ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି। ସବୁଠି ମଦ, ଗୁଟ୍‌ଖା, ବିଡ଼ି, ସିଗାରେଟ, ବ୍ରାଉନ ସୁଗାର ପରି ମାରାତ୍ମକ ମାଦକ ଦ୍ରବ୍ୟ କାୟାବିସ୍ତାର କଲାଣି। ନିଶା ଅଭ୍ୟାସ କେବଳ ମଣିଷକୁ ଆର୍ଥିକ ରୂପେ ଦୁର୍ବଳ କରେ ନାହିଁ ବରଂ ମଣିଷକୁ ଅକର୍ମଣ୍ୟ କରି ଜୀବନ ମଧ୍ୟ ନେଇଯାଏ। ତେଣୁ ବିକଶିତ ଓଡ଼ିଶା ଗଠନ ରାସ୍ତାରେ ଏହା ଏକ କଣ୍ଟା ସଦୃଶ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ଭାରତରେ ପ୍ରତିବର୍ଷ ୨.୬ ଲକ୍ଷ ଲୋକଙ୍କ ମଦ୍ୟପାନଜନିତ ମୃତ୍ୟୁ ଘଟିଥିବା ବେଳେ ୧୩.୫ ଲକ୍ଷ ଲୋକ ଗୁଟ୍‌ଖା ଖାଇବା ଦ୍ୱାରା ମାରାତ୍ମକ କ୍ୟାନ୍‌ସରରେ ମୃତ୍ୟୁବରଣ କରୁଛନ୍ତି। ଏହା ଛଡ଼ା ନିଶା ସେବନ ଦ୍ୱାରା କ୍ୟାନ୍‌ସର, ଲିଭର୍‌ ସିରୋସିସ୍‌, କିଡ୍‌ନୀରେ ସମସ୍ୟା ପରି ମାରାତ୍ମକ ରୋଗ ହୋଇଥାଏ। ଏହାକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ”ନିଶାମୁକ୍ତ ଭାରତ ଅଭିଯାନ“ ଅଗଷ୍ଟ ୧୫ ,୨୦୨୦ ମସିହାରୁ ଆରମ୍ଭ ହୋଇଆସୁଛି।
୨୦୧୩ରେ ତତ୍କାଳୀନ ଓଡ଼ିଶା ସରକାର ଓଡ଼ିଶାରେ ଗୁଟ୍‌ଖା ପ୍ରସ୍ତୁତି ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମାତ୍ର ତାହା କେବଳ କାଗଜ କଲମରେ ସୀମିତ ଥିଲା। ସେହିପରି ବର୍ତ୍ତମାନ ସରକାର ଜାନୁଆରୀ ୨୦୨୬ରେ ଓଡ଼ିଶାରେ ଗୁଟ୍‌ଖା ପ୍ରସ୍ତୁତି, ବିକ୍ରୟ ଓ ଯୋଗାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଫଳ ଯଥା ପୂର୍ବଂ ତଥା ପରଂ। ପରେ ନିକୋଟିନ୍‌ ମୁକ୍ତ ଗୁଟ୍‌ଖା ବିକ୍ରି କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇବା ପରେ ଏବେ ସାରା ଓଡ଼ିଶା ଗୁଟ୍‌ଖା ପ୍ରସ୍ତୁତି କରୁଥିବା କମ୍ପାନୀଗୁଡ଼ିକ ଗୁଟ୍‌ଖା ଏବଂ ନିକୋଟିନକୁ ଅଲଗା କରି ବିକ୍ରି କରୁଛନ୍ତି। ଗୁଟ୍‌ଖା ପ୍ରସ୍ତୁତ କରୁଥିବା କମ୍ପାନୀ ନାମୀଦାମୀ କଳାକାରମାନଙ୍କୁ ନେଇ ବଡ଼ ବଡ଼ ହୋର୍ଡିଂ ଏବଂ ବିଜ୍ଞାପନ ମାଧ୍ୟମରେ ଯୁବ ପିଢ଼ିମାନଙ୍କୁ ଆକୃଷ୍ଟ କରୁଛନ୍ତି। ଯଦିଓ ସରକାରଙ୍କ ପକ୍ଷରୁ ବେଳେ ବେଳେ ଚଢାଉ କରାଯାଏ ଛୋଟ ବ୍ୟବସାୟୀମାନଙ୍କଠାରୁ କିଛି ଫାଇନ ଆଦାୟ କରାଯାଉଛି, ଯାହା କି ଏହାର ସମାଧାନ ନୁହେଁ।
