ସୁବର୍ଣ୍ଣରେଖା ବନ୍ୟା ପାଣିରେ ବୁଡ଼ି ଜୀବନ ହାରିଲେ ବୃଦ୍ଧ

ଭୋଗରାଇ, ୨ ୭l ୮( ପ୍ରଦୀପ ଦାସ ) ଚଳିତ ଋତୁରେ ସୁବର୍ଣ୍ଣରେଖା ୪ ଜଣଙ୍କର ଜୀବନ ନେଲାଣି lଏହି ନଦୀର ପ୍ରଥମ ବନ୍ୟାରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକର ୧ ଜଣ ଯୁବକର ପ୍ରାଣ ଯାଇଥିବାବେଳେ ଭୋଗରାଇବ୍ଲକର ବୁଧବାର ସୁଦ୍ଧା ୩ ଜଣଙ୍କର ଜୀବନ ଗଲାଣି l ଏଥି ମଧ୍ୟରୁ ୩ ଜଣ ଯୁବକଥିବାବେଳେ ଅନ୍ୟଜଣେ ବୃଦ୍ଧ ଅଛନ୍ତି l ଗତ ମଙ୍ଗଳବାର ସକାଳେ ଭୋଗରାଇ ବ୍ଲକ ନଦୀକୂଳିଆ ଗାଁ ଅଡଙ୍ଗପନ୍ତେଇ ଗ୍ରାମର ଜଣେ ଯୁବକକୁ ମୃତବସ୍ଥାରେ ଓଡ୍ରାଫ ଟିମ ଉଦ୍ଧାର କରିଥିବାବେଳେ ଉକ୍ତଗ୍ରାମର ବୈକୁଣ୍ଠ ମାଝୀ ନାମକ (୭ ୬ ) ବୃଦ୍ଧଙ୍କୁ ମଧ୍ୟ ରାତ୍ରିରେ ଘର ଲୋକେ ପାଣିରୁ ଅଚେତବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଡାକ୍ତରଖାଙ୍କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ବୁଧୁବାର ଭୋଗରାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ପ୍ରାଥମିକ ତଦନ୍ତ କରୁଥିବାବେଳେ ଶବକୁ ଡାକ୍ତରଖାନାରେ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ଖବର ମିଳିଛି l ସୂଚନାନୁଯାୟୀ, ସୁବର୍ଣ୍ଣରେଖାର ୨ ମାସ ମଧ୍ୟରେ ୬ ଥର ବନ୍ୟା ଆସି ୪ ବ୍ଲକର ଜନଜୀବନକୁ ଦୁର୍ବିସହ କରିଛିl ଚୀନର ଦୁଃଖ ହୋ୍ୟଂହ ନଦୀ ହୋଇଥିବାବେଳେ ସେହିପରି ଓଡ଼ିଶାର ସୁବର୍ଣ୍ଣରେଖା ଭୋଗରାଇ, ବାଲିଆପାଳ, ବସ୍ତା ଓ ଜେଳେଶ୍ୱର ବ୍ଲକ ପାଇଁ ଦୁଃଖ ପାଲଟିଛି। ସ୍ବାଧୀନତା ପରଠାରୁ ସରକାର ବଦଳୁଛି ହେଲେ, ଅଦ୍ୟାବଧି ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନ ହୋଇ ଶୀତଳଭଣ୍ଡାରରେ ସୀମିତ ରହୁଥିବାରୁ ଉତ୍ତର ବାଲେଶ୍ୱରବାସୀ ବର୍ଷକୁ ବର୍ଷ ବଡ ବନ୍ୟାର ସାମ୍ନା କରି ବାକୁ ପଡୁଛି ଓ ଧନଜୀବନ ବନ୍ୟାରେ ଚାଲିଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?