ଝିଅ ହେଲା ବୋଲି ମାଗଣାରେ ଗୁପଚୁପ ବାଣ୍ଟିଲେ ପିତା

ଭୋପାଳ,୧୪ ।୯: ବର୍ତ୍ତମାନ ସମୟରେ ସରକାର କହୁଛନ୍ତି କନ୍ୟା ଭ୍ରୁଣ ହତ୍ୟା କରନ୍ତୁ ନାହିଁ । ଏମାନେ ଦେଶର ଭବିଷ୍ୟତ । ଏହାପରେ ବି ଅନେକ ଲୋକ ଝିଅଟିଏ ଜନ୍ମ ହେଲେ ମନ ଖରାପ କରୁଛନ୍ତି । ଆଉ କେହି କେହି ଝିଅକୁ ଅଲୋଡା ବୋଲି ବି ଭାବୁଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକେ ମାଗଣାରେ ଗୁପଚୁପ ଖାଇବାକୁ ଭିଡ ଲଗାଇଥିବା ଦେଖାଯାଉଛି । ଘଟଣାଟି ହେଲା ମଧ୍ୟପ୍ରଦେଶ ଭୋପାଳର କୋଲାର ସ୍ଥିତ ବୀମା କୁଞ୍ଜରେ ଲମ୍ବା ଲାଇନରେ ଲୋକେ ଗୁପଚୁପ ଷ୍ଟଲ ପାଖରେ ଭିଡ ଲଗାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ସେଠାକାର ଆଞ୍ଚଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ କନ୍ୟା ସନ୍ତାନଟିଏ ଆସିବାରୁ ସେ ଖୁସିରେ ଲୋକଙ୍କୁ ମାଗଣାରେ ଗୁପଚପ ଖାଇବାକୁ ଦେଉଛନ୍ତି । ଏମିତିକି ସେହି ବାଟ ଦେଇ ଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗୁପଚୁପ ଖାଇ ଦେଇ ଯିବାକୁ ସେ ଅନୁରୋଧ କରୁଛନ୍ତି । ଯାହାର ଯେତେ ଇଚ୍ଛା ପେଟଭଳି ଗୁପଚୁପ ଖାଇବାକୁ ଆଞ୍ଚଲ ଅନୁରୋଧ କରୁଛନ୍ତି । କାରଣ ତାଙ୍କର କନ୍ୟା ସନ୍ତାନଟିଏ ହୋଇଛି । ଏହା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହିଜବୁଲର ୩ ଆତଙ୍କବାଦୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଘୋଷଣା କଲା ପୋଲିସ

ଜମ୍ମୁ,୨୮।୧୦: ଘାଟିରୁ ଆତଙ୍କବାଦୀ ମୂଳୋତ୍ପାଟନ କରିବାକୁ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଯେମିତି ଏକ ପ୍ରକାର ଶପଥ ନେଇଛି ବୋଲି କୁହାଯାଉଛି ଏହି କ୍ରମରେ ରାଜ୍ୟର...

ନାଗରିକତ୍ୱ ବିଲ୍‌ ଲୋକ ସଭାରେ ଗୃହୀତ: ସମ୍ବିଧାନ ହେଉଛି ଏକମାତ୍ର ଧର୍ମ

ନୂଆଦିଲ୍ଲୀ,୧୦।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ ଲୋକ ସଭାରେ ସୋମବାର ବିଳମ୍ବିତ ରାତିରେ ଗୃହୀତ ହୋଇଯାଇଛି। ବିଲ୍‌କୁ ନେଇ ୧୨ ଘଣ୍ଟା ଧରି ଜୋର୍‌ଦାର ବିତର୍କ ପରେ ଏହା...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧.୪୦ ଲକ୍ଷ ଟଙ୍କାର କ୍ୟାମେରା, ପ୍ୟାକେଟ୍‌ ଭିତରୁ ବାହାରିଲା ଏମିତି

ମହାମାରୀ କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ତାଲା ପଡିଛି। ଆଜିକାଲି ବାହାରକୁ ଯାଇ ନ ପାରି ଲୋକମାନେ ଅନଲାଇନ ସପିଂକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ...

ନେପାଳ ସୀମାରେ ସଂକ୍ରମଣ ବଢ଼ାଇପାରେ ପାକ୍‌

ନୂଆଦିଲ୍ଲୀ, ୧୬।୪: ଭାରତ-ନେପାଳରେ ସୀମାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର କରିପାରେ ବୋଲି ଭାଜପା ଏମ୍‌ପି ବିଜୟ ଦୁବେ ଆଶଙ୍କା ବ୍ୟକ୍ତ...

ସ୍ବାମୀଙ୍କ ସହ ମୋବାଇଲରେ କଥା ହୋଇ ସାପ ଉପରେ ବସିପଡିଲେ ମହିଳା

ଗୋରଖପୁର,୮।୯: ହରିୟାଣା ଗୋରଖପୁର ରିୟାବ ଗାଁର ଗୀତା ନାମକ ଜଣେ ମହିଳା ମୋବାଇଲ ଫୋନରେ କଥା ହୋଇ ସାପ ଉପରେ ବସି ପଡିବା ଏବେ ଚର୍ଚ୍ଚାର...

ଗିରଫ ହେଲେ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର

ଲକ୍ଷ୍ନୌ,୨୭ ।୮: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ହଜରତଗଞ୍ଜ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ଶୁକ୍ରବାର ଏକ ମାମଲା ରୁଜୁ...

ବ୍ଲାକମେଲର ଗ୍ୟାଙ୍ଗ ଚଳାଉଥିଲା ପୋଲିସ

ଭୋପାଳ,୨।୭: ମଧ୍ୟପ୍ରଦେଶର ହୋଶାଙ୍ଗବାଦରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଲାଗି ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସୁନିତା ଠାକୁର...

Advertisement


Archives

Model This Week