ସଦ୍ୟ ପ୍ରକାଶିତ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ତଥ୍ୟ ଆଧାରରେ ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ୱ୨୮.୮% ପୁରୁଷ ଏବଂ ୩.୧% ମହିଳା ମଦ୍ୟପାନ କରୁଛନ୍ତି। ସେହିପରି ରାଜ୍ୟରେ ୪୮.୩% ପୁରୁଷ ଏବଂ ୨୨.୮% ମହିଳା ଗୁଟ୍‌ଖା ସେବନ କରୁଛନ୍ତି, ଯାହାକି ଚିନ୍ତାଜନକ। ଏହିପରି ପରିସ୍ଥିତିରେ ସରକାରଙ୍କ ନିଶାମୁକ୍ତ ଓଡ଼ିଶା ଗଠନ ପ୍ରତି ଥିବା ବୈମାତୃକ ମନୋଭାବ ପଦାରେ ପଡ଼ିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟରେ ୧୧୬୪ଟି ମଦ ଦୋକାନ ଲାଇସେନ୍ସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ୨୯ ହଜାର ଆବେଦନକାରୀ ଫର୍ମ ପକାଇଥିଲା ବେଳେ ଫର୍ମ ଫି’ ବାବଦରେ ୮୪୦ କୋଟି ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଥିଲା। ଯାହାକି ଓଡ଼ିଶା ଅବକାରୀ ଇତିହାସରେ ପ୍ରଥମ। ତେଣୁ ଗୋଟେ ପଟେ ସରକାର ଓଡ଼ିଶାକୁ ନିଶା ମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରୁଛନ୍ତି। ବିହାର, ଗୁଜରାଟ, ମିଜୋରାମ ପରି ରାଜ୍ୟରେ ମଦକୁ ବନ୍ଦ କରାଯାଇଥିଲାବେଳେ ଓଡ଼ିଶାରେ କାହିଁକି କରାଯାଉ ନାହିଁ ତାକୁ ନେଇ ସାଧାରଣରେ ଏକ ଗୁଞ୍ଜରଣ ସୃଷ୍ଟି ହୋଇଛି। ଅନେକ ସମୟରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ଆନ୍ଦୋଳନ ଜାରି ରହିଥିଲା ବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏଇ କିଛିଦିନ ହେବ ରାଜ୍ୟ ସରକାର ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ କରିବା ପାଇଁ ଏକ ଯୋଜନା କରିଛନ୍ତି,ଏଥିପାଇଁ ୪ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରତି ସ୍କୁଲ ଏବଂ ପଞ୍ଚାୟତରେ ନିଶାମୁକ୍ତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ କରାଯିବ। ଯାହାକି ଧର୍ମକୁ ଆଖିଠାର। ଚାଉଳରେ ଗୋଡ଼ି ମିଶାଇ ତାକୁ ପୁଣି ବାଛିବା ଯାହା, ସରକାରଙ୍କ ନିଶାମୁକ୍ତ ଓଡ଼ିଶା ଗଠନ ଯୋଜନା ଠିକ୍‌ ସେୟା । ସରକାର ଯଦି ବାସ୍ତବରେ ଓଡ଼ିଶାକୁ ନିଶାମୁକ୍ତ କରିବାକୁ ଚାହୁଁଛନ୍ତି ତା’ହେଲେ ନିଶାକୁ ସମ୍ପୂୂର୍ଣ୍ଣ ନିଷିଦ୍ଧ ଘୋଷଣା କରନ୍ତୁ, ନ ହେଲେ ନିଶାମୁକ୍ତ ଓଡ଼ିଶାର ସ୍ବପ୍ନ ଆକାଶ କଇଁଆ ଚିଲିକା ମାଛ ପରି ଦିବା ସ୍ବପ୍ନରେ ରହିଯିବ।
ସୋର, ବାଲେଶ୍ୱର
ମୋ: ୬୩୭୨୩୨୧୧୦୪

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri