ଆଜିଠୁ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି। ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। ୩୧୪ ବ୍ଲକ୍‌ ମୁଖ୍ୟାଳୟରେ ୩ ଦିନ (୨୬,୨୭,୨୮ ତାରିଖ) ଧରି ଭୋଟ ଗଣନା ଚାଲିବ। ସକାଳ ୮ଟାରୁ କାଉଣ୍ଟିଂ ଆରମ୍ଭ ହେବ। ୩୧୪ଟି ବ୍ଲକ୍‌ରେ ଗୋଟିଏ ଗୋଟିଏ ଜୋନ୍‌ର ଗଣତି ହେବ। କେବଳ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ରେ ୨ଟି ଜୋନ୍‌ର କାଉଣ୍ଟିଂ ହେବ। ବ୍ଲକ୍‌ସ୍ତରରେ ଗୋଟିଏ ଗୋଟିଏ ୱାର୍ଡର କାଉଣ୍ଟିଂ ସରିବା ପରେ ମାଇକ୍‌ ମାଧ୍ୟମରେ ଘୋଷଣା କରାଯିବ।
ରାଜ୍ୟ ନିର୍ବାଚନ ଆୟୋଗର ସଚିବ ରବୀନ୍ଦ୍ରନାଥ ସାହୁ ଶୁକ୍ରବାର ଏନେଇ ଜିଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି, ଜିଲା ପରିଷଦ ସଭ୍ୟଙ୍କ ଭୋଟ ଗଣତି ପରେ ୧୨ନମ୍ବର ଫର୍ମରେ ଘୋଷଣା କରାଯିବ। ସମ୍ପୃକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଫଳାଫଳ ଘୋଷଣା ହେବାପରେ ଏହାର କପି ପ୍ରାର୍ଥୀ କିମ୍ବା ପ୍ରାଧିକୃତ ଏଜେଣ୍ଟଙ୍କୁ ହସ୍ତାନ୍ତର କରାଯିବ। ଅନ୍ୟପକ୍ଷରେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ଡିଜିପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ପୂର୍ବରୁ ଆଲୋଚନା କରିଥିଲେ। କୌଣସି ଗଣ୍ଡଗୋଳକୁ ଏଡ଼ାଇବା ପାଇଁ କାଉଣ୍ଟିଂ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି।
ଭୋଟ ଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ ବୋଲି କୁହାଯାଇଛି। ସୂଚନା ପ୍ରଦାନ ନିମନ୍ତେ ପ୍ରତ୍ୟେକ କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ର (ମାଇକ୍‌)ର ବ୍ୟବସ୍ଥା ରହିଛି। ଏକ ଆଦର୍ଶ ମତଗଣନା କେନ୍ଦ୍ରର ଆକାର ୩୫X୨୦ ଫୁଟ୍‌ ରହିଥିବାବେଳେ ୮ଟି ଗ୍ରାମପଞ୍ଚାୟତର ଭୋଟ୍‌ ଗଣତି ଗୋଟିଏ ହଲ୍‌ରେ କରାଯାଇପାରିବ। ଭୋଟ ଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ। ଗୋଟିଏ ଟେବୁଲ ପାଇଁ ନିର୍ବାଚନ ଅଧିକାରୀ ଜଣେ କାଉଣ୍ଟିଂ ସୁପରଭାଇଜର, ୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିୟୋଜିତ କରିବେ। କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ। ଜିଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ଗ୍ରାମପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ। ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ ସମୟରେ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିରେ ନିୟୋଜିତ ଥିବା କର୍ମଚାରୀମାନେ ଭୋଟ ଗଣନା ନିମନ୍ତେ ଧାର୍ଯ୍ୟ ସମୟର ୧୫ ମିନିଟ୍‌ ପୂର୍ବରୁ କେନ୍ଦ୍ରରେ ଉପସ୍ଥିତ ରହିବେ। ଭୋଟ ଗଣନା ସମ୍ପର୍କିତ ସମସ୍ତ କାର୍ଯ୍ୟର ଭିଡିଓଗ୍ରାଫି କରାଯିବ। ସୂଚନାଯୋଗ୍ୟ, ପଞ୍ଚାୟତ ଭୋଟ ଗ୍ରହଣ ପରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ କଡ଼ା ସୁରକ୍ଷାରେ ଭୋଟ ବାକ୍ସ ରଖାଯାଇଛି। ସେଠାରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ହୋଇଛି। ଏହାସହ ରାଜନୈତିକ ଦଳଙ୍କୁ ଷ୍ଟ୍ରଙ୍ଗ୍‌ରୁମ୍‌ ଜଗିବାର ସୁଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

ଲକ୍ଷ୍ନୌ,୭।୧୦: ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବରେଲିର ପୂର୍ବତନ ଭାଜପା ଏମପି ଧର୍ମେନ୍ଦ୍ର କଶ୍ୟପଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି…

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

ବଦଳିବ ଓ୍ବେଷ୍ଟ୍‌ବେଙ୍ଗଲ ନାଁ, ବିଧାନସଭା ପ୍ରଥମ ଅଧିବେଶନରେ ଆସିବ ବିଲ୍‌, ସୂଚନା ଦେଇ କହିଲେ…

କୋଲକାତା,୭ା୧୦: ଓ୍ବେଷ୍ଟବେଙ୍ଗଲ ନାଁ ପରିବର୍ତ୍ତନ କରି ‘ପଶ୍ଚିମ ବଙ୍ଗ’ (Paschim Banga) ରଖାଯିବାକୁ ଯାଉଛି। ଏଥିପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ହିଁ ଏକ ନୂତନ ବିଲ ଆଗତ…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?