Posted inଖେଳ

ଖାତା ଖୋଲିପାରିଲେ ନାହିଁ କୋହଲି, ଫେଲ୍‌ ମାରିଲେ ପୂଜାରା, ରାହାନେ

ଟ୍ରେଣ୍ଟ ବ୍ରିଜ,୫।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି କୋହଲି। ତାଙ୍କ ଭଳି ଫେଲ୍‌ ମାରିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୪)। ଟିମ୍‌ ଇଣ୍ଡିଆର ଏହି ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ କ୍ରମାଗତ ବଲରେ ଆଉଟ୍‌ କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ପେସର ଜିମ୍ମି ଆଣ୍ଡରସନ। ଏହାପରେ ଦୁର୍ଭାଗ୍ୟ ବଶତଃ ରନ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ। ଫଳରେ ରିପୋର୍ଟ ଲେଖା ହେବା ସୁଦ୍ଧା ୪ ପ୍ରମୁଖ ଉଇକେଟ ହରାଇ ଟିମ୍‌ ଇଣ୍ଡିଆ ୧୧୨ ରନ୍‌ କରିଛି।

ଭ୍ରମଣକାରୀ ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବା ପାଇଁ ଆହୁରି ୭୨ ରନ୍‌ ଦରକାର। ଦଳ ହାତରେ ମାତ୍ର ୬ ଉଇକେଟ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବଭାରତୀୟ ଓପନ କରାଟେ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ...

ବୋଟାସ ଦ୍ରୁତତମ

ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ...

ଜାତୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ : ଟାଇଟଲ ବଜାୟ ରଖିଲେ ଭକ୍ତି କୁଲକର୍ନୀ

କାରାଇକୁଡି, ୨୭ା୭ (ପି.ଟି.)- ଗତଥରର ଚମ୍ପିୟନ ତଥା ଏୟାର ଇଣ୍ଡିଆର ଭକ୍ତି କୁଲକର୍ନୀ ଏଠାରେ ଚାଲିଥିବା ୪୬ତମ ଜାତୀୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ରେ ତାଙ୍କ ଟାଇଟଲ...

ପୁଣି ରବି ଶାସ୍ତ୍ରୀ

ମୁମ୍ବାଇ,୧୬।୮: ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୧୯୮୩ ବିଶ୍ୱକପ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ...

ଗନେମତ୍‌-ଅଙ୍ଗଦ ଯୋଡ଼ିଙ୍କୁ ମିକ୍ସଡ ସ୍କିଟ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୩ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ଶୁଟରମାନଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି ରହିଛି। ମଙ୍ଗଳବାର ଗନେମତ୍‌ ସେଖୋଁ ଓ ଅଙ୍ଗଦ ବୀର ସିଂ...

ଫୁଟ୍‌ବଲରୁ ରୋବେନଙ୍କ ଅବସର

ଦି ହେଗ୍‌ (ନେଦରଲାଣ୍ଡ୍ସ), ୫।୭ (ଏଏଫ୍‌ପି)- ନେଦରଲାଣ୍ଡ୍ସ ଫୁଟ୍‌ବଲ ଷ୍ଟାର୍‌ ଆର୍ଜେନ ରୋବେନ ଗୁରୁବାର ସମସ୍ତ ପ୍ରକାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ଏଥିପୂର୍ବରୁ ୨୦୧୮...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ରୋହିତ ଟପ୍‌-୨ରେ ଅପରିବର୍ତ୍ତିତ

ଦୁବାଇ, ୫।୮(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମା ବୁଧବାର ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟ୍ସମ୍ୟାନ...

ଆଇସିସି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୮ରେ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବୋର୍ଡ ବୈଠକ ଚଳିତ ମାସ ୨୮ ତାରିଖରେ ହେବ। କରୋନା ଭାଇରସ୍‌ କାରଣରୁ ଆସନ୍ତା ଟି୨୦ ବିଶ୍ୱକପ୍‌...

Advertisement
Archives

Model This Week