Posted inଜାତୀୟ

ଶିବରାଜଙ୍କ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କଲେ ଅମିତ ଶାହା

ଭୋପାଳ,୨୦।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ମଧ୍ୟ ପ୍ରଦେଶ ଗସ୍ତରେ ଅଛନ୍ତି। ରବିବାର ଶାହା ଭୋପାଳରେ ଭାରତୀୟ ଜନତା ପାର୍ଟି(ଭାଜପା)ର ୨୦ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡର ନାମ ଗରିବ କଲ୍ୟାଣ ମହାଅଭିଯାନ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅମିତ ଶାହାଙ୍କ ବ୍ୟତୀତ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଭାଗ ନେଇଥିଲେ। ରାଜ୍ୟବାସୀଙ୍କ ସାମ୍ନାରେ ଏମପିର ରିପୋର୍ଟ କାର୍ଡ ପ୍ରକାଶ କରି ଅମିତ ଶାହା କହିଛନ୍ତି ଯେ ୨୦ବର୍ଷ ମଧ୍ୟରେ ଏକ ଅସୁସ୍ଥ ରାଜ୍ୟକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମେ ଚେଷ୍ଟା କରିଛୁ। ୫୩ ବର୍ଷ ଧରି କଂଗ୍ରେସ ଶାସନ କାଳରେ ମଧ୍ୟ ପ୍ରଦେଶକୁ ଅସୁସ୍ଥ ରାଜ୍ୟର ଟ୍ୟାଗ ପାଇଥିଲା।
ଗରିବ କଲ୍ୟାଣ ମହା ଅଭିଯାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି, ‘ଅସୁସ୍ଥ ରାଜ୍ୟକୁ ୨୦ଟି ବିକଶିତ ରାଜ୍ୟରେ ପରିଣତ କରିବାକୁ ଭାଜପା ସରକାର ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ଏତେ ବର୍ଷ ମଧ୍ୟରେ ଏକ ଆତ୍ମର୍ନିଭରଶୀଳ ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ଶାହା କହିଛନ୍ତି ଯେ ମଧ୍ୟପ୍ରଦେଶ ୧୯୫୬ରେ ଗଠିତ ହୋଇଥିଲା, ସେହି ଦିନଠାରୁ ୨୦୦୩ ପର୍ଯ୍ୟନ୍ତ କଂଗ୍ରେସ ସରକାର ରାଜ୍ୟରେ ରହିଥିଲେ। ଏହି ୫ବର୍ଷରେ, କଂଗ୍ରେସର ନେତୃତ୍ୱରେ ଏହା ଏକ ଅସୁସ୍ଥ ରାଜ୍ୟର ଟ୍ୟାଗ ପାଇଥିଲା। ଅମୃତକାଲ ମହୋତ୍ସବ ବିଷୟରେ ଉଲ୍ଲେଖ କରି ଶାହା କହିଛନ୍ତି ଯେ ଭବିଷ୍ୟତରେ ଏହି ରାଜ୍ୟ ତୁଳନାତ୍ମକ ନୁହେଁ। ମଧ୍ୟ ପ୍ରଦେଶ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri