Posted inଜାତୀୟ

ଲାଲୁ-ନୀତୀଶଙ୍କ ବିରୋଧରେ ଆଜି ଗର୍ଜିବେ ଶାହା, ରାଲି ପୂର୍ବରୁ ଦେଲେ ଏହି ସଙ୍କେତ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ବିହାରର ମଧୁବନୀ ଏବଂ ଆରାରିଆ ଜିଲା ଗସ୍ତ କରିବେ। ଏହି ଦିନିକିଆ ବିହାର ଗସ୍ତରେ ଅମିତ ଶାହା ମଧୁବନୀର ଝଞ୍ଝାରପୁର ଠାରେ ଭାଜପାର ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଆରାରିଆର ଜୋଗବନୀ ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟରେ ନୂତନ ଭାବରେ ନିର୍ମିତ ଆବାସିକ ଅଟ୍ଟାଳିକାକୁ ମଧ୍ୟ ଉଦ୍‌ଘାଟନ କରିବେ। ତାଙ୍କର ଏହି ଗସ୍ତ ୨୦୨୪ ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ବିଶାଳ ରାଲି ପୂର୍ବରୁ ମଧ୍ୟ ବିହାରର ମହମେଣ୍ଟ ସରକାର ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି ବୋଲି ଅମିତ ଶାହା ସଙ୍କେତ ଦେଇଛନ୍ତି। ଲାଲୁ-ନୀତୀଶଙ୍କୁ ଶାହା ଟର୍ଗେଟ୍‌ କରିବେ ବୋଲି କୁହାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ବରାଷ୍ଟ୍ର ଲେଖିଛନ୍ତି,ଜ୍ଞାନ ଏବଂ ପରିଶ୍ରମର ଭୂମି ବିହାରରେ ଆଜି ପ୍ରତ୍ୟେକ ସ୍ଥାନରେ ଜଙ୍ଗଲରାଜ୍‌ ଅଛି। ରାଜ୍ୟରେ ଉନ୍ନତ ବିକାଶ ଏବଂ ସୁରକ୍ଷା କେବଳ ଭାଜପା ସରକାର ହିଁ ସମ୍ଭବ କରିପାରିବେ। ଦିନରାତି ଦେଶର ସୀମା ସୁରକ୍ଷାରେ ଥିବା ସୈନିକମାନଙ୍କ ସୁବିଧା ପାଇଁ ମୋଦି ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଶାହା କହିଛନ୍ତି। ସେ ଆହୁରି କହିଛନ୍ତି, ଶନିବାର ଆରାରିଆର ଜୋଗବାନୀ ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ ଏବଂ ବଥନାହାରେ ଏସସିବିରେ ଏଲପିଏଆଇର ନୂତନ ନିର୍ମିତ ଆବାସିକ ଅଟ୍ଟାଳିକାକୁ ଉଦ୍‌ଘାଟନ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମିରୁ ଉଚ୍ଛେଦବେଳେ ପ୍ରବଳ ବିରୋଧ, ତଥାପି ଜାରି ରହିଛି…

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି…

ମୋଦିଙ୍କ ବୟାନ ପରେ ସୁନାକୁ ନେଇ ବଢୁଛି ଚର୍ଚ୍ଚା, ଜାଣନ୍ତୁ ଦେଶକୁ କେଉଁଠୁ ଆସୁଛି ସୁନା, ଭାରତୀୟ ସୁନା ନ କିଣିଲେ କ’ଣ ହେବ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ସ୍ବାର୍ଥ ପାଇଁ,…

୧୨ ଘଣ୍ଟା ବିତିଲା: ସ୍ବାଭାବିକ ହୋଇପାରିଲାନାହିଁ ବିଦ୍ୟୁତ୍‌ ସେବା

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ରବିବାର ରାତି ୧୦ଟାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସହରର ଅନେକ ସ୍ଥାନରେ ଗଛଡାଳ…

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri