ ଉଇକେଟ ନେଇଛନ୍ତି।
Russell prefers Wankhede dinner more than scoring run for KKR. 😂
Priorities 💯— Neel Patel (@NeelPatel189) April 28, 2022
My fantasy league captain 🤣 #andrerussell pic.twitter.com/feXXOeUeWs
— naan than (@_raja) April 28, 2022