Posted inଫୁରସତ

ବିମାନରେ ସହଯାତ୍ରୀଙ୍କୁ ହୃଦ୍‌ଘାତରୁ ବଞ୍ଚାଇଲେ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ: ବର୍ମିଂହାମ୍‌ ୟୁନିଭର୍ସିଟି ହସ୍ପିଟାଲରେ କନ୍‌ସଲ୍ଟାଣ୍ଟ ହେପାଟୋଲୋଜିଷ୍ଟ ଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତର ବିଶ୍ୱରାଜ ଭେମଲା ବିମାନରେ ଜଣେ ସହଯାତ୍ରୀଙ୍କୁ ୨ ଥର ହୃଦ୍‌ଘାତରୁ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ନଭେମ୍ବରରେ ଡ. ଭେମଲା ତାଙ୍କ ମାଆଙ୍କୁ ନେବାକୁ ଏୟାର ଇଣ୍ଡିଆ ବିମାନରେ ବେଙ୍ଗାଲୁର ଆସୁଥିବାବେଳେ ଜଣେ ୪୩ ବର୍ଷୀୟ ଯାତ୍ରୀଙ୍କର ହୃଦ୍‌ଘାତ ହୋଇଥିଲା। ଭେମଲା ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା କରିଥିଲେ। ବିମାନରେ ହୃଦ୍‌ଘାତ ଚିକିତ୍ସା ପାଇଁ କୌଣସି ଉପକରଣ ନ ଥିଲା। ସହଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ୫ ଘଣ୍ଟା ଧରି ଡାକ୍ତର ଉଦ୍ୟମ ଚଳାଇଥିଲେ। ସୁସ୍ଥ ହେବାର କିଛି ସମୟ ପରେ ତାଙ୍କୁ ପୁଣିଥରେ ହୃଦ୍‌ଘାତ ହୋଇଥିଲା। ବିମାନକୁ ପାକିସ୍ତାନର ଏକ ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇବା ଲାଗି ଅନୁମତି ମିଳି ନ ଥିଲା। ଶେଷରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ରୋଗୀଙ୍କୁ ନିରାପଦରେ ଛଡ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି...

୧୯୮୬ରେ ଏତିକି ଟଙ୍କାରେ ମିଳୁଥିଲା ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌

ଆଜିକାଲି ସୋସିଆଲ ମିଡିଆରେ ଏକ ବିଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖି ବର୍ତ୍ତମାନ ରୟାଲ ଏନ୍‌ଫିଲ୍ଡ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ବିଲ୍‌ରେ ବୁଲେଟ୍‌ର...

ଯାଆଁଳା ଭଉଣୀଙ୍କୁ ବିବାହ କରିଥିଲେ ଯାଆଁଳା ଭାଇ ଏବେ ଏକାସାଥେ ହେବେ ମା’

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯାଆଁଳା ଭଉଣୀ ବ୍ରିଟନି ଓ ବ୍ରିନା ଡିନ ସାଲୟର୍ସ ମା’ ହେବା...

ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଏହି ପରିବା ଦୋକାନ

ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଥିବା ଏକ ପରିବା ଦୋକାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଠାରେ ଥିବା ଏକ ପରିବା ଦୋନ ଆଗରେ ଏକ ବୋର୍ଡ...

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ...

ଟାଇମ୍‌ କ୍ୟାପ୍‌ସୁଲ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ଭିତ୍ତିଭୂମିର ୨୦୦ ଫୁଟ ତଳେ ‘ଟାଇମ୍‌ କ୍ୟାପ୍‌ସୁଲ’ ରଖାଯିବ। ଏହା ହେଉଛି ଏକପ୍ରକାର ଐତିହାସିକ ଦସ୍ତାବିଜ୍‌,...

ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା...

ଶୁଣ୍ଢ ହଲାଇଲେ ବି ପାରୁନି ହାତୀ, ବଞ୍ଚିବା ପାଇଁ ଦୌଡ଼ୁଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week