ଧରିତ୍ରୀର ସ୍ବତନ୍ତ୍ର ଆଳାପ: କଫି ଉଦ୍ୟୋଗରେ ପର୍ଯ୍ୟାପ୍ତ ସୁଯୋଗ

ସ୍ପେଶାଲିଟି କଫି ଭେଞ୍ଚର ‘କୃତି କଫି’ର ସହପ୍ରତିଷ୍ଠାତା ହେଉଛନ୍ତି ଡ. କାମାକ୍ଷା ଦାସ। ସ୍ପେଶାଲିଟି କଫି ଆସୋସିଏଶନ (ଏସ୍‌ସିଏ)ର ସଦସ୍ୟ ଥିବା ଡ. ଦାସ ଏମ୍‌ବିବିଏସ ସହ ମୁମ୍ବାଇସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ରୁ ହେଲ୍‌ଥ ଆଡ୍‌ମିନିଷ୍ଟ୍ରେଶନରେ ମାଷ୍ଟର ଡିପ୍ଲୋମା କରିଛନ୍ତି। ଦେଶ ବିଦେଶରେ ଜଣାଶୁଣା କର୍ପୋରେଟ୍‌ ସଂସ୍ଥାରେ କାର୍ଯ୍ୟ କରିବାର ୨୦ ବର୍ଷର ଅଭିଜ୍ଞତା ରହିଛି। ହୋଲିଷ୍ଟିକ୍‌ ଓ୍ବେଲ୍‌ନେସ୍‌ ଭେଞ୍ଚର ‘ଯୋଗାକାର’ର ମଧ୍ୟ ସେ ସହପ୍ରତିଷ୍ଠାତା ଅଛନ୍ତି। ଦେଶ ବିଦେଶର ବିଭିନ୍ନ ଫୋରମ୍‌ରେ ବକ୍ତବ୍ୟ ଦେଇଥିବା ଡ. ଦାସଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- କୃତି କଫି ଦେଶର ଏକ ଅଗ୍ରଣୀ କଫି ଅନୁଷ୍ଠାନ। ଓଡ଼ିଶା ବଜାରରେ ଏହାର କିପରି ଚାହିଦା ରହିଛି ବୋଲି ଆପଣ ଭାବୁଛନ୍ତି?
ଉ-‘କୃତି କଫି’ ଅଗ୍ରଣୀ କଫି ବ୍ରାଣ୍ଡ୍‌ ଭାବେ ଓଡ଼ିଶାରେ ଯାତ୍ରା ଆରମ୍ଭ କରିଛି। ଗ୍ରାହକଙ୍କ କେବଳ ଆବଶ୍ୟକତାକୁ ନୁହେଁ, ବରଂ ଭାବାବେଗକୁ ଆମେ ଗୁରୁତ୍ୱ ଦେଉ। ଏହା ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ସହ କୃତି କଫି ପାଇଁ ମାର୍କେଟ୍‌ ଶେୟାର ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ଟି କାଫେ ରହିଥିବାବେଳେ ୨୦୨୪ ଏପ୍ରିଲରେ ଆଉ ଏକ କାଫେ ବ୍ରହ୍ମପୁରରେ ଖୋଲିବାକୁ ଯାଉଛି।
ପ୍ର-କଫି ଚାଷ ଏବଂ କଫି ଶିଳ୍ପକୁ ସରକାରୀ ପ୍ରୋତ୍ସାହନ କେତେ ସହାୟକ ହୋଇପାରୁଛି?
ଉ-ରାଜ୍ୟରେ କଫି ଚାଷର ଅଗ୍ରଗତି ପାଇଁ ସରକାରଙ୍କ ଯଥେଷ୍ଟ ପ୍ରୋତ୍ସାହନ ରହିଛି। ଗତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଓ୍ବାଲର୍‌ଡ ଫୁଡ୍‌ ଇଣ୍ଡିଆ’ରେ ଆମେ ମଧ୍ୟ ଓଡ଼ିଶା ପାଭିଲିୟନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲୁ। ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିଭିନ୍ନ ସମୟରେ କଫି ବୋର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି। କୋରାପୁଟ କଫିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଫଳରେ କଫି ଇକୋସିଷ୍ଟମ୍‌ ସହ ଜଡ଼ିତ ବ୍ୟକ୍ତିମାନେ ସଶକ୍ତ ହେବା ସହିତ ଆଗକୁ ବଢ଼ିବାର ସୁଯୋଗ ପାଉଛନ୍ତି।
ପ୍ର-କଫି ଚାଷ ଆରମ୍ଭରୁ ଉତ୍ପାଦନରେ କେଉଁ ସବୁ ପ୍ରକ୍ରିୟା ସାମିଲ ରହିଛି?
ଉ- ଗ୍ରାହକଙ୍କୁ କପେ ଭଲ କଫି ପରଷିବା ପାଇଁ ଆମେ କଫି ଫାର୍ମରୁ ଆରମ୍ଭ କରି କଫି ଭେଞ୍ଚର ପର୍ଯ୍ୟନ୍ତ ଟିକିନିଖି ତଦାରଖ କରୁ। କଫି ଗଛ ଲଗାଇବାଠାରୁ ଆରମ୍ଭ କରି ପାଚିଲା ଫଳ ଅମଳ, ଫଳରୁ ମଞ୍ଜି ବାହାର କରି ତାହାକୁ ଭାଜି ଗୁଣ୍ଡ କରାଯାଏ। ବିଶ୍ୱସ୍ତରୀୟ ଜ୍ଞାନକାୈଶଳ ଏବଂ ଉପକରଣ ବ୍ୟବହାରରେ ସମସ୍ତ କାର୍ଯ୍ୟ କରାଯାଉଛି। ସାରା ଦେଶରେ ଓଡ଼ିଶା କଫିକୁ ପରିଚିତ କରାଇବା ପାଇଁ କୃତି କଫି ଆଗଭର ରହିଛି।
ପ୍ର- କଫି ମାର୍କେଟର ଉନ୍ନତି ପାଇଁ କେଉଁ ସବୁ ପଦକ୍ଷେପ ଆବଶ୍ୟକ? ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆପଣଙ୍କ ଉପତ୍ାଦରେ କେଉଁ ବିଶେଷତା ରହିଛି?
ଉ- କଫି ବଜାରର ଉନ୍ନତି ପାଇଁ ଏକାଧିକ ଦିଗ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଏକ ସ୍ବତନ୍ତ୍ର କଫି ଉଦ୍ୟୋଗ ଭାବରେ ସରକାରଙ୍କ ବିଭିିନ୍ନ ଯୋଜନା ଓ ନିର୍ଦ୍ଦେଶାନୁସାରେ କଫି ବଜାରକୁ ଆମେ ପ୍ରଭାବିତ କରିପାରିବୁ। ରାଜ୍ୟ ସରକାରଙ୍କ ସୁଚିନ୍ତିତ ପଦକ୍ଷେପ ଯୋଗୁ ଓଡ଼ିଶା କଫି ଗଛ ଲଗାଇ କର୍ନାଟକ ଭଳି ରାଜ୍ୟଠାରୁ ଉତ୍ପାଦନରେ ବହୁ ଆଗକୁ ବଢ଼ିପାରିଛି। ବର୍ତ୍ତମାନର ଆବଶ୍ୟକତା ହେଉଛି ବୈଷୟିକ ଅଭିଜ୍ଞତାକୁ ସମନ୍ବିତ କରି ଏହି କ୍ଷେତ୍ରରେ ଉଦ୍ୟମ ଜାରି ରଖିବା। କୃଷି ସଶକ୍ତୀକରଣ କ୍ଷେତ୍ରରେ ସଚ୍ଚୋଟତା ଯୋଗୁ ଆମ ଗ୍ରାହକ ଆକର୍ଷିତ ହେଉଛନ୍ତି। ଚାଷଜମି ହେଉ କି କଫିମଞ୍ଜି ଶୁଖା ଓ ଭଜା ଆଦି ପ୍ରକ୍ରିୟାରେ କୁଶଳତା, ସ୍ବତନ୍ତ୍ର ଉପତ୍ପାଦ ଗ୍ରାହକଙ୍କୁ ଆମ ସହ ଯୋଡ଼ିବାରେ ସହାୟକ ହେଉଛି।
ପ୍ର- ଏକ ଦଶନ୍ଧି ଧରି କୃତି କଫି ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ନୂଆକରି ଏ କ୍ଷେତ୍ରରେ ପାଦ ଥାପୁଥିବା ବ୍ୟକ୍ତିଙ୍କୁ ଅନୁଷ୍ଠାନର ସହପ୍ରତିଷ୍ଠାତା ଭାବେ ଆପଣ କ’ଣ ବାର୍ତ୍ତା ଦେବେ?
ଉ- କଫି ଉଦ୍ୟୋଗୀମାନଙ୍କ ପାଇଁ ମୋର ଏକମାତ୍ର ପରାମର୍ଶ ରହିବ ଯେ, ସେମାନେ ପ୍ରଥମେ ଭିତ୍ତିଭୂମି ସୁଦୃଢ଼ କରିବା ଆବଶ୍ୟକ। କଫି ଉଦ୍ୟୋଗରେ ସଫଳତା ପାଇଁ କିଛି ବର୍ଷ କଷ୍ଟ କରିବାକୁ ପଡ଼ିବ, ଯାହାକି ବର୍ଷ ବର୍ଷ ଧରି ଆପଣଙ୍କୁ ଲାଭାନ୍ବିତ କରିବ। ଜଣେ ଦକ୍ଷ ଉଦ୍ୟୋଗୀ ପାଇଁ କଫି ଉଦ୍ୟୋଗରେ ବିସ୍ତୃତ ସୁଯୋଗ ରହିଛି। ଏହାକୁ ଉପଯୋଗ କରି ଭାରତରେ ଜଣେ ସଫଳ କଫି ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri