‘ଜଣେ କଳାକାର ସବୁ ରିସ୍କ ନେବା ଦରକାର’

ଓଲିଉଡ୍‌ରେ ଏବେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁପ୍ରିୟା ନାୟକ। ଭିନ୍ନ ଭିନ୍ନ ଚରିତ୍ରରେ ଦମ୍‌ଦାର ଅଭିନୟ ତାଙ୍କ ସିନେମା କ୍ୟାରିୟରକୁ ଆହୁରି ମଜଭୁତ୍‌ କରିଛି। ଜଗତ୍‌ସିଂହପୁରରେ ଜନ୍ମିତ ସୁପ୍ରିୟା ୨୦୧୭ରେ ‘ଲଭ୍‌ ପାଇଁ କୁଛ୍‌ ବି କରେଗା’ ଚଳଚ୍ଚିତ୍ରରୁ ଓଲିଉଡ୍‌ରେ ପାଦ ଥାପିଥିଲେ। ପରେ ପରେ ବିଜୁବାବୁ, ଆସ୍ତିକ ନାସ୍ତିକ, ପୁଷ୍କରା, ଡଟ୍‌ପେନ୍‌ ଚଳଚ୍ଚିତ୍ର ସହ ‘କେମିତି କହିବି କହ’ ଧାରାବହିକ ଓ ‘ବାରଙ୍ଗ ୧୯୯୯’ ଓ୍ବେବ୍‌ ସିରିଜରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛନ୍ତି। ତେବେ ୨୦୨୩ର ‘ପୁଷ୍କରା’ ଚଳଚ୍ଚିତ୍ରରେ ସୁପ୍ରିୟାଙ୍କ ମନଛୁଆଁ ଅଭିନୟକୁ ‘ଡଟ୍‌ପେନ୍‌’ ଫିଲ୍ମର ଆଇଟମ୍‌ ସଙ୍ଗ ‘ପୂନେଁଇ ଜହ୍ନ…’ରେ ସେ ଦର୍ଶକଙ୍କ ଭିଡ଼ରେ ବେଶ୍‌ ଚର୍ଚ୍ଚାରେ ଥିଲେ। ବର୍ଷ ଶେଷ ବେଳକୁ ତାଙ୍କ ସିରିଜ ସଫଳତାର ଆଉ ଏକ ଶିଡ଼ି ଛୁଇଁପାରିଥିଲା। ସୁପ୍ରିୟାଙ୍କ ସହ ଏଥରର ‘ଧରିତ୍ରା ଆଳାପ’।

ଆପଣଙ୍କର ଅନେକଗୁଡ଼ିଏ ହିଟ୍‌ ଫିଲ୍ମ, ଓ୍ବେବ୍‌ ସିରିଜ ରିଲିଜ୍‌ ହୋଇଛି। ଦର୍ଶକଙ୍କ ଭଲ ପାଇବା କିଭଳି ମିଳିଛି?
-ଗତବର୍ଷ ମୋତେ ଲୋକଙ୍କ ଭଲପାଇବା ବହୁତ ମିଳିଛି। ମୋର ସବୁ କାମକୁ ଦର୍ଶକ ପସନ୍ଦ କରିଛନ୍ତି। ସେମାନଙ୍କଠାରୁ ବହୁତ କିଛି ଶିଖିଛି। ଚେଷ୍ଟା କରୁଛି ଆଗକୁ ଆହୁରି କିଭଳି ଭଲ ପ୍ରୋଜେକ୍ଟ ସିଲେକ୍ଟ କରି କାମ କରିବି।
ଓ୍ବେବ୍‌ ସିରିଜ୍‌ ‘ବାରଙ୍ଗ ୧୯୯୯’ରେ ଆପଣ ଏକ ଭିନ୍ନ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। ସେ ବିଷୟରେ କ’ଣ କହିବେ?
– ‘ବାରଙ୍ଗ ୧୯୯୯’ର ସେହି ଚରିତ୍ର ମେଣ୍ଟାଲି ମୋ ପାଇଁ ଡ୍ରେନିଙ୍ଗ ଥିଲା। ଏଭଳି ଏକ ଚରିତ୍ର କରିବା ଅସହଜ ଥିଲା। ଗୋଟିଏ ଝିଅ ସହ ଏଭଳି ଅଘଟଣ ଘଟୁଛି, ସେ ଏକା ଲଢ଼େଇ କରୁଛି, ଆଉ ତା’ ପଛରେ ମଧ୍ୟ କେହି ନାହାନ୍ତି। ପୂରା ବ୍ୟବସ୍ଥା ବି ତା’ ବିରୋଧରେ। ଯେଉଁମାନେ ତା’ ସହିତ ଦୁର୍ଘଟଣା ଘଟାଇଛନ୍ତି ସେମାନଙ୍କ ସହ ଲଢ଼ିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼େଇ କରିବା…ଏସବୁ ପରେ ବି ମାନସିକ କିମ୍ବା ଶାରୀରିକ ସ୍ତରରେ ଦୁର୍ବଳ ନ ହୋଇ ଆଗକୁ ବଢ଼ିବା ନିହାତି ଚ୍ୟାଲେଞ୍ଜ୍‌ପୂର୍ଣ୍ଣ। ଆରମ୍ଭରୁ ଶେଷ ଯାଏ ଏମିତି କିଛି ସିନ୍‌ ନ ଥିଲା, ଯାହାକୁ ମୁଁ ସହଜ ମନେକରିବି। ତେଣୁ ମୋ ପାଇଁ ଏହି ଚରିତ୍ର ପୂରା ଚ୍ୟାଲେଞ୍ଜିଂ ଥିଲା।
‘ପୁଷ୍କରା’ ଚଳଚ୍ଚିତ୍ରରେ ପ୍ରେମିକାରୁ ବିଧବା ମହିଳା ଚରିତ୍ରରେ ଦର୍ଶକ ଆପଣଙ୍କୁ ପାଇଥିଲେ। ଚଳଚ୍ଚିତ୍ରର ଅନୁଭୂତି କିପରି ଥିଲା?
-ଭଲପାଇବାରେ ପଡ଼ିବା, ଆଉ ଭଲ ପାଇବା ନ ମିଳିବା ମଧ୍ୟ ସାଧାରଣ କଥା। ଏଭଳି କଥା ସମସ୍ତଙ୍କ ଜୀବନରେ ଘଟିଥିବ। ବାସ୍ତବ ଜୀବନର ସେହି କଥାକୁ ନେଇ ମୁଁ ଚରିତ୍ରରେ ଦେଖାଇବାକୁ ଚେଷ୍ଟା କରିଥିଲି। ବିଧବା ଚରିତ୍ରରେ ଅଭିନୟ କରିବା ମୋ ପାଇଁ ପ୍ରଥମ ଥିଲା। କାହାଣୀଟି ଯେଉଁ ପୁସ୍ତକ (ନାଦବିନ୍ଦୁ)ରୁ ନିଆଯାଇଛି, ତାକୁ ମୁଁ ଭଲ ଭାବରେ ପଢ଼ିଥିଲି। ଏହି ଚରିତ୍ର ପାଇଁ ସେ ବହିଟି ମୋତେ ବହୁତ ସାହାଯ୍ୟ କରିଛି। ସେ ଚରିତ୍ର ବିଷୟରେ ବହିଟିରେ ବହୁତ ଭଲ ଭାବରେ ବଖାଣିକି ଲେଖାଯାଇଛି। ଦର୍ଶକଙ୍କୁ ସବୁବେଳେ ଭଲ ବିଷୟବସ୍ତୁ ଦେବାର ଇଚ୍ଛା ହିଁ ମୋତେ ସାହାଯ୍ୟ କରିଥିଲା ଏହି ଚରିତ୍ର ସମ୍ଭାଳିବାକୁ। ଭଲ ଅଭିନୟରେ ହିଁ ଦର୍ଶକ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି।
ଏଯାବତ୍‌ କେଉଁ ଫିଲ୍ମ ବା ସିରିଜ୍‌ରେ ନିଜର ବେଷ୍ଟ ଦେଇପାରିଛନ୍ତି ବୋଲି ଭାବୁଛନ୍ତି?
