ଆଉ ୩ ଚାଇନା ନାଗରିକଙ୍କ ବିରୋଧରେ ଏଲ୍‌ଓସି

ଭୁବନେଶ୍ୱର,୫ା୮(ସତ୍ୟଜିତ୍‌ ରାଉତ):ଦେଶର ବଡ଼ ଶିଳ୍ପପତି, କ୍ରୀଡ଼ାବିତ୍‌ ଓ ଅଭିନେତାଙ୍କ ଫଟୋ ବ୍ୟବହାର କରି ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ଚାଇନା ମାଷ୍ଟରମାଇଣ୍ଡ ଗୁଆଁହୁଆ ୱାଙ୍ଗ୍‌ଙ୍କ ବିରୋଧରେ ପୂର୍ବରୁ ଲୁକ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଜାରି ହୋଇଥିଲା। ଏବେ ତାଙ୍କ ସହଯୋଗୀ ତଥା ୩ ଚାଇନା ନାଗରିକଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଆରମ୍ଭ କରିଛି। ସେମାନେ ହେଲେ ଲିୟୁ ହୁଆଁ, ୱେନ୍‌ହ୍ୟୁ ଝେଙ୍ଗ୍‌ ଓ ଜିହ୍ୟୁ ଜିହାଲୁ। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ଏମାନଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ବିଓଆଇ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରାଯାଇଛି। ଏଥିସହ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ତେବେ ଏମାନଙ୍କୁ ଧରିବା ଇଓଡବ୍ଲ୍ୟୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ଠକେଇ ର଼୍ୟାକେଟ ପରିଚାଳନା ଦାୟିତ୍ୱରେ ଥିବା ଭାରତ ମୁଖ୍ୟ ଚିତ୍ରଭେଲ୍‌ଙ୍କୁ ଇଓଡବ୍ଲ୍ୟୁ ଗତ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ତାମିିଲନାଡ଼ୁରୁ ଗିରଫ କରିଥିବା ବେଳେ ସେ ଏବେ ଜେଲରେ ଅଛନ୍ତି।
ସୂଚନା ଅନୁଯାୟୀ, ମାଷ୍ଟରମାଇଣ୍ଡ ଗୁଆଁହୁଆ ତାଙ୍କ ସହଯୋଗୀଙ୍କ ସହ ୨୦୧୯ ବାଙ୍ଗାଲୋରକୁ ଆସି ସାଇବର ଠକେଇ କରିବାକୁ ପ୍ରାୟ ୧୪ଟି ସେଲ୍‌ କମ୍ପାନୀ ଖୋଲିଥିଲେ। କୋଭିଡ୍‌ ସମୟରେ ଗୁଆଁହୁଆ ତାଙ୍କ ସହଯୋଗୀଙ୍କୁ ନେଇ ଚାଇନା ପଳାଯିବା ସହ ଚିତ୍ରଭେଲ୍‌ଙ୍କ ସହଯୋଗରେ ଭାରତରେ ଏହି ସ୍କାମ୍‌ ଚଳାଉଥିଲେ। ଗ୍ରାହକମାନଙ୍କୁ ନିର୍ଯାତନା ଦେଉଥିବା ଗ୍ୟାଙ୍ଗକୁ ଚିତ୍ରଭେଲ୍‌ ହିଁ ପରିଚାଳନା କରୁଥିଲେ। ଏହି ଆପ୍‌ଗୁଡ଼ିକୁ ସରକାର ବ୍ୟାନ୍‌ କରିବା ପରେ ଚାଇନା ନାଗରିକମାନେ ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ କରି ଲୋକଙ୍କୁ ଫଶାଉଥିଲେ। ଫେକ୍‌ ଆପ୍‌ଗୁଡ଼ିକ ଦ୍ୱାରା ସେଲିବ୍ରିଟିଙ୍କ ଫଟୋକୁ ବିଜ୍ଞାପନ ରୁପେ ବ୍ୟବହାର କରି ଲୋକଙ୍କୁ ଆକୃଷ୍ଟ କରୁଥିଲେ। ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ବହୁ ଟଙ୍କା ନେଇଯାଇ ଏହି ଠକ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri