ଅମ୍ରୀଶ ପୁରୀ, ଯିଏ ବଲିଉଡ୍ର ଜଣାଶୁଣା ଭିଲେନଙ୍କ ମଧ୍ୟରୁ ଅନ୍ୟତମ। ନିଜର ଡାଏଲଗ କହିବା ଶୈଳୀ, ଭୟାନକ ଗେଟଅପ ଏବଂ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ସହିତ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ଭୟ ସୃଷ୍ଟି କରିଥିଲେ। ହେଲେ ସେ ପ୍ରକୃତରେ ଚଳଚ୍ଚିତ୍ରରେ ହିରୋ ହେବାକୁ ଚାହୁଁଥିଲେ । ତାଙ୍କର ଜନ୍ମଦିନ ୨୨ ଜୁନ ରେ। ସେ ବର୍ତ୍ତମାନ ନାହାନ୍ତି ସତ ହେଲେ ତାଙ୍କ ଅଭିନୟ ପାଇଁ ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ଅଛି। ଅମ୍ରୀଶ ୩୦ ବର୍ଷରୁ ଅଧିକ ସମୟ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। କେତେକ ଫିଲ୍ମରେ ସେ ‘ସୁପର ଭିଲେନ’ ଟ୍ୟାଗ ପାଇଥିଲେ । ପ୍ରଥମେ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମର ସଂଳାପ ‘ମୋଗାମ୍ବୋ ଖୁସ ହୁଆ’ର ନାମ ଆସେ ।
୧୯୮୭ରେ ମୁକ୍ତିଲାଭ କରିଥିବା ‘ମିଷ୍ଟର ଇଣ୍ଡିଆ’ ତାଙ୍କ ଚରିତ୍ର ଅମର ବୋଲି ବିବେଚନା କରାଯାଏ । ଆଜି ବି ଲୋକଙ୍କ ମୁହଁରେ ଏହି ସଂଳାପଟି ରହିଛି। ଫିଲ୍ମର ହିରୋ ଅନିଲ କପୁରଙ୍କ ଅପେକ୍ଷା ଅମ୍ରୀଶ ଅଧିକ ପ୍ରଶଂସା ପାଇଥଲେ।