Posted inଫୁରସତ

କୁମ୍ଭୀରକୁ ଏମିତି ଗୁଡ଼ାଇ ଧରିଥିଲା ବିଶାଳକାୟ ଆନାକୋଣ୍ଡା, ଆଉ ତା’ ପରେ…

ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇ ହେଉଥିବାର ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ। ଏସବୁ ଭିଡିଓକୁ କ୍ୟାମେରାରେ କଏଦ କରିବା ଜଣେ ଫଟୋଗ୍ରାଫର ପାଇଁ ବହୁତ କଷ୍ଟକର ବ୍ୟାପାର। ବର୍ତ୍ତମାନ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ବିଶାଳକାୟ ଆନାକୋଣ୍ଡା କୁମ୍ଭୀରକୁ ଆକ୍ରମଣ କରୁଥିବା ଦେଖାଯାଇଛି।

ଓାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର କିମ୍‌ ସୁଲିବନ ବ୍ରାଜିଲର କୁଇଆବା ନଦୀରେ ଆନାକୋଣ୍ଡା ଓ କୁମ୍ଭୀରଙ୍କ ଲଢ଼େଇ ସମୟର ଫଟୋକୁ କ୍ୟାମେରାରେ କଏଦ କରିବାରେ ସଫଳ ହୋଇଛନ୍ତି। ନଦୀ କୂଳରେ ଉଭୟଙ୍କ ମଧ୍ୟରେ ପାଖାପାଖି ୪୦ ମିନିଟ୍‌ ଧରି ସଂଘର୍ଷ ଚାଲିଥିଲା। ଫଟୋଗ୍ରାଫର ଏହା ଦେଖି ନିଜ କ୍ୟାମେରାରେ ଏହି ଦୃଶ୍ୟର ଫଟୋ ଉଠାଇଥିଲେ। ଏବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

କିମ କହିଛନ୍ତି, ସେ ତାଙ୍କ ଜୀବନରେ କେବେ ବି ଏମିତି ଏକ ଦୃଶ୍ୟ ଦେଖି ନ ଥିଲେ। ଏଭଳି ଦୃଶ୍ୟକୁ ସେ ପ୍ରଥମ ଥର ପାଇଁ ଦେଖିଛନ୍ତି। ନଦୀକୂଳରେ କୁମ୍ଭୀର ଓ ଆନାକୋଣ୍ଡା ଲଢ଼େଇ କରୁଥିଲେ। କୁମ୍ଭୀରକୁ ଆନାକୋଣ୍ଡା ଚାରି ପଟରୁ ଗୁଡ଼ାଇ ଧରିଥିଲା। କୁମ୍ଭୀରଟି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଥିଲା। ତେବେ ଏହି ଘଟଣାର ଶେଷ କେମିତି ହେବ ତାହା ଦେଖିବାକୁ ସେ ସେଠାରେ ଅପେକ୍ଷା କରିଥିଲେ। କିଛି ସମୟର ଏହି ଲଢ଼େଇ ପରେ କୁମ୍ଭୀରଟି ପାଣି ଭିତରକୁ ଚାଲିଯାଇଥିଲା। ତା’ ପରେ ଆନାକୋଣ୍ଡା ବି ପାଣିରୁ ବାହାରି ଜଙ୍ଗଲକୁ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…

ବାଗଦାଦ୍‌, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି। ଏହି ଜଳାଶୟ ଶୁଖିବାରୁ ୩୪୦୦...

ବଢୁଛନ୍ତି ମାନସିକ ରୋଗୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ସହ ଫିଟ୍‌ ରହିବା ଲାଗି ଜିମ୍‌ ବା ଯୋଗ ଆଦି...

ଓବାମାଙ୍କ ମାନିକ୍ୱିନରେ ଶେର୍‌ଓ୍ବାନି

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନିଜ ଦୋକାନକୁ ଆକୃଷ୍ଟ କରିବା ପାଇଁ ଜଣେ ଦୋକାନୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭଳି ମାନିକ୍ୱିନ୍‌ ରଖିଛନ୍ତି। ସେଥିରେ ଏକ...

ବନ୍ଧା ହୋଇ ମଧ୍ୟ କ୍ରିକେଟ୍‌ ଖେଳୁଛି ହାତୀ: ନାଦି ଦେଉଛି ଛକା, ଚାରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା

ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍‌ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ...

ଝାଟିମାଟି ଘରେ ରହୁଥିବା ମହିଳାଙ୍କ ବିଲ୍‌ ଆସିଲା ୬୨ ହଜାର ଟଙ୍କା, ଆଉ ତା ପରେ..

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ରହୁଥିବା ଜଣେ ଗରିବ ମହିଳାଙ୍କ ବିଜୁଳି ବିଲ୍‌ ଆସିଛି ୬୨ହଜାର ଟଙ୍କା। ଏହାଦେଖି ମହିଳା ଚକିତ ହୋଇଯାଇଥିଲେ। କାରଣ କଷ୍ଟରେ ଗୁଜରାଣ...

ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଯୁବକ

ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା...

ମଣିଷ ଛୁଆର ମା’ ସାଜିଛି କୁକୁର, ଏପରି କରୁଛି ସ୍ନେହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week