ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି ନୁହେଁ, ଆନନ୍ଦ ମହିନ୍ଦ୍ରା ସବୁବେଳେ ନୂଆ ଚିନ୍ତାଧାରାକୁ ପ୍ରଶଂସା କରନ୍ତି। ନିକଟରେ ଆଲେକ୍ସା ବ୍ୟବହାର କରି ମାଙ୍କଡ କବଳରୁ ଭଉଣୀର ଜୀବନ ରକ୍ଷା କରିଥିବା ଯୁବତୀଙ୍କୁ ଚାକିରି ଅଫର୍‌ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା।
ଉତ୍ତରପ୍ରଦେଶ ବସ୍ତି ଜିଲାର ଏକ ୧୩ ବର୍ଷୀୟା ଝିଅ ନିକିତା ସାହସିକତାର ସହ ଆଲେକ୍ସା ଯନ୍ତ୍ରର ବ୍ୟବହାର କରି ନିଜ ବର୍ଷକର ସାନ ଭଉଣୀକୁ ମାଙ୍କଡ଼ ଆକ୍ରମଣରୁ ବଞ୍ଚାଇ ପାରିଛି। କିଛି ଅତିଥି ତାଙ୍କ ଘରକୁ ଆସିଥିବାରୁ ସେମାନେ ଫେରିବାବେଳେ ଘରର ଗେଟ୍‌ ଖୋଲା କରିଦେଇ ଯାଇଥିଲେ। ଗେଟ୍‌ ଖୋଲାଥିବାର ସୁଯୋଗ ନେଇ କିଛି ମାଙ୍କଡ଼ ଘର ମଧ୍ୟରେ ପ୍ରବେଶ କରି ରୋଷେଇ ଘରେ ବାସନକୁସନ ଫିଙ୍ଗିବା ସହ ତାଙ୍କ ସାନ ଭଉଣୀଙ୍କୁ ଡରାଇବାକୁ ଲାଗିଥିଲେ। ଭୟରେ ସାନ ଭଉଣୀର କାନ୍ଦ ଶୁଣି ନିକିତା ସେଠାରେ ପହଞ୍ଚିଥିଲେ। ସେତେବେଳେ ନିକିତାଙ୍କ ଆଖି ପଡିଥିଲା ଫ୍ରିଜ୍‌ ଉପରେ ରଖାଯାଇଥିବା ଆଲେକ୍ସା ଡିଭାଇସ୍‌ ଉପରେ। ସାଙ୍ଗେ ସାଙ୍ଗେ ସେ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆଲେକ୍ସାକୁ କୁକୁର ଭଳି ଭୋକିବାକୁ କମାଣ୍ଡ ଦେଇଥିଲେ। ଫଳରେ ଆଲେକ୍ସା ଅବିକଳ କୁକୁର ଭଳି ଶବ୍ଦ କରିଥିଲା। ନିକିତାଙ୍କ ଘରେ ପଶିଥିବା ମାଙ୍କଡମାନେ ଏଥିରେ ଭୟଭୀତ ହୋଇ ଝରକା ପଟଦେଇ ପଳାଇ ଯାଇଥିଲେ। ବଡ଼ ଝିଅ ନିକିତାଙ୍କ ଊପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ସାନ ଝିଅର ଜୀବନ ବଞ୍ଚିଯାଇଥିବା ନେଇ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ନିକିତାଙ୍କ ମା’। ଆଲେକ୍ସା ଯନ୍ତ୍ର କେତେ ଉପକାରୀ ତାହା ଆଜି ଜଣାପଡ଼ିଛି ବୋଲି ନିକିତାଙ୍କ ମା’ ଓ ପରିବାର ଲୋକ କହିଛନ୍ତି। ଏହି ଘଟଣାପରେ ସୋସିଆଲ ମିଡିଆରେ ଆଲେକ୍ସାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ଘଟଣାରେ ପ୍ରତିକ୍ରିୟା କରି ଆନନ୍ଦ ମହିନ୍ଦ୍ରା ତାଙ୍କ ଏକ୍ସରେ ଲେଖିଛନ୍ତି, ଆମ ଯୁଗର ପ୍ରଥମ ପ୍ରଶ୍ନ ହେଉଛି ଆମେ ଟେକ୍ନୋଲୋଜିର ଶିକାର ହେଉଛୁ ନା ଏହାକୁ ଗ୍ରହଣ କରୁଛୁ। ଏହି ଝିଅର କାହାଣୀ ଏକ ସାନ୍ତ୍ୱନା ଦେଇଥାଏ ଯେ ଟେକ୍ନୋଲୋଜି ସର୍ବଦା ସେଠାରେ ରହିବ। ମାନବ ପ୍ରତିଭା … ଶିଶୁର ଚିନ୍ତାଧାରା ଅସାଧାରଣ ଥିଲା। ସେ ଯାହା ପ୍ରଦର୍ଶନ କରିଥିଲେ ତାହା ହେଉଛି ଏକ ଅପ୍ରତ୍ୟାଶିତ ଦୁନିଆରେ ନେତୃତ୍ୱ ଦକ୍ଷତା। ଯଦି ସେ ଅଧ୍ୟୟନ ସମାପ୍ତ କରିବା ପରେ କର୍ପୋରଟ ଦୁନିଆରେ ଯୋଗଦେବାକୁ ଚାହାଁନ୍ତି, ମୁଁ ଆଶା କରେ ଆମେ ତାଙ୍କୁ @MahindraRiseରେ ଯୋଗଦେବାକୁ କହିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri