ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ…

ପ୍ୟୋଙ୍ଗୟାଙ୍ଗ,୧୮।୨ : ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌(ଜେସିଏସ) କହିଛନ୍ତି ଯେ ଉତ୍ତର କୋରିଆ ଶନିବାର ଦିନ ଏହାର ପୂର୍ବ ଉପକୂଳରୁ ସମୁଦ୍ରକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆସନ୍ତା ସପ୍ତାହରେ ୱାଶିଂଟନରେ ଆୟୋଜିତ ହେବାକୁ ଥିବା ମିଳିତ ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ ପୂର୍ବରୁ ଉତ୍ତର କୋରିଆର ଏହି ପଦକ୍ଷେପ ନେଇଛି।

ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି, ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଉତ୍ତର କୋରିଆର ପୂର୍ବ ସାଗରରେ ଏକ ଅଜ୍ଞାତ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ଅଲ ଜଜିରା ରିପୋର୍ଟ ଅନୁସାରେ, ଜାପାନର କୋଷ୍ଟଗାର୍ଡ ମଧ୍ୟ କହିଛନ୍ତି ଯେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପୂର୍ବ ସମୁଦ୍ରକୁ ଜାପାନର ସାଗର ମଧ୍ୟ କୁହାଯାଏ। କ୍ଷେପଣାସ୍ତ୍ର ପରୀକ୍ଷା କରିବାର ଗୋଟିଏ ଦିନ ପୂର୍ବରୁ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରଣାଳୟ ଦକ୍ଷିଣ କୋରିଆ ବିରୋଧରେ ଅପ୍ରତ୍ୟାଶିତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲା।

ୟୋନହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ କୋରିଆ ସୈନ୍ୟ ବିଭାଗ ସୂତ୍ରରୁ କହିଛି ଯେ ଡିସେମ୍ବର ମାସରେ ଉତ୍ତର କୋରିଆ ଦୁଇଟି ମଧ୍ୟବର୍ତ୍ତୀ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୂର୍ବ ସାଗରରେ ଲଞ୍ଚ କରିଥିଲା। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି ଯେ ଉତ୍ତର ପ୍ୟୋଙ୍ଗାନଙ୍ଗ ପ୍ରଦେଶର ତୋଙ୍ଗଚାଙ୍ଗ-ଆରଆଇ ଅଞ୍ଚଳରୁ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୧୩ ରୁ ମଧ୍ୟାହ୍ନ ବ ୧୨ଟା ୫୫ ମଧ୍ୟରେ ଏହି ଉତକ୍ଷେପଣ କରାଯାଇଥିବା ନିଶ୍ଚିତ ହୋଇଛି।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ଙ୍କ କହିବାନୁସାରେ, କ୍ଷେପଣାସ୍ତ୍ର ପ୍ରାୟ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁପ୍ତଚର ଅଧିକାରୀମାନେ ଉତ୍ତର କୋରିଆର କ୍ଷେପଣାସ୍ତ୍ର କାର୍ଯ୍ୟକଳାପ ସମ୍ବନ୍ଧରେ ଅନ୍ୟାନ୍ୟ ବିବରଣୀ ପାଇଁ ସନ୍ଧାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭିକ୍ଷା ଥାଳି ଧରି ବୁଲୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କେହି ପଇସାଟିଏ ଦେଉନାହାନ୍ତି’

ଇସଲାମାବାଦ୍‌,,୨୨।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ‘ଭିକ୍ଷା ଥାଳ’ ଧରି ପୃଥିବୀର ବିଭିନ୍ନ...

ଆସନ୍ତା ୫ ବର୍ଷ ପାଇଁ ବିକାଶଶୀଳ ଦେଶର ସୈନ୍ୟଙ୍କୁ ତାଲିମ ଦେବ ଚାଇନା…

ବେଜିଂ,୨୭।୨ : ଆଗାମୀ ୫ ବର୍ଷ ପାଇଁ ଚାଇନା ବିକାଶଶୀଳ ଦେଶର ସୈନିକମାନଙ୍କୁ ତାଲିମ ଦେବ । ପ୍ରାୟ ୫ ହଜାର ସୁରକ୍ଷା କର୍ମୀଙ୍କୁ ତାଲିମ...

ପାକ୍ ସେନା ମୁଖ୍ୟଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ

ଇସ୍‌ଲାମାବାଦ,୧୭ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଶନିବାର ପାକ୍ ସେନା ମୁଖ୍ୟ ଜେନରାଲ କମର ଜବେଦ ବାଜୱାଙ୍କ ଉପରେ ଏକ ଦୋଷ ଲଦିଛନ୍ତି...

ମୃତ୍ୟୁସଂଖ୍ୟା ଲକ୍ଷେ ଟପିଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ,୧୧ା୪: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଲକ୍ଷେ ଟପିଛି। ୧୬.୫୦ ଲକ୍ଷ ଲୋକ ଏହି ଭୂତାଣୁ କବଳରେ ଅଛନ୍ତି। ଶୁକ୍ରବାର ମୋଟ ୪,୫୭୦...

ଆମେରିକା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଲେ କିମ୍‌

ସିଓଲ,୧୬।୧୦: ଆମେରିକା ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଛନ୍ତି ଉତ୍ତର କୋରିଆନ ନେତା କିମ୍‌ ଜଙ୍ଗ ଅନ୍‌। ସଂକଳ୍ପ ନେବା ସହ ପ୍ରତିବନ୍ଧକ ଯୋଗୁ...

ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା

ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ...

ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ...

ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି...

Advertisement
Archives

Model This Week