ଖାକି କ୍ଷମତାର ଦୁରୁପଯୋଗ: ନିୟମ ଭାଙ୍ଗି ରଥଯାତ୍ରା ବୁଲିଥିଲେ ଜଣେ ଏସିପି, ଡିଏସ୍‌ପି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବହୁ ବାଦବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ଗତ ୨୩ ତାରିଖରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ବିଶେଷକରି ଖୁବ୍‌କମ୍‌ ସମୟ ଭିତରେ ଶୃଙ୍ଖଳାରକ୍ଷା ଓ ସୁରୁଖୁରୁରେ ରଥଯାତ୍ରା କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ପୋଲିସ ଡିଜି ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତିର ସମୀକ୍ଷା କରିଥିଲେ। କେଉଁ ଅଧିକାରୀମାନେ କେଉଁ ଦାୟିତ୍ୱରେ ରହିବେ ଓ ରଥଯାତ୍ରାରେ କେଉଁମାନେ ସାମିଲ ହେବେ ତାହାର ମଧ୍ୟ ଟିକିନିଖି ତାଲିକା ହୋଇଥିଲା। ଏହାବାଦ୍‌ ଅନ୍ୟମାନଙ୍କୁ ସେଠାକୁ ଯିବା ଉପରେ କଟକଣା ଲାଗୁ କରାଯାଇଥିଲା। ହେଲେ ପୋଲିସ କରିଥିବା ନିୟମକୁ ଖୋଦ୍‌ ପୋଲିସ ବିଭାଗର ଦୁଇ ଉଚ୍ଚ ପଦସ୍ଥ ଅଧିକାରୀ ଭାଙ୍ଗିଥିବା ଘଟଣା ଏବେ ପଦାକୁ ଆସିଛି। କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ଜଣେ ଏସିପି ଓ ଏକ ଜିଲାର ଜଣେ ଡିଏସ୍‌ପି ନିଜ କ୍ଷମତାର ଦୁରୁପଯୋଗ କରି ପୁରୀ ଯାଇ ରଥଯାତ୍ରାରେ ସାମିଲ ହୋଇଥିଲେ। ଏନେଇ ଅଭିଯୋଗ ଉପରସ୍ତରରେ ପହଞ୍ଚତ୍ବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ଡିଜିପିଙ୍କୁ ରିପୋର୍ଟ ଦିଆଯାଇଥିବାବେଳେ ବଦନାମ ଭୟରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବା କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ଦୁଇ ଅଫିସର ପୃଥକ ଭାବେ ସରକାରୀ ଗାଡି ବ୍ୟବହାର କରି ପୁରୀ ଯାଇଥିଲେ। ଏସିପି ଜଣକ ପୋଲିସ ପୋଷାକରେ ଓ ଡିଏସ୍‌ପି ଜଣକ ସାଦାପୋଷାକରେ ଥିଲେ। ବିଭିନ୍ନ ସ୍ଥାନରେ କଡ଼ା ଯାଞ୍ଚ ହୋଇଥିଲେ ମଧ୍ୟ ପୋଲିସ ଗାଡ଼ି ଯୋଗୁ ଅଟକାଯାଇ ନ ଥିଲା। ତେବେ ଡିଏସ୍‌ପି ଜଣକ ସାଦା ପୋଷାକରେ ଥିବା ଦେଖି ଗୋଟିଏ ସ୍ଥାନରେ ଡ୍ୟୁଟିରେ ଥିବା ଅଧିକାରୀ ଅଟକାଇଥିଲେ। ଏହାକୁ ନେଇ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ବଡ଼ଦାଣ୍ଡରେ ପହଞ୍ଚତ୍ବା ପରେ ରଥଟଣାରେ ମଧ୍ୟ ସାମିଲ ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳୁଛି। କେତେଜଣ ପୋଲିସ ଅଧିକାରୀ ଏ ସମ୍ପର୍କରେ ଏସ୍‌ପିଙ୍କୁ ଜଣାଇବା ପରେ ଘଟଣା ଡିଆଇଜିଙ୍କ ପାଖରେ ପହଞ୍ଚତ୍ଲା। ପୁରୀ ଏସ୍‌ପି ଓ ଡିଆଇଜି ସ୍ତରୀୟ ତଦନ୍ତ ରିପୋର୍ଟ ପୋଲିସ ଡିଜିଙ୍କୁ ଦିଆଯାଇଥିବା ପୋଲିସ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ଜଣାପଡିଛି। ଉକ୍ତ ସୂତ୍ର ଅନୁସାରେ, ପୋଲିସର ଅଫିସରମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଭଳି ନିୟମକୁ ଉଲ୍ଲଂଘନ କରି ପୁରୀ ଯାଉଥିବାରୁ ଗତ ୨୪ ତାରିଖରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ତରବରିଆ ଭାବେ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଟକଣା ସମୟରେ ବିନା କାର୍ଯ୍ୟରେ କୌଣସି ପୋଲିସ ଅଫିସର ପୁରୀ ଯାଇପାରିବେ ନାହିଁ। କାମ ଥିଲେ ପୋଲିସ ମୁଖ୍ୟାଳୟରୁ ଅନୁମତି ନେଇଯିବାକୁ ନିର୍ଦ୍ଦେଶ ରହିଛି।

ତେବେ ଏହି ଦୁଇ ଅଫିସର ପୂର୍ବରୁ ଏକାଧିକ ଘଟଣାରେ ବିବାଦକୁ ଆସିଛନ୍ତି। କମିଶନରେଟ ପୋଲିସର ସମ୍ପୃକ୍ତ ଏସିପିଙ୍କ ବିରୋଧରେ ମଧ୍ୟ ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗ ହୋଇଛି। ଏଥିପାଇଁ ସେ ନିଲମ୍ବିତ ହୋଇଥିବାବେଳେ ଡିଏସ୍‌ପିଙ୍କ ନାଁରେ ମଧ୍ୟ ବହୁ ସମୟରେ ଅଭିଯୋଗ ଆସିଛି। ସେହିଭଳି ପୂର୍ବରୁ ମଧ୍ୟ ବଡଚଣା ଥାନା ଅଧିକାରୀ ଲକ୍‌ଡାଉନ ନିୟମ ଭାଙ୍ଗି ଚୋରା ଗାଡିରେ ପରିବାର ସହ ପୁରୀ ବୁଲିବାକୁ ଆସି ନିଲମ୍ବିତ ହୋଇଛନ୍ତି। ଏଭଳି କେତେଜଣ ଅମାନିଆ ପୋଲିସ ଅଧିକାରୀଙ୍କ ପାଇଁ ଖାକିରେ କଳଙ୍କ ଲାଗିଛି। ତେବେ ବର୍ତ୍ତମାନର ଘଟଣା ସମ୍ପର୍କରେ ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ପଚାରିବାରୁ ସେ ଏହାକୁ ଏଡାଇ ଯାଇ କ’ଣ ହୋଇଛି ମୁଁ ବୁଝୁଛି ବୋଲି କହି ଫୋନ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri