‘ସ୍ବଚ୍ଛତାର ସହ ହୋଇଛି ଏଏସ୍‌ଓ ପରୀକ୍ଷା’

 

କଟକ ଅଫିସ, ୨୩ା୧୧: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୨୫ଶହ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଲକ୍ଷ୍ୟ ରଖିଛି। ୨୦୨୨-୨୩ ବର୍ଷ ପାଇଁ ପ୍ରାୟ ୪ହଜାର ପଦବୀ ପୂରଣ ପାଇଁ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିଲା। ତେବେ ଗତ ୬ ମାସ ମଧ୍ୟରେ ସେଥିମଧ୍ୟରୁ ମୋଟ ୧୭ ଟି ବିଭାଗ ପାଇଁ ଗ୍ରୁପ ଏ ଓ ବି ବର୍ଗରେ ୧,୫୪୧ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରାଯାଇ ସ୍ବୀକୃତି ପ୍ରଦାନ କରାଯାଇଛି। ଏଗ୍ରିକଲ୍‌ଚର ବିଭାଗର ଆସିଷ୍ଟାଣ୍ଟ ହଟି କଲଚର ଅଫିସର ଏବଂ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ପାଇଁ ୬୦, ଭେଟେନାରି ଆସିଷ୍ଟାଣ୍ଟ ସର୍ଜନ ୧୪୬, ଓଡ଼ିଶା ସିଭିଲ ସର୍ଭିସର ୩୯୨, ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୨୫୦, ବିଭିନ୍ନ କଲେଜ ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ୪୪୮, ଇନ୍‌ସ୍ୟୁରାନ୍ସ ମେଡିକାଲ ଅଫିସର ୫୫, ଓଜେଏସ୍‌ ୫୦, ଜୁନିୟର କଲେଜରେ ପୋଷ୍ଟ ଗ୍ରାଜୁଏଟ ଟିଚର୍ସ ୧୦୦, ଜିଓଲୋଜିଷ୍ଟ ମାଇନିଂ ଅଫିସର ୪୦ଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ତେବେ ମାର୍ଚ୍ଚ ମଧ୍ୟରେ ୨୫ଶହ ପଦବୀ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି ବୋଲି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି।
ଓପିଏସ୍‌ସି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ମହାନ୍ତି ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି। ଅତ୍ୟନ୍ତ ସ୍ବଚ୍ଛତାର ସହ ଏଏସ୍‌ଓ ପରୀକ୍ଷା ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫାଇନାଲ ରେଜଲ୍ଟ ପରେ ମାର୍କଶିଟ୍‌ ଓ ଆନ୍‌ସର ଶିଟ୍‌ ଅପଲୋଡ୍‌ କରାଯିବ। କିଛି ପିଲାଙ୍କ ଅଭିଯୋଗ ଥିଲା କି ସେମାନଙ୍କ ଠାରୁ କମ୍‌ ମାର୍କ ରଖିଥିବା ପ୍ରାର୍ଥୀ ମଧ୍ୟ ଚୟନ ହୋଇଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଓପିଏସ୍‌ସି ପକ୍ଷରୁ ମାର୍କ ଦିଆଯାଇ ନାହିଁ। ସେଥିପାଇଁ ତାହା କେତେ ସତ ତାହା ସନ୍ଦେହରେ। ହେଲେ ଯଦି ଏପରି ହୋଇଛି ତେବେ ଉକ୍ତ ପ୍ରାର୍ଥୀ କ୍ୱାଲିଫାଇଂ ମାର୍କ ରଖି ନ ଥିବେ। ସେଥିପାଇଁ ସେ ମେଧା ତାଲିକାରୁ ବାଦ୍‌ ପଡିଥିବେ। ଭିତ୍ତିହୀନ ଅନେକ ଅଭିଯୋଗ ହୋଇଥିଲା। ଟଙ୍କା କାରବାର ନେଇ ନିଯୁକ୍ତି ଦିଆଯାଉଥିବା ଅଭିଯୋଗକୁ ବି ଅଧ୍ୟକ୍ଷ ଖଣ୍ଡନ କରି କହିଛନ୍ତି,ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ନ ହେବା ପାଇଁ ୱେବସାଇଟ ଠାରୁ ଆରମ୍ଭକରି ଖବରକାଗଜଗୁଡ଼ିକରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଉଛି। କେବଳ ଏସ୍‌ଏସ୍‌ଓ ନୁହେଁ, ଓପିଏସ୍‌ସି ପକ୍ଷରୁ କରାଯାଉଥିବା ସମସ୍ତ ପରୀକ୍ଷାକୁ ଯୋଗ୍ୟତା ଆଧାରରେ ହିଁ ପ୍ରାର୍ଥୀ ଚୟନ କରାଯାଉଛି। ଯଦି ଏକ ଦିନ ମଜୁରିଆର ପୁଅ, ଖବରକାଗଜ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଝିଅ ଓସିଏସ୍‌ ପାଇ ପାରୁଛନ୍ତିି, ତାହା କେବଳ ଯୋଗ୍ୟତା ଆଧାରରେ। ଓପିଏସ୍‌ସିର ସ୍ବଚ୍ଛ ପରୀକ୍ଷା ନେଇ ଏହାହିଁ ସବୁଠାରୁ ବଡ଼ ପ୍ରମାଣ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri