ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…

ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ ମଣିଷ ଖାଇଥିଲା। ଏହା ମାନବ ନିଜ ଦଳର ଅନ୍ୟ ସଦସ୍ୟଙ୍କ ମାଂସ ଖାଇବା’ର ସର୍ବ ପୁରାତନ ପ୍ରମାଣ ବୋଲି ବିଶ୍ୱାସ କରାଯାଉଛି। ସ୍ମିଥସୋନିଆନ ନ୍ୟାଶନାଲ ମ୍ୟୁଜିୟମ ଅଫ ନାଚୁରାଲ ହିଷ୍ଟ୍ରିର ଗବେଷକମାନେ ହୋମୋ ସାପିଏନ୍ସ ସହିତ ଜଡିତ ପ୍ରଜାତିର ବାମ ଟିବିଆରେ ଏହି ଚିହ୍ନଗୁଡିକ ଆବିଷ୍କାର କରିଥିଲେ। ଏହି ପ୍ରଜାତି ବର୍ତ୍ତମାନର କେନିଆରେ ବାସ କରୁଥିଲେ। ୧୧ ଟି କଟା ଦାଗ ମଧ୍ୟରୁ ପ୍ରାୟ ୯ ଟି ପଥର ଉପକରଣ ଦ୍ୱାରା କରାଯାଇଥିବା ଦାଗ ସହିତ ମେଳ ହୋଇଥିବାବେଳେ ଅନ୍ୟ ଚିହ୍ନଗୁଡିକ ଦାନ୍ତ ଚିହ୍ନ ବୋଲି ଅନୁମାନ କରାଯାଉଛି।

ପ୍ରକଳ୍ପର ମୁଖ୍ୟ ଗବେଷକ ବ୍ରିଆନା ପୋବିନର୍‌ କହିଛନ୍ତି କଟା ଚିହ୍ନ ହତ୍ୟାକାରୀ ମାଂସ ଖାଇଥିବାର ପ୍ରମାଣ କରୁ ନାହିଁ, କିନ୍ତୁ ଏହା ଏକ ସମ୍ଭାବନା ହୋଇଥାଇପାରେ । ଏହି ଅସ୍ଥି ୧୯୭୦ରେ ପାଲୋଓଣ୍ଟ୍ରୋପୋଲୋଜିଷ୍ଟ ମେରି ଲିକିଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ଏବଂ ଏହା ପରେ କେନିଆର ନାଇରୋବି ସଂଗ୍ରହାଳୟରେ ରଖାଯାଇଥିଲା। ସମ୍ପ୍ରତି, ଯେତେବେଳେ ପୋବିନର୍‌ ପଶୁ କାମୁଡ଼ିବା ଚିହ୍ନ ଖୋଜି ଟିବିଆକୁ ପୁନଃ ସମୀକ୍ଷା କଲେ, ସେତେବେଳେ ସେ ନୂତନ ଏବଂ ରହସ୍ୟମୟ ଚିହ୍ନ ପାଇଲେ ।

ସେ ଏକ ବିବୃତ୍ତିରେ କହିଛନ୍ତି, ଆମକୁ ମିଳିଥିବା ସୂଚନାରୁ ଆମେ ଅନୁମାନ କରୁଛୁ ଆଜିକୁ ଅତି କମରେ ୧୪-୧୫ ଲକ୍ଷ ବର୍ଷ ପୂର୍ବେ ହୋମିନିନମାନେ ଅନ୍ୟ ହୋମିନିନଙ୍କୁ ଖାଉଥିଲେ। ପୋବିନର୍‌ କହିଛନ୍ତି, ହୁଏତ ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଅନ୍ୟ ମାନବଙ୍କ ମାଂସ ଖାଉଥାଇପାରେ।

ହାଡ଼ରେ ଥିବା ଏହି କଟା ଚିହ୍ନଗୁଡିକ ଖାଇବା ସମୟରେ ଦାନ୍ତ ଦ୍ୱାରା ସୃଷ୍ଟି ହୋଇଥିବା ପରି ଦେଖାଯାଉଛି। ଏଥିରୁ ଅନୁମାନ କରାଯାଉଛି ଗୋଡର ମାଂସ ଖିଆଯାଇଥିଲା। ତେଣୁ ଏହି ଜୀବାଶ୍ମ ପ୍ରାଚୀନ ମାନବର କ୍ୟାନିବ୍ୟାଲିଜିମର ଏକ ପ୍ରମାଣ ହୋଇପାରେ। ଗବେଷକମାନେ ପ୍ରମାଣ ପାଇଛନ୍ତି ଏହି ଜୀବାଶ୍ମ ମିଳିଥିବା ଅଞ୍ଚଳରେ ଅତି କମରେ ତିନିଟି ହୋମିନିନ ପ୍ରଜାତି ବାସ କରୁଥିଲେ। ସେଥିମଧ୍ୟରେ ହୋମୋ ଇରେକ୍ଟସ, ହୋମୋ ହାବିଲିସ ଏବଂ ପାରାଣ୍ଟ୍ରୋପସ ବୋଇସେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri