ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ…

ପ୍ୟୋଙ୍ଗୟାଙ୍ଗ,୧୮।୨ : ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌(ଜେସିଏସ) କହିଛନ୍ତି ଯେ ଉତ୍ତର କୋରିଆ ଶନିବାର ଦିନ ଏହାର ପୂର୍ବ ଉପକୂଳରୁ ସମୁଦ୍ରକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆସନ୍ତା ସପ୍ତାହରେ ୱାଶିଂଟନରେ ଆୟୋଜିତ ହେବାକୁ ଥିବା ମିଳିତ ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ ପୂର୍ବରୁ ଉତ୍ତର କୋରିଆର ଏହି ପଦକ୍ଷେପ ନେଇଛି।

ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି, ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଉତ୍ତର କୋରିଆର ପୂର୍ବ ସାଗରରେ ଏକ ଅଜ୍ଞାତ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ଅଲ ଜଜିରା ରିପୋର୍ଟ ଅନୁସାରେ, ଜାପାନର କୋଷ୍ଟଗାର୍ଡ ମଧ୍ୟ କହିଛନ୍ତି ଯେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପୂର୍ବ ସମୁଦ୍ରକୁ ଜାପାନର ସାଗର ମଧ୍ୟ କୁହାଯାଏ। କ୍ଷେପଣାସ୍ତ୍ର ପରୀକ୍ଷା କରିବାର ଗୋଟିଏ ଦିନ ପୂର୍ବରୁ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରଣାଳୟ ଦକ୍ଷିଣ କୋରିଆ ବିରୋଧରେ ଅପ୍ରତ୍ୟାଶିତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲା।

ୟୋନହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ କୋରିଆ ସୈନ୍ୟ ବିଭାଗ ସୂତ୍ରରୁ କହିଛି ଯେ ଡିସେମ୍ବର ମାସରେ ଉତ୍ତର କୋରିଆ ଦୁଇଟି ମଧ୍ୟବର୍ତ୍ତୀ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୂର୍ବ ସାଗରରେ ଲଞ୍ଚ କରିଥିଲା। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି ଯେ ଉତ୍ତର ପ୍ୟୋଙ୍ଗାନଙ୍ଗ ପ୍ରଦେଶର ତୋଙ୍ଗଚାଙ୍ଗ-ଆରଆଇ ଅଞ୍ଚଳରୁ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୧୩ ରୁ ମଧ୍ୟାହ୍ନ ବ ୧୨ଟା ୫୫ ମଧ୍ୟରେ ଏହି ଉତକ୍ଷେପଣ କରାଯାଇଥିବା ନିଶ୍ଚିତ ହୋଇଛି।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ଙ୍କ କହିବାନୁସାରେ, କ୍ଷେପଣାସ୍ତ୍ର ପ୍ରାୟ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁପ୍ତଚର ଅଧିକାରୀମାନେ ଉତ୍ତର କୋରିଆର କ୍ଷେପଣାସ୍ତ୍ର କାର୍ଯ୍ୟକଳାପ ସମ୍ବନ୍ଧରେ ଅନ୍ୟାନ୍ୟ ବିବରଣୀ ପାଇଁ ସନ୍ଧାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

ପରସ୍ପରକୁ ଅଣଦେଖା କଲେ ମୋଦି-ଟ୍ରମ୍ପ: ହାତ ମିଳାଇଲେ, ହେଲେ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସର ଇଭିଆନଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ସ୍ବଳ୍ପ ବୈଠକ କରିଥିଲେ।…

ପାଠ୍ୟପୁସ୍ତକରେ ତ୍ରୁଟି: ୩ ଜଣିଆ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଦିଅ, ପରେ…

ଭୁବନେଶ୍ୱର,୧୭ା୬: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।…

ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା…

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri