ଓଡ଼ିଶା ବିଜୁ ପକ୍କାଘରେ ଆନ୍ଧ୍ରର ଷ୍ଟିକର

ପଟ୍ଟାଙ୍ଗି, ୨୯।୪୪(ଡି.ଏନ୍‌.ଏ.): ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ଆନ୍ଧ୍ର ପ୍ରଭାବିତ କରିବାରେ ଲାଗିଛି। କିଛି ଦିନ ତଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର କିଛି ଗ୍ରାମରେ ଆନ୍ଧ୍ରର ଅଧିକାରୀମାନେ ଆଧାର କାର୍ଡ କ୍ୟାମ୍ପ କରି ଲୋକଙ୍କ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରିଥିବାବେଳେ ଏବେ ଉକ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ବିଜୁ ପକ୍କାଘର ଗୁଡ଼ିକରେ ଆନ୍ଧ୍ର ସରକାର ନିଜ ଷ୍ଟିକର ଲଗାଇଛନ୍ତି। ଉକ୍ତ ଷ୍ଟିକରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗମୋହନ ରେଡ୍ଡୀଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଯୋଜନା ମାଧ୍ୟମରେ ୨୦୧୯-୨୦ ଏବଂ ୨୦୨୨-୨୩ ଦୁଇ ଆର୍ଥିକ ବର୍ଷରେ ୬୭୭ଟି ଘର କୋଟିଆ ପଞ୍ଚାୟତର ୨୧ଟି ବିବାଦୀୟ ଗ୍ରାମକୁ ଦିଆଯାଇଛି। ସୋମବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରା ଉକ୍ତ ପଞ୍ଚାୟତର ସୀମାନ୍ତ ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଗତ ୧୭ ତାରିଖରୁ ଆନ୍ଧ୍ରର ସାଲୁର ବ୍ଲକର କର୍ମଚାରୀ କୋଟିଆ ପଞ୍ଚାୟତ ତଳ ଗଞ୍ଜେଇପଦର, ଉପର ସେମ୍ବି, ତଳ ସେମ୍ବି, ଧୁଳିପଦର ଗ୍ରାମରେ ପହଞ୍ଚତ୍ ଓଡ଼ିଶା ସରକାରଙ୍କ ବିଜୁପକ୍କା ଗୃହରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଥିବା ଷ୍ଟିକର ପ୍ରତି ଘରେ ମାରିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ଦୁଇରୁ ତିନୋଟି ଗ୍ରାମରେ ପହଞ୍ଚତ୍ ସେମାନେ ଉକ୍ତ ଷ୍ଟିକର୍‌ ଲଗାଉଥିବା ବେଳେ ଏ ଦିଗରେ ବ୍ଲକ ପ୍ରଶାସନର ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ୧ନଂ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ କହିଛନ୍ତି। ଆନ୍ଧ୍ର ସରକାର ସୀମାନ୍ତ ଗ୍ରାମରେ ନିଜର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କିପରି ପ୍ରତି ଘରେ ପହଞ୍ଚତ୍ପାରିବ ସେନେଇ ଯୋଜନା ପ୍ରସ୍ତୁତ କରି ନିଜ କାର୍ଯ୍ୟ ଜାରି ରଖିଛନ୍ତି।
ସେହିପରି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ଆନ୍ଧ୍ର ସୀମାନ୍ତ ଉପର ଗଞ୍ଜେଇପଦର ଏବଂ ଧୂଳିପଦର ଗ୍ରାମରେ ଆନ୍ଧ୍ର ସ୍ବାସ୍ଥ୍ୟ ଶିବିର କରିଛି। ଉକ୍ତ ୨ ଗ୍ରାମରେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍‌ ଜିଲା ଅଧୀନରେ ରହିଥିବା ତୋନମ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଅଜୟଙ୍କ ନେତୃତ୍ୱରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ଏକ ଟିମ୍‌ ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷାକରି ମାଗଣା ଔଷଧ ଦେଇଛନ୍ତି। ଏପରି କି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ସାରି ଧୂଳିପଦର ଗ୍ରାମ ମଝିରେ ବର୍ଷାପାଣି ଜମିବା ଯୋଗୁ ହେଉଥିବା କାଦୁଅକୁ ନିଜେ ସଫାକରି ଗ୍ରାମକୁ ପରିଷ୍କାର ରଖିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?