Posted inଜାତୀୟ

ଅନନ୍ତ-ରାଧିକାଙ୍କ ବାହାଘରରେ ରାଜାରାଜୁଡ଼ାଙ୍କ ପରି ଅତିଥିଙ୍କ ଚର୍ଚ୍ଚା କଲେ ଅମ୍ବାନୀ ପରିବାର

ମୁମ୍ବାଇ,୧୩।୭: ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ସାନ ପୁଅ ଅନନ୍ତଙ୍କ ବାହାଘର ଅତ୍ୟନ୍ତ ଜାକଜମକରେ କରୁଛନ୍ତି। ଭାରତ ତଥା ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପିଲାଦିନର ସାଙ୍ଗ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ।

ବଲିଉଡ ସମେତ ପ୍ରସିଦ୍ଧ ଅନ୍ତର୍ଜାତୀୟ ଗାୟକ ଜଷ୍ଟିନ ବିବର ଭାରତୀୟ ସିନେ ତାରକା ଶାହରୁଖ ଖାନ ଏବଂ ଐଶ୍ୱରୀୟା ରାୟ ବଚ୍ଚନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ ଜନସନ ଆଦି ଏହି ରାଜକୀୟ ବିବାହର ଶୋଭା ବଢାଇଥିଲେ। ଯାହା ଆପଣ ବିଭିନ୍ନ ସୋସିଆଲ ମିଡିଆ ପ୍ଳାର୍ଟଫର୍ମରେ ଦେଖିଥିବେ।

ଅତିଥି ତାଲିକା ପରି ଅମ୍ବାନୀ ପରିବାର ଭୋଜିର ମେନୁ ତାଲିକା ମଧ୍ୟ ରାଜକୀୟ ଥିଲା। ଏସିଆର ସର୍ବବୃହତ ଧନୀ ଅତିଥିମାନଙ୍କୁ ମହାରାଜା ବିଶ୍ୱ ଭ୍ରମଣରେ ବାହାରି ବିଭିନ୍ନ ରକମର ଖାଦ୍ୟ ଚାଖିବା ଭଳି ଅନୁଭୂତି ଦେଇଥିଲେ, ଯେଉଁଠି ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ନଥିଲା।

ଦି କାର୍ଡିସିଆନ୍ସ ସିଷ୍ଟରଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ, WWE ସୁପରଷ୍ଟାର ଜନ୍ ସିନା, ସଚିନ ତେନ୍ଦୁଲକର ଏବଂ ଏମ.ଏସ ଧୋନୀଙ୍କ ପରି କିମ୍ବଦନ୍ତୀ କ୍ରିକେଟର ସେମାନଙ୍କ ଖାଇବା ଥାଳିରେ ପରଷା ଯାଇଥିଲା ପାରମ୍ପରିକ ଭାରତୀୟ ବ୍ୟଞ୍ଜନ ସାଙ୍ଗକୁ ବିଶ୍ୱର ବିଭିନ୍ନ ପ୍ରସିଦ୍ଧ ବ୍ୟଞ୍ଜନ।

ଅତିଥି ମାନଙ୍କ ମୁହଁ ମିଠା କରିବା ଲାଗି ଭାରତର ପାରମ୍ପରିକ ରାବିଡ଼ି ଏବଂ ଲସି ଭଳି ମିଠା ପରଷାଯାଇଥିଲା। ଯାହାକୁ ଅତିଥିମାନେ ବେଶ ପ୍ରଶଂସା କରିଥିବା କୁହାଯାଉଛି।

ତାଲିକାରେ ବହୁମୂଲ୍ୟ କ୍ରିମି କାଭିଅର ପରଷା ଯାଇଥିଲା, ଯାହା ଅମ୍ବାନୀ ପରିବାର ପାଇଁ ଆଦୌ ମହଙ୍ଗା ନୁହେଁ।

ଅମ୍ବାନୀ ଘର ବାହାଘରରେ ମିଠା ତାଲିକାରେ ସାଧାରଣ ମିଠା ବ୍ୟତୀତ ସ୍ୱତନ୍ତ୍ର ଫ୍ରୁଟ କେକ୍ ପ୍ରସ୍ତୁତ କରାଯାଇଥିଲା। ଯାହା ଉପରେ ଏପରି ଜୀବନ୍ତ ଆର୍ଟ କରାଯାଇଥିଲା, ସତସତିକା ଫଳ ଏହା ମଧ୍ୟରେ ଫରକ ଜଣା ପଡି଼ବ ନାହିଁ।

ଅମ୍ବାନୀ ପରିବାର ସେମାନଙ୍କର ହାଇ-ପ୍ରୋଫାଇଲ୍ ଅତିଥିମାନଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରିଥିଲେ। ଯେଉଁମାନେ ସମସ୍ତେ ପାରମ୍ପରିକ ଭାରତୀୟ ଲେହେଙ୍ଗା, ଶାଢ଼ୀ, ଏବଂ କୁର୍ତ୍ତା ପରିଧାନ କରିଥିଲେ ଯାହା ଆଗାମୀ ବିବାହ ଋତୁରେ ଟ୍ରେଣ୍ଡ ସେଟ କରିବ।

ବିବାହ ସ୍ଥାନକୁ ପବିତ୍ର ବାରାଣାସୀ ଥିମରେ ରୂପାନ୍ତରିତ କରାଯାଇଥିଲା ଏବଂ ଏହି ଚମତ୍କାର ପୃଷ୍ଠଭୂମିରେ ପ୍ରିୟଙ୍କା ଚୋପ୍ରାଙ୍କ ପରି ସେଲିବ୍ରିଟିଙ୍କ ଫୁଟେଜ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।

ତେବେ ଏହି ବିବାହ ପାର୍ଟି ବର୍ତ୍ତମାନ ଆରମ୍ଭ ହେଉଛି। କାରଣ ଏହି ବିବାହ ଉତ୍ସବ ପାଇଁ ଏକ ତିନି ଦିନିଆ କାର୍ଯ୍ୟକ୍ରମ ରହିଛି, ଜୁଲାଇ ୧୩ ରେ ‘ଶୁଭ ଆଶୀର୍ବାଦ’ ଏବଂ ‘ମଙ୍ଗଲ ଉତ୍କଳ’ କିମ୍ବା ବିବାହ ରିସେପ୍ସନ୍ ଜୁଲାଇ ୧୪ ରେ ରହିଛି।

କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ଅନନ୍ତ ଏବଂ ରାଧିକାଙ୍କ ବିବାହ କେବଳ ପ୍ରେମର ଉତ୍ସବ ନୁହେଁ, ଏହା ଏକ ବାହାଘର ଯାହା ଆଗାମୀ ଶହେ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?