Posted inଜାତୀୟ

ଔଷଧ କମ୍ପାନୀରେ ଲାଗିଲା ନିଆଁ: ଚାଲିଗଲା ୪ ଜୀବନ

ହାଇଦ୍ରାବାଦ୍‌,୧୭।୧୨: ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରରଓ୍ବାଡା ଲୌରସ ଫାର୍ମା ଲ୍ୟାବ ଲିମିଟେଡ କମ୍ପାନୀର ଲାବୋରେଟୋରୀରେ ଏହି ଅଗ୍ନିକାଣ୍ଡ ଘଟିଛି।
ପୋଲିସର ସୂଚନାନୁସାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କମ୍ପାନୀ ବିଲଡିଂରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଆହତ ବ୍ୟକ୍ତିଙ୍କ ଚିକିତ୍ସା ତଥା ତାଙ୍କ ଆର୍ଥିକ ସହାୟତା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାଙ୍ଗଷ୍ଟର ବିକାଶ ଲାଗରପୁରିଆ ଗିରଫ

ନୂଆଦିଲ୍ଲୀ,୧୫।୧୨: ଗୁରୁଗ୍ରାମ ହରିୟାଣା ପୋଲିସ ଗ୍ୟାଙ୍ଗଷ୍ଟର ବିକାଶ ଲାଗରପୁରିଆଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଛି। ବିକାଶ ଲାଗାରପୁରିଆ ଉତ୍ତର ଭାରତର ଏକ ବହୁତ ବଡ ଗ୍ୟାଙ୍ଗଷ୍ଟର।...

କର୍ପୋରେଟର କିଣାବିକା ଆରୋପ ପ୍ରତ୍ୟାରୋପ ଆଣିଲେ ଭାଜପା-ଏଏପି, କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଅଫର…

ନୂଆଦିଲ୍ଲୀ,୧୦।୧୨ : ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପି ଭାଜପାର ୧୫ ବର୍ଷା ଶାସନକୁ ସମାପ୍ତ କରିଛି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଏବେ ପରସ୍ପର ବିରୋଧରେ...

ନୁପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ

ପାଟନା,୧୯।୭: ନୁପୁର ଶର୍ମା ମାମଲାକୁ ନେଇ ରାଜସ୍ଥାନର ଉଦୟପୁର ଏବଂ ମହାରାଷ୍ଟ୍ରର ଅମରାବତୀ ପରେ ବିହାରର ସୀତାମଢିରେ ମଧ୍ୟ ଏକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।...

ସୋପୋରରୁ ଲସ୍କରର ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ, ଚାଇନା ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୨ ।୯: ଉତ୍ତର କଶ୍ମୀରର ବାଳାମୁଳ ଜିଲାର ସୋପୋରରୁ ବୁଧବାର ରାତିରେ ସୁରକ୍ଷାକର୍ମୀ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନର ଦୁଇ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି...

ସାଙ୍କେତିକ ଭାଷା ଅଭିଧାନ, ଅଡିଓ ବୁକ୍‌ସ ଶୁଭାରମ୍ଭ

ନୂଆଦିଲ୍ଲୀ, ୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ‘ଶିକ୍ଷକ ପର୍ବ-୨୦୨୧’ ଉଦ୍‌ଘାଟନୀ ସମ୍ମିଳନୀରେ ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା...

ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ମୁମ୍ବାଇ,୧୨ା୧୨: ରାଜ୍ୟ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅବ୍‌ଦୁର...

୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍‌ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ

ହାଇଦ୍ରାବାଦ୍‌, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍‌କା ବୁକ୍‌ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉପହାର ସ୍ବରୂପ ମହଙ୍ଗା ଭତ୍ତା ୩ ପ୍ରତିଶତ...

Advertisement
Archives

Model This Week