ଆଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କୁ ବୋଟ୍‌ ଯୋଗାଇବେ ଆନନ୍ଦ ମହିନ୍ଦ୍ରା

ମାଲକାନଗିରି,୨୨ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଅନେକ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ସମୟରେ ନଦୀ ପାରହୋଇ ଅଞ୍ଚଳବାସୀ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଲାଉତୁମ୍ବା, କଦଳୀ ଗଛର ଭାର, ପେଟତଳେ ହାଣ୍ଡି ଦେଇ ବିପଦସଙ୍କୁଳ ଅବସ୍ଥାରେ ଲୋକେ ନଦୀ ପାର ହୋଇଥାନ୍ତି। ନିକଟରେ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ରାଲେଗେଡ଼ା ପଞ୍ଚାୟତ ନେରୁଡୁପାଲି ନାଳ ପାରହୋଇ ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକମାନେ ସେମାନଙ୍କ କର୍ତ୍ତବ୍ୟ ତୁଲାଇବା ପାଇଁ ଲାଉତୁମ୍ବା ଅଣ୍ଟାରେ ବାନ୍ଧି ନାଳପାର ହୋଇ ରାଲେଗେଡା ଯାଇଥିଲେ। ସେହିପରି ସୁଆପାଲି ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ପ୍ରମିଳା ପାଙ୍ଗୀ ଓ ନେରୁଡୁପାଲି ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ହେମଲତା ଶିଶା ଅଣ୍ଟାରେ ଲାଉତୁମ୍ବା ବାନ୍ଧି ନିଜ ଜୀବନକୁ ବାଜି ଲଗାଇ ନେରୁଡୁପାଲି ନାଳ ପାରି ହୋଇ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମହିନ୍ଦ୍ରା କମ୍ପାନୀ ମାଲିକ ଆନନ୍ଦ ମହିନ୍ଦ୍ରା ଉକ୍ତ ଅଞ୍ଚଳର ଲୋକଙ୍କ ପାଇଁ ଏକ ମୋଟର ବୋଟ୍‌ ଯୋଗାଇଦେବାକୁ କହିଛନ୍ତି। ଫଳରେ ସରକାରୀ କର୍ମଚାରୀ ଏବଂ ସାଧାରଣ ଲୋକେ ବୋଟ୍‌ ଯୋଗେ ନାଳପାର ହୋଇ ଯାତାୟାତ କରିପାରିବେ। ମହିନ୍ଦ୍ରାଙ୍କ ଏପରି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?