Posted inଜାତୀୟ

ଜି-୨୦କୁ ଦେଖି ବିଚଳିତ ପାକିସ୍ତାନ ଆର୍ମି, ଅନନ୍ତନାଗ ଆକ୍ରମଣରେ ପାକିସ୍ତାନର ହାତ

ନୂଆଦିଲ୍ଲୀ,୧୪।୯: କାଶ୍ମୀରର ଅନନ୍ତନାଗ ଏବଂ ରାଜୌରୀରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଗତ ୫ଦିନର କ୍ରସ ବର୍ଡର କଲ ଇଣ୍ଟରସେପ୍ଟରୁ ଜଣାପଡିଛି ଯେ ପାକିସ୍ତାନ ଆତଙ୍କବାଦୀମାନେ ଏକାସାଙ୍ଗରେ ଏକାଧିକ ଆକ୍ରମଣ ଯୋଜନା କରୁଛନ୍ତି।
ଭାରତର ଅଧ୍ୟକ୍ଷତାରେ ଜି -୨୦ର ସଫଳତା ଯୋଗୁଁ ପାକିସ୍ତାନରେ ଆତଙ୍କ ଖେଳିଯାଇଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏହି ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ଯୋଜନା କରିଥିଲା। ଜି-୨୦ ପରଠାରୁ ପାକିସ୍ତାନୀ ସେନା ଏକ ବଡ଼ ଆକ୍ରମଣ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ।
ଦୁଇ ଦିନ ମଧ୍ୟରେ କାଶ୍ମୀରରେ ଦୁଇଟି ବଡ଼ ଆକ୍ରମଣ ହୋଇଛି। ବୁଧବାର କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗରେ ସୁରକ୍ଷା ବାହିନୀ ଏବଂ ଲଶ୍କର-ଏ-ତୋଏବା (ଏଲଇଟି) ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଆର୍ମି କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧାନୌତ ଏବଂ ଜମ୍ମୁ-କଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ୍ଟ ଶହୀଦ ହୋଇଥିବାବେଳେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ସେହିଭଳି ରାଜୌରୀରେ ମଧ୍ୟ ଦୁଇ ଜଣ ଏଲଇଟି ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ପାକିସ୍ତାନ ଦ୍ୱାରା ସୀମା ଆକ୍ରମଣ ପାଇଁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୧୩ା୫: ରାଜ୍ୟ ସଭା ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ...

କଂଗ୍ରେସର ଗ୍ୟାରେଣ୍ଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ଏଭଳି କିଛି ପ୍ରତିଶ୍ରୁତି ଦେଲେ ସୋନିଆ

ନୂଆଦିଲ୍ଲୀ,୧୩ା୫ : ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାରରେ ଦିଆଯାଇଥିବା ଗ୍ୟାରେଣ୍ଟିଗୁଡ଼ିକ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ...

ମୁମ୍ବାଇରେ ପ୍ରବଳ ବର୍ଷା: ହୋର୍ଡିଂ ପଡି ୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର,୧୩।୫: ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଛି। ସୋମବାର ଘାଟକୋପର ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ପେଟ୍ରୋଲ ପମ୍ପ ଉପରେ ଥିବା...

ଜେଲ୍‌ରୁ ଫେରିବା ପରେ ବଡ଼ ବୟାନ ଦେଲେ କେଜ୍‌ରିଓ୍ବାଲ, କହିଲେ ଭାଜପା…

ନୂଆଦିଲ୍ଲୀ,୧୩।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଦଳର ସମସ୍ତ କାଉନସିଲରଙ୍କ ସହ ଏକ ବୈଠକ କରିଛନ୍ତି। ଅନ୍ତରୀଣ ଜାମିନ ପାଇବା ପରେ କାଉନସିଲରଙ୍କ ସହ ଏହା...

୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଝିଅ ପାଇଁ ବର ଖୋଜିଲେ ପରିବାର, ଦେଲେ ଏଭଳି ବିଜ୍ଞାପନ, ଜାଣିଲେ…

ବେଙ୍ଗାଲୁରୁ,୧୩।୫: କର୍ନାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ପୁତୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଝିଅର ବିବାହ ପାଇଁ...

ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୩।୫: ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି...

ମୋଦିଙ୍କ ନାମାଙ୍କନ ପୂର୍ବରୁ ବାରାଣସୀରେ କାହିଁକି ପହଞ୍ଚିଛନ୍ତି ୧୫୦ କିନ୍ନର ସନ୍ଥ

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ବାରାଣାସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ଭାଜପା ସମସ୍ତ ପ୍ରସ୍ତୁତି ଚଳାଇଛି, ଏହା ପୂର୍ବରୁ...

୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା

ନୂଆଦିଲ୍ଲୀ,୧୩।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି। ଏଭଳି ପରିସ୍ଥିତିରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri