ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ

ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ ନେଭିସ ଦ୍ୱୀପର ପଶ୍ଚିମ ଦିଗରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି।
ସେମାନେ ଝିଅମାନଙ୍କୁ ୧୦ବର୍ଷ ବୟସ୍କା ମଦିତା କ୍ଲେପର୍‌ ଏବଂ ୧୨ବର୍ଷିୟ ଏନିକ କ୍ଲେପର୍‌ ବୋଲି ଚିହ୍ନଟ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ପାଇଲଟ ରବର୍ଟ ସାକ୍ସଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡି ନାହିଁ।
ଅଧିକାରୀଙ୍କ ଅନୁଯାୟୀ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ କୋଷ୍ଟଗାର୍ଡ ଏହି ଅଞ୍ଚଳକୁ ଯିବାବେଳେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ତଥା ଡାଇଭରମାନେ ସାହାଯ୍ୟ କରିବାକୁ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ମତ୍ସ୍ୟଜୀବୀ ତଥା ଡାଇଭରଙ୍କ ନି ସ୍ବାର୍ଥପର ତଥା ସାହସିକ କାର୍ଯ୍ୟକୁ ପୋଲିସ ଉଚ୍ଚ ପ୍ରଶଂସା କରିଥିଲା।
୫୧ ବର୍ଷ ବୟସ୍କ ଜର୍ମାନ ଜନ୍ମିତ ଅଭିନେତା ଡଜନେରୁ ଅଧିକ ଖ୍ୟାତନାମା ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ଯେଉଁଥିରେ ୨୦୦୮ର ମୁଭି ‘ସ୍ପିଡ ରେସର୍‌’ ଏବଂ ‘ଦି ଗୁଡ ଜର୍ମାନ’ ଅନ୍ତର୍ଭୁକ୍ତ। ସେ ୧୯୯୦ ଦଶକର ଧାରାବାହିକ ‘ସେଭ୍ଡ ବାୟ ଦି ବେଲ: ଦି ନ୍ୟୁ କ୍ଲାସ’ ର ଏକ ସିଜନ ପାଇଁ ବ୍ରାଏନ କେଲର୍‌ ନାମକ ଏକ ସ୍ବିସ ଟ୍ରାନ୍ସଫର ଛାତ୍ର ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?