ପଟାଙ୍ଗୀ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧୮ା୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀ ସମେତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ବେଆଇନ ନିର୍ମାଣ କାର୍ଯ୍ୟ ଏବଂ ନିର୍ବାଚନ ପ୍ରସଙ୍ଗ ରାଜ୍ୟବାସୀ ଏବଂ ସରକାରଙ୍କୁ ଚିନ୍ତାରେ ପକାଇଛି। ଏଭଳି ପରିସ୍ଥିତିରେ ରାୟଗଡ଼ା ଜିଲା ସୀମାନ୍ତ ଗ୍ରାମରେ ଆନ୍ଧ୍ର ବେଆଇନ ରାସ୍ତା ଏବଂ ପୋଲ ନିର୍ମାଣ କରୁଥିବା ନେଇ ଖବର ଆସିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ବ୍ଲକ୍‌ ବୈରାଗିହାଲୁଆ ପଞ୍ଚାୟତରେ ଥିବା ବଡ଼ଲୁକୁଟି ଗ୍ରାମଠାରୁ ମାତ୍ର ୧ କି.ମି. ଦୂରତାରେ ରହିଛି ଆନ୍ଧ୍ରର ଲାଡା ଗ୍ରାମ। ଏହି ଗାଁକୁ ଯିବାକୁ ହେଲେ ଓଡ଼ିଶା ରାସ୍ତା ଦେଇ ଯିବାକୁ ହୁଏ। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତାକୁ ଆନ୍ଧ୍ର ପ୍ରଶାସନ ଚତୁରତାର ସହ ନିର୍ମାଣ କରିଚାଲିଥିଲା। ଫଳରେ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖବରପାଇ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଆର୍‌ଆଇ ପ୍ରମୁଖ ଗତ ଜାନୁୟାରୀ ୩୦ରେ ଗାଁରେ ପହଞ୍ଚି ଆଲୋଚନା କରି ସମସ୍ୟାର ଆପୋଷ ସମାଧାନ ପାଇଁ ପ୍ରଚେଷ୍ଟା କରିଥିଲେ। ରାସ୍ତା ମାପଚୁପ କରିବା ସମୟରେ ଓଡ଼ିଶାର ୨୦୦ ମିଟର ଜାଗା ରହିଥିବା ଜଣାପଡ଼ିଥିଲା। ଏହି ୨୦୦ ମିଟର ମଧ୍ୟରେ ନାଳଟିଏ ଥିବାରୁ ନାଳ ଉପରେ ଏକ ପୋଲ କରିବାକୁ ନେଇ ଆପୋଷ ବୁଝାମଣା ହୋଇଥିଲା। ସହମତିରେ ଓଡ଼ିଶା ରାସ୍ତା ନିର୍ମାଣ କରିବ ଏବଂ ଆନ୍ଧ୍ର ପୋଲ ନିର୍ମାଣ କରିବାକୁ ସ୍ଥିର ହୋଇଥିବା ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି। ସୀମାନ୍ତ ଜାଗାରେ ନିର୍ମାଣ କାର୍ଯ୍ୟ କିପରି ବିନା ବିବାଦରେ ହୋଇପାରିବ ସେ ନେଇ ସେଠାକାର ସରପଞ୍ଚଙ୍କ ସହ ମଧ୍ୟ ପୂର୍ବରୁ ସାମିଲ କରି ଆଲୋଚନା କରାଯାଇଥିଲା। ବୁଧବାର ପ୍ରଶାସନିକ ଟିମ୍‌ ପୁଣି ସୀମାନ୍ତ ଅଞ୍ଚଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ...

ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ୍‌ର ତଦନ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରୁ ମାଟିତଳୁ ମିଳିଥିବା ୩ ହାତୀ କଙ୍କାଳ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛି ଓ୍ବାଇଲ୍ଡଲାଇଫ୍‌ କ୍ରାଇମ୍‌ ସେଣ୍ଟ୍ରାଲ ବ୍ୟୁରୋ(ଡବ୍ଲ୍ୟୁସିସିବି)...

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ, ୨୪ରେ ଭୋଟ୍‌

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପୌର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ...

ନାଭିଗୟାରେ ପିଣ୍ଡଦାନ କଲେ ଲକ୍ଷାଧିକ ଭକ୍ତ

ଯାଜପୁର ଟାଉନ,୨୯।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଅଷ୍ଟାଦଶ ଶକ୍ତିପୀଠରୁ ଅନ୍ୟତମ ଶକ୍ତିପୀଠଭାବେ ସାରା ବିଶ୍ୱରେ ପରିଚିତ। ଏହି ଶକ୍ତିପୀଠରେ ନାଭିଗୟାକ୍ଷେତ୍ର ଅବସ୍ଥିତ। ତ୍ରିଗୟା...

ସକାଳ ୯ରୁ ଅଷ୍ଟମ, ପୂର୍ବାହ୍ନ ୧୦ରୁ ଏକାଦଶ ପିଲାଙ୍କ ହେବ ପାଠପଢ଼ା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଅଷ୍ଟମ ଓ ଏକାଦଶ ଣ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଏକାଦଶ ଓ ୨୫...

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟାଜିତ

ହାଟଡିହି,୩୦।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆମ୍ବୋ ମହାଦେବ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଆୟୋଜିତ ହୋଇଥିଲା। ଉକ୍ତ ଟର୍ଣ୍ଣାମେଣ୍ଟରେ...

ପାଳିତା କନ୍ୟାଙ୍କୁ ବଳାତ୍କାରକରି ଗିରଫ

କୁଆଁରମୁଣ୍ଡା,୨୨।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ଝୁନମୁର ପଞ୍ଚାୟତ ଏକ ବସ୍ତିରେ ପାଳିତା ନାବାଳିକା କନ୍ୟାକୁ ବାପା ବଳାତ୍କାର କରିଥିବା ବୁଧବାର ଥାନାରେ ଅଭିଯୋଗ...

ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା

ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ...

Advertisement
Archives

Model This Week