ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି। ଇତିମଧ୍ୟରେ ଅମୁଲ ଗ୍ରାହକଙ୍କୁ ଏକ ଝଟ୍‌କା ମିଳିଛି। କାରଣ ଅମୁଲ ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ଅମୁଲର ସମସ୍ତ ବ୍ରାଣ୍ଡର ଦୁଗ୍ଧର ମୂଲ୍ୟ ପ୍ରତି ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯିବ। ଏନେଇ ଗୁଜରାଟ କୋ-ଅପେରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ୍‌ (ଜିସିଏମ୍‌ଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ଆର.ଏସ୍‌ ସୋଢ଼ି ସୂଚନା ଦେଇଛନ୍ତି। ପ୍ରାୟ ୧ବର୍ଷ ୭ମାସ ପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି, ଯାହା ଉତ୍ପାଦନ ବୃଦ୍ଧି ଯୋଗୁ ଜରୁରୀ ଥିଲା ବୋଲି ସେ କହିଛନ୍ତି। ଏଥିସହ ଏବେ ଅମୁଲ ଗୋଲ୍ଡ ମଧ୍ୟ ଲିଟର ପିଛା ୫୮ଟଙ୍କାରେ ଉପଲବ୍ଧ ହେବ। ଖାଦ୍ୟ ମହଙ୍ଗା ହେବା ଯୋଗୁ ଦୁଗ୍ଧର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଏତଦ୍‌ ବ୍ୟତୀତ ପ୍ୟାକେଜିଂର ମୂଲ୍ୟ ୩୦ରୁ ୪୦ପ୍ରତିଶତ, ପରିବହନ ମୂଲ୍ୟ ୩୦ପ୍ରତିଶତ ଓ ଶକ୍ତି ମୂଲ୍ୟ ୩୦ପ୍ରତିଶତ ବୃଦ୍ଧି ପାଇଥିବାରୁ ଉତ୍ପାଦନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ତେବେ ଦୁଗ୍ଧ ମୂଲ୍ୟ ବୃଦ୍ଧି ସହିତ ମିଠା, ଚକୋଲେଟ, ଘିଅ, ପନିର, ବଟର, ଲସି ଇତ୍ୟାଦିର ମୂଲ୍ୟ ମଧ୍ୟ ବଢ଼ିପାରେ ବୋଲି ସୋଢ଼ି କହିଛନ୍ତି। ଏହି ନୂଆ ଦର ଆସନ୍ତାକାଲିଠାରୁ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମାସ ମଧ୍ୟରେ ୧୦୮ ଦେଶରେ ପହଞ୍ଚିଲାଣି ଓମିକ୍ରନ୍ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ, ଖ୍ରୀଷ୍ଟମାସ ପୁର୍ବ ସନ୍ଧ୍ୟା ସୁଦ୍ଧା ରଦ୍ଦ ହେଲାଣି ୪ହଜାର ୫୦୦ ବିମାନ

ୱାଶିଂଟନ,୨୫ ।୧୨: ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ଭାରିଏଣ୍ଟ...

ମହାରାଷ୍ଟ୍ରରେ କରୋନା ଟିକା ଅଭାବ

ମୁମ୍ବାଇ,୭।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ କରୋନା ଟିକାର ଅଭାବ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା...

୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ହେବେ କି ଅଖିଳେଶ: ନିଜେ କଲେ ଖୁଲାସା

ଲକ୍ଷ୍ନୌ,୨୩।୩: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କୁ ରୋକିବା ପାଇଁ ସେ ଭାଜପା...

୧୫ ବର୍ଷ ପରେ ଜେଏସ୍‌ଏଲ୍‌ର ପ୍ରଥମ ଡିଭିଡେଣ୍ଟ

ଭୁବନେଶ୍ୱର,୨୧।୪: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ପେମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ରାଞ୍ଚିରେ ଆର୍‌ଆଇଆଇଜି କନ୍‌ଫରେନ୍ସ ଉଦ୍‌ଘାଟିତ

ରାଞ୍ଚି,୩ା୩:ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଗୁରୁବାର ‘ସ୍ଥାୟୀ ଊର୍ଜା ପାଇଁ ସାମଗ୍ରୀ’ ବିଷୟବସ୍ତୁକୁ ନେଇ ରିସର୍ଚ୍ଚ ଆଣ୍ଡ ଇନୋଭେଶନ୍‌ ଇନିସିଏଟିଭ୍‌ ଗ୍ୟାଦରିଂ (ଆର୍‌ଆଇଆଇଜି) କନ୍‌ଫରେନ୍ସ ଉଦ୍‌ଘାଟିତ ହୋଇଯାଇଛି।...

ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ...

ଋଣ ଉଠାଇବା ଲାଗି ରାଜ୍ୟଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ: ବଜାରରୁ ଋଣ ଉଠାଇବା ଲାଗି ରିଜର୍ଭ ବ୍ୟାଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଆଉ ୬ ମାସ ଅଧିକ ସମୟ ପ୍ରଦାନ କରିଛି।...

ଆଜି ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ମୋଦି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week