Posted inଫୁରସତ

ଯେଉଁ ଦ୍ୱୀପକୁ ମହିଳା ଯିବା ମନା

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି କି ମହିଳାଙ୍କୁ ଯିବା ମନା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ଜାଣନ୍ତୁ ସେ ସମ୍ପର୍କରେ…
ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ସ୍ଥାନ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ। କିନ୍ତୁ ଏହି ପବିତ୍ର ସ୍ଥାନରେ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ।
ମହିଳାଙ୍କୁ ଅନୁମତି ନ ମିଳିବାର କାରଣ, ଏହି ଦ୍ୱୀପକୁ ଆରମ୍ଭରୁ ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ଧରାଯାଏ। ଦ୍ୱୀପରେ ଥିବା ମନ୍ଦିରର ମହନ୍ତଙ୍କ କହିବା ଅନୁଯାୟୀ, ଏହି ପ୍ରଥାକୁ ବନ୍ଦ କରାଯିବା ଉଚିତ ନୁହେଁ। ଅନ୍ୟ ଏକ କାରଣ, ପୁରୁଷମାନେ ଏଠାରେ ଉଲଗ୍ନ ଅବସ୍ଥାରେ ବୁଲୁଥିବାରୁ ମହିଳାଙ୍କୁ ଅନୁମତି ନାହିଁ ବୋଲି ମଧ୍ୟ କୁହାଯାଏ।
ଜାପାନରେ ଥିବା ଏହି ଦ୍ୱୀପରେ ସିଣ୍ଟୋ ଧର୍ମର ନୀତି ନିୟମ ପାଳନ କରାଯାଏ।
ଏହି ଦ୍ୱୀପକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ଭାବେ ମାନ୍ୟତା ମିଳିଛି। ୭୦୦ବର୍ଗ ମିଟର ପରିବ୍ୟାପ୍ତ ଏହି ଦ୍ୱୀପ ଚତୁର୍ଥରୁ ନବମ ଶତାବ୍ଦୀ ମଧ୍ୟରେ କୋରିଆ ଓ ଚାଇନା ମଧ୍ୟରେ ବ୍ୟବସାୟ ବାଣିଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ସପ୍ତଦଶ ଶତାବ୍ଦୀରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ନାବିକମାନେ ନୌଯାତ୍ରା ସୁରକ୍ଷତ ରୁହେ ବୋଲି ବିଶ୍ୱାସ ରହିଛି।
ପୁରୁଷମାନେ ଏହି ସ୍ଥାନକୁ ଯିବାକୁ ହେଲେ କଠୋର ନିୟମ ପାଳନ କରିବାକୁ ପଡ଼ିଥାଏ। ଯିବା ପୂର୍ବରୁ ସେମାନେ ଉଲଗ୍ନ ହୋଇ ସମୁଦ୍ରରେ ଗାଧୋଇଥାନ୍ତି। ସେହି ସ୍ଥାନକୁ ଉଲଗ୍ନ ଭାବେ ଯାଇଥାନ୍ତି। ଏଠାରେ କେବଳ ବର୍ଷକୁ ୨୦୦ପୁରୁଷ ଯିବାର ଅନୁମତି ରହିଛି। କେବଳ ଏତିକି ନୁହେଁ ସେମାନେ ସେଠାରୁ ଫେରିବା ସମୟରେ ଦ୍ୱୀପର କୌଣସି ଜିନିଷ ଆଣିପାରିବେ ନାହିଁ ଏବଂ ନିଜ ଅନୁଭୂତି କାହାକୁ ବାଣ୍ଟି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri