Posted inଫୁରସତ

ଦେଶର ଆର୍ଥିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ

ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଭ୍ରଷ୍ଟାଚାରକୁ ରୋକିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅବକାରୀ ବିଭାଗର ଗୁରୁ ଦାୟିତ୍ୱ ରହିଛି। ଦେଶର ବିକାଶରେ ଏହି ବିଭାଗର ଯୋଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି ସହିତ କର୍ମଚାରୀମାନଙ୍କ ଉତ୍ସାହ ବୃଦ୍ଧି ଲାଗି ପ୍ରତିବର୍ଷ ଫେବୃୟାରୀ ୨୪ରେ କେନ୍ଦ୍ରୀୟ ଅବକାରୀ ଦିବସ (ସେଣ୍ଟ୍ରାଲ ଏକ୍ସାଇଜ୍‌ ଡେ) ପାଳନ କରାଯାଇଥାଏ।
୧୯୪୪ ଫେବୃୟାରୀ ୨୪ରେ ସେଣ୍ଟ୍ରାଲ ଏକ୍ସାଇଜ୍‌ ଏବଂ ସଲ୍ଟ ଆକ୍ଟ ପ୍ରଣୟନକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଭାରତରେ ଉନ୍ନତି ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ଅବକାରୀ ଶୁଳ୍କର ପ୍ରମୁଖ ଯୋଗଦାନ ରହିଛି। ଏହି ଶୁଳ୍କ ଦେଶର ଆର୍ଥିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିଛି। କେନ୍ଦ୍ରୀୟ ଅବକାରୀ ବିଭାଗର ଉନ୍ନତ ତଥା ଏକନିଷ୍ଠ ସେବା ଦ୍ୱାରା ଦେଶର ରାଜସ୍ବ ବହୁଗୁଣିତ ହୋଇ ପାରିଛି। କେନ୍ଦ୍ରୀୟ ଅବକାରୀ ବିଭାଗ ଦ୍ୱାରା ସଂଗୃହୀତ ରାଜସ୍ବ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ସମେତ ବହୁବିଧ ଯୋଜନାର ସଫଳ ପ୍ରଣୟନ ହୋଇପାରିଥାଏ। ଭାରତକୁ ଏକ ସମୃଦ୍ଧ, ସୁସ୍ଥ ତଥା ବିକଶିତ ଦେଶ ଭାବେ ସୁଦୃଢ଼ କରିବା ଏବଂ ଦାରିଦ୍ର୍ୟ ତଥା ନିରକ୍ଷରତା ଦୂର କରିବା ସହିତ ଭାରତୀୟ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ରୀୟ ଅବକାରୀ ବିଭାଗ ଅତି ଦାୟିତ୍ୱସମ୍ପନ୍ନ ଭାବେ କାର୍ଯ୍ୟ ଜାରି ରଖିଛି।
ଭାରତକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍‌ର ଦାୟିତ୍ୱ ଚିଫ୍‌ କମିଶନରଙ୍କ ଉପରେ ନ୍ୟସ୍ତ ଥାଏ। ସମସ୍ତ ଜୋନ୍‌ରେ ପ୍ରାୟ ୬୧ଟି କମିଶନରେଟ୍‌ ଜୋନ୍‌ ସେଣ୍ଟ୍ରାଲ ଏକ୍ସାଇଜ୍‌ କମିଶନରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ସମଗ୍ର ଦେଶରେ ଲୋକମାନଙ୍କ ଦ୍ୱାରା ଦିଆଯାଉଥିବା ଟ୍ୟାକ୍ସ ଏବଂ ଏହାର ସଂଗ୍ରହ ସମ୍ବନ୍ଧୀୟ ନୀତି ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସାଇଜ ଏବଂ କଷ୍ଟମ୍ସ ବିଭାଗ ପ୍ରତିଷ୍ଠା କରାଯାଇଛି ।
ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଥିମଭିତ୍ତିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ସେମିନାର୍‌ ଆୟୋଜନ କରି କେନ୍ଦ୍ରୀୟ ଏକ୍ସାଇଜ ଦିବସ ପାଳନ କରାଯାଏ। ଏହି ଦିନ ଆନ୍ତରିକତାର ସହ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସରକାର ପୁରସ୍କୃତ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?