-‘ବାରଙ୍ଗ ୧୯୯୯’ରେ ମୁଁ ମୋର ୧୦୦ ପ୍ରତିଶତ ଦେଇପାରିଛି ବୋଲି ଭାବୁଛି। ସେହିଭଳି ‘ପୁଷ୍କରା’ ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା। ଏହି ଫିଲ୍ମ ଦେଖିବା ପରେ ଅନେକ ଦର୍ଶକ କହିଛନ୍ତି, ଆପଣ କାହିଁକି ବିଧବା ଚରିତ୍ର କରୁଥିଲେ, ଆମେ ଆପଣଙ୍କୁ ଦେଖିପାରୁନୁ। କେତେଜଣ ଦର୍ଶକ ବି ମୋତେ ଧରି କାନ୍ଦିଛନ୍ତି। ଫିଲ୍ମ ଦେଖି ଯଦି ଏଭଳି କିଛି ପ୍ରତିକ୍ରିୟା ଆସୁଛି, ତା’ହେଲେ ଭାବୁଛି ମୁଁ କିଛି ଭଲ କାମ କରିପାରିଛି।
ପୂନେଇଁ ଜହ୍ନ ଆଇଟମ୍‌ ସଙ୍ଗକୁ ନେଇ ଆପଣ ବହୁତ ଚର୍ଚ୍ଚାକୁ ଆସିଥିଲେ। ଦର୍ଶକଙ୍କ ପ୍ରତିକ୍ରିୟାକୁ କିଭଳି ଗ୍ରହଣ କରୁଛନ୍ତି?
-କେବଳ ଯେ ଭଲ ପାଉଥିବା ଚରିତ୍ରଗୁଡ଼ିକ ମୁଁ କରିବି ସେମିତି ତ ହୋଇପାରିବ ନାହିଁ। ଜଣେ କଳାକାର ଭାବେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ଦରକାର। ମୋତେ ବି ନିଜକୁ ଜାଣିବାକୁ ପଡ଼ିବ, ମୁଁ କେଉଁ ଚରିତ୍ରକୁ ବେଶି ଭଲ ଭାବେ କରିପାରୁଛି। ଜଣେ କଳାକାର ସବୁ ରିସ୍କ ନେବା ଦରକାର।
କିଛି ସ୍ମରଣୀୟ ଦର୍ଶକୀୟ ଅନୁଭୂତି?
– ‘କେମିତି କହିବି କହ’ ଧାରାବାହିକରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଲିଡ୍‌ ଭୂମିକାରେ ଅଭିନୟ କରିଥିଲି। ଏକ ସିନ୍‌ରେ ମୋ ଦେହ ଖରାପ ହୋଇଥିଲା। ଜଣେ ମାଉସୀ ମୋତେ ଏତେ ଭଲ ପାଇଯାଇଥିଲେ ଯେ, ସେ ଭାବିଲେ ମୋ ଦେହ ସତରେ ଖରାପ ହୋଇଯାଇଛି। ସେ ମନ୍ଦିରରେ ଯାଇ ଦୀପ ଜାଳି ମୋ ପାଇଁ କାନ୍ଦୁଥିଲେ। ତାଙ୍କ ପୁଅ ମୋତେ ବାରମ୍ବାର କଲ୍‌ କରୁଥାନ୍ତି। ଅଜଣା ନମ୍ବର ଭାବି ମୁଁ ବହୁତ ପରେ ଫୋନ ଉଠାଇଲି। ଆଉ ଏସବୁ ବିଷୟରେ ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମାଉସୀଙ୍କ ସହ ଫୋନ୍‌ରେ କଥା ହେଲି, ଆଉ ଜଣାଇଲି ମୁଁ ଠିକ୍‌ ଅଛି ବୋଲି।
ପ୍ରିୟ କଳାକାର?
– ସିଦ୍ଧାନ୍ତ ମହାପାତ୍ର।
ପ୍ରିୟ ଖାଦ୍ୟ?
– ମଟନ ବିରିୟାନୀ।
କେଉଁ ଆଉଟ୍‌ଫିଟ୍‌ ପିନ୍ଧିବାକୁ ବେଶି ଭଲ ପାଆନ୍ତି?
-ଶାଢ଼ି।
୨୦୨୪ ଯୋଜନା?
-କ’ଣ ଆଉ ଭଲ କରିପାରିବି। ଯାହା ତ୍ରୁଟି ରହିଯାଇଛି, ତାହାକୁ ସୁଧାରିବି।

ସାକ୍ଷାତ୍‌/ଫଟୋ: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?