ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି ସ୍ଥାନ: ହଜିିଗଲା ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରକଳ୍ପ

ଯାଜପୁର,୬।୩ (ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲ ନିକଟ ବେଣାପୁରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୧୯,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ହେଲେ ଦୀର୍ଘ ୬ ବର୍ଷ ତଳେ କ୍ୟାବିନେଟ ମଞ୍ଜୁରପ୍ରାପ୍ତ ଦେଶର ୪ର୍ଥ ବୃହତ୍‌ ତୈଳଭଣ୍ଡାର ପ୍ରକଳ୍ପ ଏବେ ହଜି ଯାଇଛି। ଏଥିରୁ ଉକ୍ତ ତୈଳଭଣ୍ଡାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପଡିବା ନିଶ୍ଚିତ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଉକ୍ତ ପ୍ରକଳ୍ପ ପାଇଁ ୨୦୧୮ ଜୁନ ୨୬ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ହେଲେ ଡଙ୍କାରୀ, ରାହାଡପୁର, ବରଡା ଓ ବାରମାଣ ପାହାଡ଼ରେ ଥିବା ୩୬ଟି ପଥର ଖାଦାନ ଏବଂ ପଥର ବ୍ୟବସାୟୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଅଗ୍ରଗତିରେ ବିରାମ ଲାଗିଥିଲା। ଦେଶରେ ଅତିରିକ୍ତ ୬.୫ ମିଲିୟନ ମେଟ୍ରିକ ଟନ୍‌ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସୁବିଧା ପ୍ରତିଷ୍ଠା ପାଇଁ ଚଣ୍ଡିଖୋଲ ସମେତ କର୍ନାଟକର ପାଦୁର ଏବଂ ଆନ୍ଧ୍ରପ୍ରଦେଶର ମାଙ୍ଗାଲୋରଠାରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାରର ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା। ୨୦୧୭-୧୮ ବର୍ଷର ସାଧାରଣ ବଜେଟରେ ଏନେଇ ସ୍ଥାନ ପାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଭଣ୍ଡାର ନିର୍ମାଣ ପାଇଁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହାପରେ ଡଙ୍କାରୀରେ କଳାପଥର ଉତ୍ତୋଳନକୁ ନେଇ ବାଦବିବାଦ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହେଲେ ପଥର ଖାଦାନରୁ ଆଦାୟ ହେଉଥିବା ବାର୍ଷିକ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ସରକାର ରାଜସ୍ବ ହରାଇବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆକଳନ ହୋଇଥିଲା। ତେଣୁ ଜମି ଯୋଗାଇ ଦେବାରେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ବହୁ ବିଳମ୍ବ ହେଲା। ଅନ୍ୟପକ୍ଷେ ସମାନ ସମୟରେ ଘୋଷଣା ହୋଇଥିବା ପାଦୁର ଓ ମାଙ୍ଗାଲୋର କାର୍ଯ୍ୟ ଆରମ୍ଭ ହୋଇଯାଇଥିବାର ସୂଚନା ମିଳିଛି। ଏହିକ୍ରମରେ କେନ୍ଦ୍ର ସରକାରଙ୍କ ଆଇଏସ୍‌ପିଆର୍‌ଏଲ୍‌ ଯାଜପୁର ଜିଲା ପ୍ରଶାସନକୁ ଏକ ରିପୋର୍ଟ ପ୍ରଦାନ କରି ତୈଳ ଭଣ୍ଡାର ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ୪୦୦ ଏକର ଜମିରେ ପରିକଳ୍ପିତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଭୂଗର୍ଭରେ ହେଉଥିବାରୁ ୧୦ ବର୍ଗ କି.ମି.ପରିମିତ ବିଶିଷ୍ଟ ଡଙ୍କାରୀ ପାହାଡ଼ର ମାତ୍ର ୧୫ ପ୍ରତିଶତ ଅଞ୍ଚଳ ଅନ୍ତର୍ଭୁକ୍ତ ହେବ ବୋଲି ରିପୋର୍ଟରେ ସ୍ଥାନ ପାଇଥିଲା। କୌଣସି ଗ୍ରାମବାସୀ ଏଥିରେ ପ୍ରଭାବିତ ହେବେ ନାହିଁ। ପ୍ରଦୂଷଣର କୌଣସି ଆଶଙ୍କା ନାହିଁ। ଏହାବାଦ୍‌ ଯେଉଁଠାରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ସେଠାକୁ ଯାଜପୁର ଜିଲାର ଏକ ପରିଦର୍ଶନ ଟିମ ଗସ୍ତ କରିବେ ବୋଲି ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ)ର ତତ୍କାଳୀନ ସିଇଓ ଅଜୟ ଦାସରା ସେତେବେଳେ ପ୍ରକାଶ କରିଥିଲେ। କିନ୍ତୁ ପଥର ମାଫିଆ ଏବଂ ଏଥିରେ ସଂପୃକ୍ତ କେତେକ ରାଜନେତାଙ୍କ ସ୍ବାର୍ଥକୁ ସେତେବେଳେ ଅଧିକ ଗୁରୁତ୍ୱ ଦିଆଗଲା ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହାବାଦ୍‌ ଆଇଓସିଏଲ ସିଇଓ ଦାସରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡଙ୍କାରୀ ଗସ୍ତ କରି ପୂର୍ବରୁ ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇବାରେ ବିଳମ୍ବ ହେବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିଲା। ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇ ଦେବାକୁ ଉକ୍ତ ସଂରକ୍ଷଣ ଭଣ୍ଡାରର ନିର୍ମାଣ ଯୋଜନା ଥିଲା। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଥିଲା। ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ରସଂଖ୍ୟା ୦୦୦୬୩-ସିଏସପିଜି/୨୦ା୩ା୨୦୧୮ରେ ପ୍ରସ୍ତାବିତ ସ୍ଥାନ ଓ ଏହାର ଆଖପାଖରେ ଚାଲିଥିବା ପଥର ଖାଦାନଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ରସଂଖ୍ୟା ୧୧୮୬/୧୨ା୪ା୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ ପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍‌ ଦେବାକୁ ପରିବେଶ ମଞ୍ଜୁରୀ ସକାଶେ ଜନଶୁଣାଣି କାର୍ଯ୍ୟକ୍ରମକୁ ତହସିଲ ପ୍ରଶାସନ ପକ୍ଷରୁ ସେତେବେଳେ ଗୁରୁତ୍ୱ ଦିଆଯାଇଥିଲା। ଜମି ଯୋଗାଇ ଦେବା ବଦଳରେ ଖାଦାନଗୁଡିକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହେଁ ପ୍ରାୟ ୫୦୦ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥାନ୍ତେ ବୋଲି ସେତେବେଳେ ଆଶା କରାଯାଇଥିଲା। ହେଲେ କଳାପଥରର କଳା ଟଙ୍କାରେ ଏହି ବିକାଶମୁଖୀ ପ୍ରକଳ୍ପ ଅଟକି ରହିଗଲା ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri