Posted inଖେଳ

ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ, ୨୨ା୧୧: ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରଥମ ରାଉଣ୍ଡ ପରେ ସୁପର ୮ ପର୍ଯ୍ୟାୟ ଖେଳାଯିବ। ୨୦୨୧ ଓ ୨୦୨୨ ସଂସ୍କରଣ ପ୍ରଥମ ରାଉଣ୍ଡ ପରେ ସୁପର ୧୨ ଖେଳାଯାଇଥିଲା। କିନ୍ତୁ ପରବର୍ତ୍ତୀ ଟୁର୍ନାମେଣ୍ଟରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ପର୍ଯ୍ୟାୟରେ ୮ଟି ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଓ୍ବେଷ୍ଟଇଣ୍ଡିଜ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ଖେଳାଯିବାକୁଥିବା ଟୁର୍ନାମେଣ୍ଟର ପରବର୍ତ୍ତୀ ସଂସ୍କରଣ ପାଇଁ ୧୨ଟି ଦଳ ସ୍ଥାନ ପକ୍କା କରିସାରିଛନ୍ତି। ଆୟୋଜକ ହିସାବରେ ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏକୁ ପ୍ରଥମ ଦୁଇ ସ୍ଥାନ ମିଳିଛି। ନିକଟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଶ୍ରେଷ୍ଠ ୮ଟି ଦଳ (ସୁପର-୧୨ର ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୪ ଦଳ) ୨୦୨୪ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ତନ୍ମଧ୍ୟରେ ଚାମ୍ପିୟନ ଇଂଲଣ୍ଡ ଓ ରନର-ଅପ୍‌ ପାକିସ୍ତାନ ସାମିଲ। ଏହାଛଡ଼ା ଆଇସିସି ପୁରୁଷ ଟି୨୦ ର଼୍ୟାଙ୍କିଙ୍ଗରେ ପରବର୍ତ୍ତୀ ଶ୍ରେଷ୍ଠ ଦୁଇ ଦଳ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୪ ଟୁର୍ନାମେଣ୍ଟ ପାଇଁ ଅବଶିଷ୍ଟ ୮ ଦଳ ଆଞ୍ଚଳିକ ଟୁର୍ନାମେଣ୍ଟରୁ ନିରୂପିତ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri