Posted inଜାତୀୟ

ଜବ୍‌ ଫର୍‌ ସେକ୍ସ ର଼୍ୟାକେଟରେ ଆଣ୍ଡାମାନର ପୂର୍ବତନ ମୁଖ୍ୟ ସଚିବ

ଚେନ୍ନାଇ,୨୮।୧୦ (ଆଇଏଏନ୍‌ଏସ୍‌):ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣ ନିଯୁକ୍ତି ପାଇଁ ସେକ୍ସ ର଼୍ୟାକେଟ୍‌ର ମୁଖ୍ୟ ଥିବା ଜଣାପଡ଼ିଛି। ତାଙ୍କର ପୋର୍ଟ ବ୍ଲେୟାର ବାସଭବନକୁ ୨୦ ଜଣ ମହିଳାଙ୍କୁ ନିଆଯାଇଥିବା ଅଭିଯୋଗ ହୋଇଛି। ସେହି ମହିଳାମାନଙ୍କୁ ଯୌନ ଶୋଷଣ କରାଯିବା ପରେ ସରକାରୀ ନିଯୁକ୍ତି ଦିଆଯାଇଥିଲା। ଜଣେ ୨୦ ବର୍ଷୀୟା ଯୁବତୀ ଜିତେନ୍ଦ୍ର ନାରାୟଣ ଏବଂ ଆଣ୍ଡାମାନ ନିକୋବରର ତତ୍କାଳୀନ ଶ୍ରମ କମିଶନର ଆର୍‌.ଏଲ୍‌. ଋଷିଙ୍କ ବିରୋଧରେ ଯୌନ ଶୋଷଣ ଓ ଗଣବଳାତ୍କାର ଅଭିଯୋଗ ଆଣିବା ପରେ ଘଟଣା ପଦାକୁ ଆସିଥିଲା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ଶ୍ରମ କମିଶନରଙ୍କ ସହ ପରିିଚିତ କରାଇବା ପରେ ତତ୍କାଳୀନ ମୁଖ୍ୟସଚିବଙ୍କ ଘରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଜବରଦସ୍ତ ମଦ ପିଆଯାଇଥିଲା ଏବଂ ମୁଖ୍ୟସଚିବ ଓ ଶ୍ରମ କମିଶନର ତାଙ୍କୁ ବଳାତ୍କାର କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗରେ ଦର୍ଶାଇଥିଲେ। ମୁଖ୍ୟ ସଚିବ ପୋର୍ଟ ବ୍ଲେୟାରରୁ ନୂଆଦିଲ୍ଲୀ ବଦଳି ହେବା ପରେ ତାଙ୍କ ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡ ଡିସ୍କକୁ ଲିଭାଯିବା ସହ ଡିଜିଟାଲ ଭିଡିଓ ରେକର୍ଡରକୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଯୌନ ଶୋଷଣ ରିପୋର୍ଟ ଆସିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଚାକିରିରୁ ନିଲମ୍ବନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri