Advertisement

ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ

ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ ଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବିମାନ ଭିଣ୍ଟେଜ ମିଲିଟ୍ରି ଏୟାରକ୍ରାପ୍ଟ ଥିବା ବେଳେ ଏହା ଟେକ୍ସାସର ଡଲାସ ସହରରେ ହେଉଥିବା ଏୟାର ଶୋ’ରେ ଭାଗ ନେବାକୁ ଆସିଥିଲେ । ଏୟାର ଶୋ’ରେ ନିଜର ପରାକ୍ରମ ଦେଖାଇବା ସମୟରେ ଆକାଶରେ ଏମାନେ ପରସ୍ପର ସହ ପିଟି ହୋଇଯାଇଥିଲେ ।
ଏହି ଦୁର୍ଘଟଣା ୧୨ ନଭେମ୍ବର ଦିନ ପ୍ରାୟ ୧ଟା ୩୦ ମିନିଟରେ ହୋଇଥିଲା । ଟେକ୍ସାସର ଡଲାସରେ ଭିଣ୍ଟେଜ ଏୟାର ଶୋ ଚାଲିଥିଲା । ଏକ ବୋଇଂ ବି-୧୭ ଆକଶରେ ପରାକ୍ରମ ଦେଖାଉଥିବା ବେଳେ ହଠାତ ଏହି ଯୁଦ୍ଧ ବିମାନ ନିକଟକୁ ବେଲ ପି-୬୩ ନାମକ ଦ୍ୱିତୀୟ ବିମାନ ଚାଲିଆସିଥିଲା । ତେବେ କେହି କିଛି ବୁଝିବା ପୂର୍ବରୁ ଉଭୟ ପରସ୍ପର ସହ ପିଟି ହୋଇଯାଇଥିଲେ ଓ ତଳେ ପଡି ନିଆଁ ଲାଗିଯାଇଥିଲା । ଏଥିରେ ଥିବା ସମସ୍ତ ମେମ୍ବରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏୟାର ଶୋ’ ଦେଖୁଥିବା ଲୋକେ ଭୟରେ ପାଟି କରିବାକୁ ଲାଗିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ...

ସ୍ପେନ୍‌ରେ ଦିନକରେ ୨ ହଜାର ସଂକ୍ରମିତ

ମାଡ୍ରିଡ୍‌,୧୬।୩ : ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ହାର କମିଥିବାବେଳେ ୟୁରୋପୀୟ ଦେଶଗୁଡ଼ିକରେ ଏହା ଦ୍ରୁତବେଗରେ ମାଡିଚାଲିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୦...

ଓବାମା, ବୁଶ, କ୍ଲିଣ୍ଟନ କ୍ୟାମେରା ସାମ୍ନାରେ ନେବେ କରୋନା ଟିକା

ୱାଶିଂଟନ,୪ ।୧୨: କରୋନା ମହାମାରୀ ଆମେରିକାରେ ତାଣ୍ଡବ ରଚିଥିବା ବେଳେ ଏବେ ଏହାର ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଯୋର ଧରିଛି । ସବୁ ବିକାଶଶୀଳ ଦେଶ...

ପରଲୋକରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ

ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ। ଆକ୍ରମଣ...

ଆମେରିକା-ବ୍ରିଟେନ୍‌ ଉପରେ ବର୍ଷିଲେ ଜେଲେନସ୍କି, ୧୩ ଦିନ ଧରି ପାଶ୍ଚାତ୍ୟ ଦେଶ ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଆମେରିକା, ବ୍ରିଟେନ୍‌ ସମେତ ସମସ୍ତ ପାଶ୍ଚାତ୍ୟ ଦେଶଙ୍କ ଉପରେ ବର୍ଷିଛନ୍ତି। ଗତ ୧୩ ଦିନ ଧରି...

କ୍ରିମିଆ ବ୍ରିଜ ବିସ୍ଫୋରଣକୁ ୟୁକ୍ରେନର ଗୁଇନ୍ଦା ସେବା କହିବା ସହ ଏହାକୁ ନିନ୍ଦା କରିଛନ୍ତି ପୁଟିନ

ମସ୍କୋ,୧୦ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି । ଏବେ ରୁଷିଆ ସେନା ଲାଗାତାର କ୍ଷତିର ସାମ୍ନା କରି ଚାଲିଛନ୍ତି ।...

ଗୁଳି ଚଳାଇଲା ରୁଷିଆ ସେନା

କ୍ୱିଭ୍‌,୧୭ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଭ୍ୟନ୍ତରୀଣ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପୂର୍ବ ୟୁକ୍ରେନରେ ରୁଷିଆ ସେନା ଏକ ଗାଁରେ ଗୁଳି ଚଳାଇଥିବା...

ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’

ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍‌ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week