ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଓଡ଼ିଆ ଇଞ୍ଜିନିୟର

ପାଟଣା,୧୭ା୬(ସ୍ବ.ପ୍ର.):ଛତିଶଗଡ଼ର ଜାହାଙ୍ଗିର ଚମ୍ପା ଜିଲା ପିହରିଡ଼ ଗ୍ରାମରେ ୮୦ ଫୁଟ ଗଭୀର ବୋରୱେଲରେ ଫସି ରହିଥିବା ଦିବ୍ୟାଙ୍ଗ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର। ସେ ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଧୀନ ଫୁଲକଅଁଳେଈ ଗ୍ରାମର ଜ୍ଞାନେନ୍ଦ୍ର କର। ସେ ଏବେ ଛତିଶଗଡ଼ର କୋରବାରେ ଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି।
ଛତିଶଗଡ଼ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ କମ୍ପାନୀର ୧୮ଜଣ ଇଞ୍ଜିନିୟର ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ୨୧ ଫୁଟର ସୁଡ଼ଙ୍ଗ ଖୋଳିବା ସକାସେ ନକ୍ସା ପ୍ରସ୍ତୁତ ଲାଗି ଜ୍ଞାନେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସୁଡ଼ଙ୍ଗ ଖୋଳିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇବା ସହ କମ୍ପାନୀର ସମସ୍ତେ ଇଞ୍ଜିନିୟର ଉପସ୍ଥିତ ରହି ପ୍ରତିଟି ମୁହୂର୍ତ୍ତକୁ ତଦାରଖ କରୁଥିଲେ। ଏଥିରେ ଜ୍ଞାନେନ୍ଦ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ପ୍ରତିଟି ମୁହୂର୍ତ୍ତ ଚ୍ୟାଲେଞ୍ଜିଂ ଥିଲା ବୋଲି ସେ କହିଛନ୍ତି। ରାହୁଲ ଉଦ୍ଧାର ହେବା ପରେ ଉକ୍ତ ଅଞ୍ଚଳର ପରିବେଶ ବେଶ ଭାବବିହ୍ବଳ ହୋଇପଡ଼ିଥିଲା। ଜିଲା ପ୍ରଶାସନ ଏବଂ ଅଞ୍ଚଳବାସୀ ଉଦ୍ଧାରକାରୀଙ୍କୁ ବେଶ୍‌ ଭଲ ପାଇବା ଦେଇଥିଲେ ବୋଲି ଜ୍ଞାନେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଆନନ୍ଦପୁର,୧୨ା୧୦(ସ୍ବ.ପ୍ର.): ଆନନ୍ଦପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା। ଘସିପୁରା ଥାନା କଲରାଗଡ଼ିଆ ଗ୍ରାମର ଶ୍ରୀରାମ ନାଇକ...

କଣ୍ଟାବାଞ୍ଜିରେ ଶଟ୍‌ଡାଉନ ପ୍ରଭାବ: ପୋଲିସର କଡ଼ାକଡ଼ି ଯାଞ୍ଚ, ଅମାନିଆଙ୍କଠୁ ଆଦାୟ ହେଉଛି ଜରିମାନା

କଣ୍ଟାବାଞ୍ଜି,୧୩।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ...

ସୂର୍ଯ୍ୟମନ୍ଦିର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

କୋଣାର୍କ,୨୮।୧୦(ଡି.ଏନ୍‌.ଏ.):ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିର, ଆନ୍ତର୍ଜାତିକ ବ୍ୟାଖ୍ୟାନ କେନ୍ଦ୍ରକୁ ଗୁରୁବାର ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନର ସଦସ୍ୟ ମଣ୍ତଳୀ ବୁଲି ଦେଖିଛନ୍ତି। ଏହି...

ମା’ ତାରା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ , ୪୩ କୋଟି ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ

ପୁରୁଷୋତ୍ତମ ପୁର, ୧୮/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର...

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ

ଜଗତ୍‌ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ...

ଜମିବାଡି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ

ବୈଶିଙ୍ଗା, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା କେନ୍ଦୁଆ ପଞ୍ଚାୟତର ଦଲଦଲି ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଏକ ପୁରୁଣା ଜମିବାଡି ବିବାଦ ଶେଷରେ ତୀବ୍ର...

ମେଗା ପାନୀୟ ଜଳ ପ୍ରକଳ୍ପ ଖର୍ଚ୍ଚ ବଢ଼ିଲା

ଭଞ୍ଜନଗର,୨୧୨ା୧୧(ଡି.ଏନ.ଏ.): ରାଜ୍ୟର ସମସ୍ତ ଘରକୁ ୨୦୨୪ ଡିସେମ୍ବର ସୁଦ୍ଧା ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି ।...

ପ୍ରତୀକ୍ଷାର ଘଟିଲା ଅନ୍ତ: ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨୩ା୮(ଡି.ଏନ୍‌.ଏ.): ଦୀର୍ଘ ୪ ମାସ ପରେ ସୋମବାର ଖୋଲିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ...

Advertisement
Archives

Model This Week