ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୧୮ା୨: ପ୍ରାୟ ଏକ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଶନିବାର ୟୁକ୍ରେନର ପଶ୍ଚିମ ଅଞ୍ଚଳରେ ରୁଷିଆ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସ୍ଥାନୀୟ ସରକାରୀ କର୍ମଚାରୀ କହିଛନ୍ତି, ସତର୍କତା ଦୃଷ୍ଟିରୁ ଅନେକ କ୍ଷେତ୍ରରେ ବିତ୍ୟୁତ ଯୋଗାଣ ସୀମିତ ରହିଥିଲା। କାରଣ ରୁଷିଆ ଏହାର କ୍ଷେପଣାସ୍ତ୍ର ସହିତ ପାଓ୍ବାର ଗ୍ରୀଡକୁ ଟାର୍ଗେଟ କରିଥାଏ।

ୟୁକ୍ରେନ ଗଭର୍ନର କହିଛନ୍ତି, କିଭ୍‌ ଅଞ୍ଚଳର ପଶ୍ଚିମରୁ ୨୭୪ କିଲୋମିଟର ଦୂରରେ ଥିବା ଖେଲମନିଟସ୍କି ସହରରେ ଦୁଇଟି ବିସ୍ଫୋରଣ ଘଟିଛି। ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଶନିବାର ସାରା ଦେଶରେ ସତର୍କ ସୂଚନା ଜାରି କରାଯାଇଛି। ୟୁକ୍ରେନର ଦକ୍ଷିଣ ଏବଂ ପୂର୍ବ କର୍ତ୍ତୃପକ୍ଷ ୟୁକ୍ରେନର ଅନେକ ସମ୍ଭାବ୍ୟ ଅଞ୍ଚଳରେ ସତର୍କତା ଭାବରେ ବିଦ୍ୟୁତ୍‌ ଗ୍ରୀଡ଼୍‌ ଆକ୍ରମଣରୁ ରକ୍ଷା କରିବା ପାଇଁ ବିଦ୍ୟୁତ୍‌ ସୀମିତ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଭଳି ବଡ଼ ରାସ୍ତା ବନ୍ଦ କରିବ ଚାଇନା! ସମୁଦ୍ରରେ ଲଗାଇଲା ବ୍ୟାରିକେଡ; ବିଶ୍ୱରେ ଚହଳ

ବେଜିଂ,୧୬।୪: ଚାଇନା ହର୍ମୁଜ ପ୍ରଣାଳୀ ଠାରୁ ମଧ୍ୟ ବଡ଼ ଏକ ସାମୁଦ୍ରିକ ପଥକୁ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି। ପ୍ରକୃତରେ, ଫିଲିପାଇନ୍ସ ଏବଂ ଜାପାନ ସହିତ ଚାଲିଥିବା…

ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି…

ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ…

ଐତିହାସିକ ପଦକ୍ଷେପ ନେବା ପୂର୍ବରୁ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ମା’-ଭଉଣୀମାନଙ୍କ…

ନୂଆଦିଲ୍ଲୀ,୧୬।୪: ଦେଶର ସମସ୍ତ ମହିଳାଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଲୋଚନା ପୂର୍ବରୁ ସୋସିଆଲ ମିଡିଆ…

ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ…

ଜମ୍ବୁ ଦ୍ୱୀପ ମହୋତ୍ସବରେ ଓଡ଼ିଆ ଅସ୍ମିତାର ଝଲକ: ବିଧାୟକଙ୍କ ଦ୍ୱାରା…

ମହାକାଳପଡ଼ା,୧୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପସାଗର ତଟ ଦେଶର ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ…

ଡିଲିମିଟେଶନ୍‌ ବିରୋଧରେ ଭୋଟ ଦେବେ ବିପକ୍ଷ

ନୂଆଦିଲ୍ଲୀ/ଚେନ୍ନାଇ,୧୬ା୪(ପି.ଟି./ଏଜେନ୍ସି): ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ହର୍ମୁଜକୁ ନେଇ ଇରାନ ଆଗରେ ସର୍ତ୍ତ ରଖିଦେଲେ ଟ୍ରମ୍ପ, ନ ମାନିଲେ ହେବ ବଡ଼ ଯୁଦ୍ଧ

ଓ଼୍ବାଶିଂଟନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହୋଇଛି। ଉଭୟ ଦେଶ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri