ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍‌ ଟ୍ୟାଙ୍କ୍‌ କହିଲା ହିଂସାର କାରଣ

ଓ୍ବାଶିଂଟନ୍‌,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ ହିଂସା ହେବାର କାରଣ ପାରସ୍ପରିକ ଅବିଶ୍ୱାସ, ଅର୍ଥନୀତିର ପ୍ରଭାବ, ନିଶା ସେବନ ଏବଂ ବିଦ୍ରୋହ। ଗତ ସପ୍ତାହରେ ଫାଉଣ୍ଡେସନ ଫର ଇଣ୍ଡିଆ ଏବଂ ଇଣ୍ଡିଆନ ଡାଏସପୋରା ଷ୍ଟଡିଜ ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମଣିପୁରରେ ଶାନ୍ତି ଫେରାଇ ଆଣିବା ଏବଂ ଲୋକଙ୍କୁ ନିରାପତ୍ତା ଯୋଗାଇବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ଜନଜାତିଙ୍କ ମଧ୍ୟରେ ଧାର୍ମିକ ପୋଲାରାଇଜେସନ ଅଛି, କିନ୍ତୁ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏହା ଜାତିଗତ ବିବାଦ, ଐତିହାସିକ ଅବିଶ୍ୱାସ ଏବଂ ଜନଜାତିଙ୍କ ମଧ୍ୟରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା। ଯଦିଓ ହିଂସା ଏବଂ ବିରୋଧ ହ୍ରାସ ପାଇଛି, ତଥାପି ଲୋକ ଏବଂ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ରହିଛି। ଯେଉଁମାନେ ଦଙ୍ଗା ଯୋଗୁ ମଣିପୁରରୁ ଅନ୍ୟ ସ୍ଥାନକୁ ଯାଇଛନ୍ତି ସେମାନେ ଘରକୁ ଫେରିବାରେ ଅସହଜ ମନେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ…

ଗାଜା ଶାନ୍ତି ଯୋଜନାକୁ ଇସ୍ରାଏଲ୍‌ର ପ୍ରତ୍ୟାଖ୍ୟାନ

ଜେରୁଜେଲମ୍‌, ୧୦ା୮: ଗାଜା କିମ୍ବା ଓ୍ବେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନ ହୋଇପାରିବ ନାହଁି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିବା ସହ ୧୫-ସୂତ୍ରୀ ଗାଜା…

ମୋଜତାବାଙ୍କ ଭିଡିଓ ଜାରି କଲା ଇରାନ

ତେହରାନ୍‌, ୧୦ା୮: ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଇସ୍ରାଏଲ୍‌ ଗଣମାଧ୍ୟମରେ ଖବର ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri