ହାତୀ ମୃତ୍ୟୁ ତଦନ୍ତ ବାଟବଣା

ଅସମାପିକା ସାହୁ
ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ହାତୀ ମୃତ୍ୟୁ ଏବଂ ଅପମୃତ୍ୟୁ ଲୁଚେଇବା କ୍ଷେତ୍ରରେ ଓଡ଼ିଶା ଅନେକ ଅପଯଶ ଲାଭ କରିଛି। ରାଜ୍ୟରେ ବିଦ୍ୟୁତ୍‌ ତାର ଜନିତ ଦୁର୍ଘଟଣା ଏବଂ ଶିକାର ଯୋଗୁ ହାତୀ ମୃତ୍ୟୁ ସଂଖ୍ୟା ବଢୁଛି। ସେହିପରି ବିଷ ପ୍ରୟୋଗ କରି ଶିକାର କରିବା ଘଟଣାକୁ ରୋକିବାରେ ବନ ବିଭାଗ ବିଫଳ ହୋଇଛି। ଗତ ଜୁଲାଇରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣିବେଳେ ଉଚ୍ଚ ନ୍ୟାୟାଧୀଶଙ୍କ ଖଣ୍ଡପୀଠ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ହାତୀମୃତ୍ୟୁକୁ ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ। ପରେ ହାଇକୋର୍ଟଙ୍କ ସମ୍ମୁଖରେ ରାଜ୍ୟର ତତ୍କାଳୀନ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲଙ୍କୁ ହାଜର ହେବାକୁ ପଡ଼ିଥିଲା। ହାଇକୋର୍ଟ ବନ ବିଭାଗ ଉପରେ ବିରକ୍ତିଭାବ ପ୍ରକାଶ କରିବା ପରେ ହାତୀ ମୃତ୍ୟୁ କମିିପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ ଗତ ଜୁଲାଇଠାରୁ ରାଜ୍ୟରେ ୩୫ ହାତୀଙ୍କ ମୃତ୍ୟୁ ହେଲାଣି। ଓଡ଼ିଶା ବନ୍ୟପ୍ରାଣୀ ସମିତିର ପରିସଂଖ୍ୟାନ ଅନୁସାରେ ସେହି ଜୁଲାଇରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅଗଷ୍ଟରେ ୭, ସେପ୍ଟେମ୍ବରରେ ୬, ଅକ୍ଟୋବରରେ ୯ ଏବଂ ନଭେମ୍ବର ୨୧ ସୁଦ୍ଧା ୬ ହାତୀଙ୍କ ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ ପ୍ରାକୃତିକ କାରଣ ଜନିତ ମୃତ୍ୟୁ ମାତ୍ର ୭ ହୋଇଥିବା ବେଳେ, ବିଷ କ୍ରିୟା ୧, ଶିକାର ୫, ବିଦ୍ୟୁତ ତାର ଦେଇ ଶିକାର ୧୦, ବିଦ୍ୟୁତ୍‌ ତାର ବାଡ଼ ଦ୍ୱାରା ୨, ଅଜଣା କାରଣ ୬ ବୋଲି ଜଣାପଡ଼ିଛି।
ଦେଖିବାକୁ ଗଲେ ରାଜ୍ୟରେ ହାତୀମୃତ୍ୟୁ ଘଟଣାଗୁଡ଼ିକର ତଦନ୍ତ ବାଟବଣା ହୋଇଯାଇଛି। ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରେ ଫେବୃୟାରୀ ୮ରେ ଏକ କଙ୍କାଳ ଖୋଳି ବାହାର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସେହିପରି ଜୁନ ୨ ଓ ୩ରେ ମଧ୍ୟ ସେହି ବନଖଣ୍ଡର ବଡ଼ମ୍ବା ରେଞ୍ଜରୁ ଏସ୍‌ଟିଏଫ୍‌ ଆଉ ଦୁଇଟି ହାତୀ କଙ୍କାଳ ଜେସିବି ଲଗେଇ ଖୋଳି ବାହାର କରିଥିଲା। ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏହି ୩ଟି ଯାକ ହାତୀ କଙ୍କାଳ ସମ୍ପର୍କିତ ତଥ୍ୟ ଏସ୍‌ଟିଏଫ୍‌କୁ ଦେଇଥିଲେ ଏବଂ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବରେ ହାତୀ କଙ୍କାଳ ମାଟି ତଳୁ ଜବତ ହେବା ଘଟଣାକୁ ଏସ୍‌ଟିଏଫ୍‌ ନିଜେ ତଦନ୍ତ ନ କରି ବନ ବିଭାଗକୁ ହସ୍ତାନ୍ତର କରିଥିଲା। ଯଦିଓ ସେତେବେଳେ ହାତୀ କଙ୍କାଳ ଜବତ ଘଟଣା ତଦନ୍ତ ପାଇଁ ବନ ବିଭାଗ ଏକ ଏସ୍‌ଆଇଟି ଗଠନ କରିଥିଲା। ଏବେ ଏସ୍‌ଆଇଟି ତଦନ୍ତ ମଧ୍ୟ ଶୀତଳ ଭଣ୍ଡାରରେ ରହିଛି। ଆଠଗଡ଼ ବନଖଣ୍ଡରେ ମଧ୍ୟ ଏସ୍‌ଆଇଟି ଆଉ ଦୁଇଟି ହାତୀ କଙ୍କାଳ ଖୋଳି ବାହାର କରିଥିଲା। ଗୋଟିଏ ବନଖଣ୍ଡରୁ ଏକାଥରକେ ୫ଟି ହାତୀର ଗଳିତ ଶବ ମାଟି ତଳୁ ବାହାରିବା ପରେ ମଧ୍ୟ ବନ ବିଭାଗ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ବରଂ ତାଙ୍କୁ ପୁରସ୍କାର ସ୍ବରୂପ ବଦଳି କରିଥିଲା।
ସେହିପରି ଗତ ଜୁଲାଇ ୨୪ରେ ସମ୍ବଲପୁର ଡିଭିଜନର ଧମା ରେଞ୍ଜ ଅନ୍ତର୍ଗତ କୋଲଗାଁ ସଂରକ୍ଷିତ ଜଙ୍ଗଲରୁ ମଧ୍ୟ ଦୁଇଟି ଅଲଗା ସ୍ଥାନରୁ ହାତୀ ଦରପୋଡ଼ା ହାଡ଼ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଗୋଟିଏ ପଟେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିକଟରେ ବାରମ୍ବାର ବନ ବିଭାଗ ସତ୍ୟପାଠ କରୁଥିବା ବେଳେ ସମ୍ବଲପୁର ଘଟଣାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁି। ଏନେଇ ଶୁଭେନ୍ଦୁ କହିଛନ୍ତି, କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ନିଜେ ମାମଲା ରୁଜୁ ନ କରିବା ଦୁର୍ଭାଗ୍ୟଜନକ। ଯଦି ସମ୍ବଲପୁରରେ କେହି ବନ ଅଧିକାରୀ ଦୋଷୀ ନୁହନ୍ତି, ତେବେ ହାତୀ ଦୁଇଟି କ’ଣ ନିଜେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ କି ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ବନ ବିଭାଗ ଏବଂ ପୋଲିସ ବିଭାଗ ମିଳିତ ସହଯୋଗରେ ଏକ ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌)ଗଠନ କରାଯାଇଥିଲା। ସେହି ଜେଟିଏଫ ଗଠନ ଉପରେ ଗତ ୧୫ ତାରିଖରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ପୁରବୀ ପାତ୍ର ଯୁକ୍ତି ଉପସ୍ଥାପନ କରି ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲେ। ପୁରବୀଙ୍କ ଯୁକ୍ତିରେ ପ୍ରଭାବିତ ହୋଇ ହାଇକୋର୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି ଏବଂ ଶୁଭେନ୍ଦୁ ମଲ୍ଲିକଙ୍କଠାରୁ ଜେଟିଏଫ୍‌ ପରାମର୍ଶ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁରବୀ କହିଛନ୍ତି, ହାତୀ ମୃତ୍ୟୁ/ଶିକାର ପରେ ବ୍ୟବଚ୍ଛେଦ ନ କରି ସରକାରଙ୍କଠାରୁ ଲୁଚେଇ ପୋତିଦେବା ବା ପୋଡ଼ିଦେବା ଘଟଣାରେ ଲିପ୍ତଥିବା ଦୁର୍ନୀତିଗ୍ରସ୍ତ ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମଧ୍ୟ ନିହାତି ଜରୁରୀ। କିନ୍ତୁ ତାହା ହୋଇପାରୁନାହିଁ। ଏ ନେଇ ବନ୍ୟପ୍ରାଣୀ ଅପରାଧ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ଯେଉଁ ବନ ଅଧିକାରୀ ଅବହେଳା କରିଥିବାର ପ୍ରମାଣ ମିଳିବ, ତାଙ୍କୁ ନିଲମ୍ବନ ନ କରି ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବା ଆବଶ୍ୟକ। ହାତୀ ମୃତ୍ୟୁ ଘଟଣା ସରକାରଙ୍କୁ ଲୁଚେଇ ଯେଉଁମାନେ ପୋତିଛନ୍ତି ବା ପୋଡ଼ିଛନ୍ତି ସେମାନଙ୍କୁ ଚାକିରିରୁ ବାହାର କଲେ, ଅନ୍ୟମାନେ ଡରି ଠିକ୍‌ରେ କାମ କରିବେ। ଖାଲି ଗାର୍ଡ କିମ୍ବା ଫରେଷ୍ଟର ନୁହେଁ, ଡିଏଫ୍‌ଓଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଶ୍ୱଜିତ କହିଛନ୍ତି। ଏ ସମ୍ପର୍କରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଏସ୍‌.କେ. ପୋପଲି ଏବଂ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ କଲ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?