Posted inଫୁରସତ

ଆଇନ୍‌ ଛାତ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଖାଦ୍ୟ: ମେସେଜ୍‌ ଆସିଲା ‘ଦୁଃଖିତ ପ୍ରିୟେ, ତୁମ ଖାଇବା ଖାଇନେଲି’; ଆଉ ତା’ ପରେ..

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଖାଇବା ଅର୍ଡର କରିବା ଏବେ ଅଭ୍ୟାସରେ ପରିଣତ ହେଲାଣି। ଘରେ ବସି ମନପସନ୍ଦର ଖାଇବା ମିଳୁଥିବାରୁ ଯେକେହି ଉପଲବ୍ଧ ଥିବା ଆପ୍‌ରୁ ଖାଇବା ମଗାଉଛନ୍ତି। ହେଲେ ଅନେକ ସମୟରେ ଡେଲିଭରି ବୟ/ଡ୍ରାଇଭରମାନଙ୍କ ଅଜବ କାରନାମା ଚର୍ଚ୍ଚାର କାରଣ ପାଲଟୁଛି। ଏବେ ସେଭଳି ଏକ ଘଟଣା ଲଣ୍ଡନରେ ଘଟିଛି।

ପ୍ରବଳ ଭୋକ ଲାଗୁଥିବାରୁ ୨୧ ବର୍ଷୀୟ ଆଇନ୍‌ ଛାତ୍ରୀ ଇଲି ଇଲିୟାସ ଉବର୍‌ ଇଟ୍ସରୁ ୨ ବର୍ଗର, ଚିପ୍ସ ଏବଂ ଚିକେନ୍‌ ରାପ୍‌ ଅର୍ଡର କରିଥିଲେ। ଏଥିପାଇଁ ସେ ୨୯ ଡଲାର(୧,୪୫୬ ଟଙ୍କା) ପୈଠ କରିଥିଲେ। ଖାଇବା ପହଞ୍ଚିବା ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍‌ ତାଙ୍କ ଫୋନ୍‌କୁ ଏକ ମେସେଜ୍‌ ‘ସରି ଲଭ୍‌,ଏଟ୍‌ ୟ୍ୟୋର୍‌ ଫୁଡ୍‌’ ଆସିଥିଲା। ଘର ନିକଟରେ ଥିବା ଡେଲିଭରି ବୟ ତାଙ୍କର ଖାଇବା ଖାଇ ଦେଇଥିବା ନେଇ ସେଥିରେ ଜଣାଇଥିଲେ।

ଅପରପକ୍ଷେ ଆପ୍‌ରେ ନିଜର ଅର୍ଡର ବିବରଣୀ ଦେଖିବା ସମୟରେ ତାଙ୍କୁ ଖାଇବା ମିଳିଥିବା କୁହାଯାଇଥିଲା। ଏପରିକି ଡ୍ରାଇଭରଙ୍କୁ ଟିପ୍‌ ଦିଅନ୍ତୁ ବୋଲି ଦର୍ଶାଯାଇଥିଲା। ଏହାକୁ ନେଇ ସେ ଟୁଇଟ୍‌ କରି ତାଙ୍କ ଉବରଇଟ୍ସର ଡ୍ରାଇଭର୍‌ ଠିକ୍‌ ଅଛନ୍ତି ତ ବୋଲି ପଚାରିଥିଲେ। ପରେ ସେ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଶେଷରେ ତାଙ୍କୁ ମାଗଣାରେ ଖାଇବା ମିଳିଥିଲା। ତେବେ ଭୋକିଲା ଥିବା ଯୋଗୁ ଡ୍ରାଇଭରଜଣଙ୍କ ଏଭଳି କରିଥାଇ ପାରନ୍ତି ବୋଲି ଇଲି କହିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri