ୟୁକ୍ରେନକୁ ସହାୟତା କରିବ ଆମେରିକା

ଓ୍ବାଶିଂଟନ,୨୬ା୧: ରୁଷିଆ-ୟୁକ୍ରେନ ବିବାଦ ଦିନକୁ ଦିନ ଜଟିଳ ପରିସ୍ଥିତି ଆଡ଼କୁ ମୁହାଁଉଛି। ରୁଷିଆର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଛି ନାଟୋ। ସେପଟେ ୟୁକ୍ରେନ ଛାଡ଼ି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା। ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆମେରିକା କୂଟନୀତିଜ୍ଞ ଆଣ୍ଟୋନି ବ୍ଲିଙ୍କେନ ୟୁରୋପୀୟ ରାଷ୍ଟ୍ରସଂଘ ସହ ଏନେଇ ଆଲୋଚନା କରିଛନ୍ତି । ପରିସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ରୁଷିଆର ବୈଦେଶିକ ମନ୍ତ୍ରୀ ଜେନେଭା ଗସ୍ତରେ ଯାଇଛନ୍ତି ।

ଯଦି ରୁଷିଆ ୟୁକ୍ରେନକୁ ସୈନ୍ୟ ପଠାଏ ତେବେ ଏହା ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଓ୍ବାଶିଂଟନ ୟୁରୋପୀୟ ସଂଘ କହିଛି। ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ମସ୍କୋର ଆକ୍ରମଣକୁ ନେଇ ଏହି ବିବାଦ ବଢ଼ିଛି। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି। ଫଳରେ ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ରୁଷିଆ ଆକ୍ରମଣ କଲେ ଆମେରିକା ୟୁକ୍ରେନକୁ ସହାୟତା କରିବ ବୋଲି ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…

ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ...

ଇମ୍ରାନଙ୍କ ଓଲଟା ଗଣତି ଆରମ୍ଭ

ଇସଲାମାବାଦ,୩୧ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ବହୁମତ ହରାଇ ସାରିଛନ୍ତି । ହେଲେ ଗାଦି ଛାଡୁ ନାହାନ୍ତି...

ଭାରତକୁ ଟୁଇଟର ଦେଲା ୧୧୦ କୋଟି

ଓ୍ବାଶିଂଟନ୍‌, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର। ଏ...

ଗୋଟାବାୟା ଅସମର୍ଥ

କଲମ୍ବୋ,୬ା୪: ଘୋର ଆର୍ଥିକ ସଙ୍କଟକୁ ସାମ୍ନା କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅତି ଖରାପ ଆଡ଼କୁ ଗତି କରୁଛି। ୪୨ ଏମ୍‌ପି ନିଜକୁ ସ୍ବାଧୀନ...

ନେପାଳ ପାର୍ଲାମେଣ୍ଟ କାଏମ

କାଠମାଣ୍ଡୁ, ୧୩।୭(ଆଇଏଏନ୍‌ଏସ୍‌): ଏକ ନାଟକୀୟ ଘଟଣାକ୍ରମରେ ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ପାର୍ଲାମେଣ୍ଟକୁ ପୁନଃ...

ମାସ୍କ ପିନ୍ଧିବାକୁ ରାଜି ନ ଥିବା ମେକ୍ସିକୋ ରାଷ୍ଟ୍ରପତି କରୋନା ପଜିଟିଭ

ମେକ୍ସିକୋ ସିଟି,୨୫ ।୧: ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମେନୁୟଲ ଲୋପେଜ ଓବ୍ରାଡର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସକୁ...

କ୍ୟାପିଟଲ୍‌ ବିଲ୍ଡିଂ ବାହାରେ ଶପଥ ନେବେ ବାଇଡେନ୍‌

ଓ୍ବାଶିଂଟନ, ୧୭।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିସ୍‌ ଜାନୁୟାରୀ ୨୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କୋଭିଡ୍‌-୧୯...

ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କୁ ଭାରତର କଡ଼ା ଜବାବ: ଦୟାକରି ଆମକୁ ଉପଦେଶ ଦିଅନ୍ତୁ ନାହିଁ

ନ୍ୟୁୟର୍କ,୬।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି। ଅନେକ ଦେଶ ରୁଷିଆ ଉପରେ କଟକଣା ଲଗାଉଛନ୍ତି।...

Advertisement
Archives

Model This Week