Odisha Elections 2024
Posted inଜାତୀୟ

ଜେଲରୁ ନେଟୱାର୍କ ଅପରେଟ କରୁଥିଲେ ଅମୃତପାଲ, ପାଖରୁ ମିଳିଲା ସ୍ପାଏ କ୍ୟାମେରା…

ଦିବ୍ରୁଗଡ଼,୧୭।୨ : ଆସାମର ଦିବ୍ରୁଗଡ ଜେଲର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଏଠାରେ ଥିବା ଏକ କୋଠରୀରୁ ମୋବାଇଲ ଫୋନ, ସ୍ପାଏ କ୍ୟାମେରା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ବିଶେଷ କଥା ହେଉଛି ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ କୋଠରୀରୁ ଏସବୁ ଜବତ ହୋଇଛି। ଏହି କାରଣରୁ ସେ ଜେଲ ଭିତରୁ ନିଜ ନେଟୱାର୍କ ଚଳାଉଥିବାର ଆଶଙ୍କା କରାଯାଉଛି। ତେବେ ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ପୋଲିସ ଏ ସମ୍ପର୍କରେ ଅଧିକ ସୂଚନା ବାଣ୍ଟୁନାହିଁ।

ସୂଚନାନୁସାରେ, ଜେଲ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ଗୁପ୍ତ ସୂଚନା ପାଇଥିଲେ ଯେ କିଛି ଲୋକ ଦିବ୍ରୁଗଡ ଜେଲ ଭିତରେ ମୋବାଇଲ ଫୋନ ବ୍ୟବହାର କରୁଥିଲେ। ଏଥିପାଇଁ କିଛି ମନୋନୀତ ପଏଣ୍ଟରେ କ୍ୟାମେରା ସେଟଅପ କରାଯାଇଥିଲା । କ୍ୟାମେରା ଫୁଟେଜ ଆଧାରରେ ଜେଲର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଶନିବାର ଏହି ଚଢ଼ାଉ ବେଳେ ସେଲରୁ ପେନ ଡ୍ରାଇଭ, ସ୍ପାଏ କ୍ୟାମେରା, ସ୍ପିକର, ସ୍ମାର୍ଟ ୱାଚ, କିପ୍ୟାଡ ଫୋନ ଏବଂ ବ୍ଲୁଟୁଥ ହେଡଫୋନ ଜବତ କରାଯାଇଛି।

ସୂଚନାନୁସାରେ, ଉଦ୍ଧାର ହୋଇଥିବା ମୋବାଇଲ ଫୋନର କଲ ରେକର୍ଡକୁ ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି। ଜେଲରୁ ଡକାଯାଇଥିବା ଲୋକଙ୍କ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ଜବତ ହୋଇଥିବା ପେନ ଡ୍ରାଇଭରେ କଣ ଅଛି ସେ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ। ଅମୃତପାଲ ସିଂ ତାଙ୍କର ୯ ସହଯୋଗୀଙ୍କ ସହ ଦିବ୍ରୁଗଡର ସେଣ୍ଟ୍ରାଲ ଜେଲରେ ଅଛନ୍ତି। ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ସମସ୍ତ ଲୋକଙ୍କ ବିରୋଧରେ ଏକ ମାମଲା ଚାଲିଛି। ଅମୃତପାଲଙ୍କ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଲିଙ୍କ ଥିବା ଅଭିଯୋଗ ହୋଇଛି।

ଅମୃତପାଲ ଖଲିସ୍ତାନ ସମର୍ଥକ ଦୃଷ୍ଟିକୋଣ ନେଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ୨୦୨୨ ମସିହାରେ ସେ ୱାରିସ ପଞ୍ଜାବ ଦେ ସଂଗଠନର ନେତୃତ୍ୱ ନେବା ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଦୁବାଇରେ ପରିବହନରେ କାମ କରୁଥିଲେ। ଆସାମର ଦିବ୍ରୁଗଡ ଜେଲ ପ୍ରାୟ ୪୭ ଏକର ଉପରେ ନିର୍ମାଣ ହୋଇଛି। ଏଥିରେ ୬୮୦ କଏଦୀଙ୍କୁ ରହିବାର କ୍ଷମତା ଅଛି ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri