Posted inଖେଳ

ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ

ବୁଏନ୍ସଆୟାର୍ସ, ୧ା୧୨(ଏପି)-ଡିଏଗୋ ମାରାଡୋନାଙ୍କ ମୃତ୍ୟୁକୁ ନେଇ ଆର୍ଜେଣ୍ଟିନା ପୋଲିସ କିମ୍ବଦନ୍ତୀ ଫୁଟ୍‌ବଲରଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଦେଇଛନ୍ତି। ୬୦ବର୍ଷୀୟ ଫୁଟ୍‌ବଲ ଷ୍ଟାରଙ୍କ ବ୍ୟକ୍ତିଗତ ଡାକ୍ତର ସ୍ନାୟୁ ବିଶେଷଜ୍ଞ ଲେପୋଲ୍ଡୋ ଲକ୍‌ଙ୍କୁ ତଦନ୍ତର ଅଂଶବଶେଷ କରାଯାଇଛି। ମାରାଡୋନାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା। ତଦନ୍ତକାରୀ ଦଳ ତାଙ୍କ ସମ୍ପର୍କୀୟମାନଙ୍କ ବୟାନ ରେକର୍ଡ କରୁଛି। ତାଙ୍କ ମେଡିକାଲ ରେକର୍ଡକୁ ମଧ୍ୟ ଯାଞ୍ଚ କରି ଦେଖୁଛି। ମାରାଡୋନାଙ୍କର ବୁଏନ୍ସଆୟାର୍ସ ବାହାରେ ଏକ ବାସଗୃହରେ ହୃଦ୍‌୍‌ଘାତରେ ପ୍ରାଣହାନି ଘଟିଥିଲା। ଏହାପୂର୍ବରୁ ନଭେମ୍ବର ୩ରେ ତାଙ୍କ ମସ୍ତିଷ୍କରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରୁ ସେ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ। ହେଲେ ତାଙ୍କର ଅତ୍ୟଧିକ ଆଲ୍‌କୋହଲ୍‌ ଏବଂ ଡ୍ରଗ୍ସ ସେବନ ଆଦି ଅନ୍ୟ କେତେକ ସମସ୍ୟା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ବିଚ୍‌ ଗେମ୍ସ ସ୍ଥଗିତ

କୁଏତ୍‌ ସିଟି, ୧୨ା୭ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଶନିବାର ୬ଷ୍ଠ ଏସିଆନ ବିଚ୍‌ ଗେମ୍ସକୁ ସ୍ଥଗତି ରଖିଛି।...

ଚେନ୍ନାଇର ହ୍ୟାଟ୍ରିକ ପରାଜୟ

ଦୁବାଇ, ୩।୧୦-ଏକାଧିକ କ୍ୟାଚ ଡ୍ରପ୍‌ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ସନ୍‌ରାଇଜର୍ସ...

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ...

ବିଶ୍ୱରେକର୍ଡ କଲେ ହିଟ୍‌ମ୍ୟାନ୍‌

ଦୁବାଇ,୨୯।୮: ଏସିଆ କପରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଏକ...

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ...

ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ ବ୍ରିଜ,୭।୮: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତୀୟ ଦଳ ଆଗରେ ଧାର୍ଯ୍ୟ ହୋଇଛି ୨୦୯ ରନ୍‌ର ବିଜୟ ଲକ୍ଷ୍ୟ। ପ୍ରଥମ ଇନିଂସରେ...

୬ ଉଇକେଟ ନେବା ପରେ ଧୋନୀଙ୍କୁ ମନେ ପକାଇଲେ ଦୀପକ ଚହର

ନାଗପୁର, ୧୧।୧୧:ଦୀପକ ଚହରଙ୍କ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ...

୧ ଓଭର, ୪ ଛକା, ମ୍ୟାଚ୍‌ ଶେଷ; କିଏ ସେହି ଖେଳାଳି ଯିଏ ପାଲଟିଛନ୍ତି ପାକିସ୍ତାନର ନୂଆ ହିରୋ…

ଦୁବାଇ,୩୦।୧୦: ଟି -୨୦ ବିଶ୍ୱକପ ୨୦୨୧ ର ସୁପର -୧୨ ରାଉଣ୍ଡର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟରେ ଜିତିଥିଲା।...

Advertisement
Archives

Model This Week