୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ…

କାବୁଲ୍‌,୨୮।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ସ୍ବଦେଶ ଫେରୁଥିବାରୁ ଦେଶରେ ପୁଣି ତାଲିବାନ ସକ୍ରିୟ ହେବାରେ ଲାଗିଛି। ଆଫଗାନିସ୍ତାନର ଅସ୍ଥିର ସ୍ଥିତିରୁ ପାକିସ୍ତାନ ଲାଭ ଉଠାଇବାର ଉଦ୍ୟମ କରୁଛି। ସମ୍ପ୍ରତି ୧୦ ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିସାରିଛନ୍ତି। ସେମାନେ ତାଲିବାନକୁ ସହାୟତା କରୁଛନ୍ତି। ପାକିସ୍ତାନୀ ଆତଙ୍କବାଦୀମାନେ ବାଲୁଚିସ୍ତାନ ଏବଂ ସିନ୍ଧ୍‌ ବାଟ ଦେଇ ଆଫଗାନିସ୍ତାନରେ ପ୍ରବେଶ କରିଥିବା କୁହାଯାଉଛି । ଆତଙ୍କବାଦୀମାନେ ଆଫଗାନ ସୈନ୍ୟମାନଙ୍କୁ ଟାର୍ଗେଟ କରିବା ସହିତ ଚେକ ପୋଷ୍ଟଗୁଡିକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି। ଯାହାଫଳରେ କାନ୍ଦାହାର ଏବଂ କାବୁଲ ଆଦି ସହରରେ ଅତ୍ୟାବଶ୍ୟକ ଜିନିଷର ଅଭାବ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେବେ ତାଲିିବାନ ଉପରେ ଏୟାର ଷ୍ଟ୍ରାଇକ ଜାରି କରିବାକୁ ଆମେରିକା ନିଷ୍ପତ୍ତି ନେଇଛି। ଗତ କିଛି ଦିନ ହେବ ଆମେରିକା ତାଲିବାନର ବିଭିନ୍ନ ଶିବିର ଉପରେ ଜୋରଦାର ବୋମା ମାଡ଼ କରିଥିଲା। ଆମେରିକା ସହିତ ଆଫଗାନିସ୍ତାନ ବାୟୁସେନା ମଧ୍ୟ ଏହି ଆକ୍ରମଣରେ ସାମିଲ୍‌ ହୋଇଥିଲା। ଆମେରିକାର ମେରାଇନ୍‌ ଜେନେରାଲ କେନେଥ ଏଫ୍‌. ମ୍ୟାକେଞ୍ଜି କହିଛନ୍ତି ଯେ ତାଲିବାନ ଉପରେ ଆକ୍ରମଣ ଜାରି ରହିବ। ତେବେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରେ ଆମେରିକାର ସାମରିକ ମିଶନ ସଂପୂର୍ଣ୍ଣ ସମାପ୍ତ ହେବ କି ନାହିଁ ପ୍ରଶ୍ନର ଉତ୍ତର ଦେବାକୁ ମାକେଞ୍ଜି ମନା କରି ଦେଇଛନ୍ତି। ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରୁ ତାଙ୍କର ସୈନ୍ୟ ପ୍ରତ୍ୟାହାର ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାର ଏବଂ ଆଫଗାନିସ୍ତାନ ସୈନ୍ୟ ଆମେରିକାର ସହାୟତା ପାଇଛନ୍ତି। ମାତ୍ର ଆଗାମୀ ଦିନରେ ସ୍ଥିତି ସଙ୍କଟ ଜନକ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri