Posted inଫୁରସତ

ମରିଗଲାଣି ଏମାନଙ୍କ ମାନବିକତା: ୪ କିଲୋମିଟର ରାସ୍ତା ପାଇଁ ଆମ୍ବୁଲାନ୍ସ ଭଡ଼ା ନେଲା ୧୦,୦୦୦ ଟଙ୍କା, ଲୋକେ କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ନ ପାଇ ଅନେକ ପ୍ରାଣ ହରାଉଛନ୍ତି। ଗୋଟିଏ ପଟେ କିଛି ଲୋକ ସହାୟତା ପାଇଁ ଆଗକୁ ଆସୁଥିବା ବେଳେ କିଛି ଏହି ସମୟରେ ଫାଇଦା ଉଠାଇବାକୁ ବି ପଛାଉ ନାହାନ୍ତି। ଦିଲ୍ଲୀରୁ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ଏକ ଆମ୍ବୁଲାନ୍ସ ଚାଳକ ୪ କିଲୋମିଟର ରାସ୍ତା ପାଇଁ ୧୦ହଜାର ଟଙ୍କା ଭଡ଼ା ଦାବି କରିଥିଲେ। ଏହାର ବିଲ୍‌ର ଏକ ଫଟୋ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟୁଇଟ୍‌ କରିଛନ୍ତି।

ଦିଲ୍ଲୀର ପୀତମପୁରାରୁ ଫୋର୍ଟିସ ଡାକ୍ତରଖାନା(୪ କିମି ଦୂର)କୁ ନେବା ପାଇଁ ରୋଗୀଙ୍କୁ ଡିକେ ଆମ୍ବୁଲାନ୍ସ ସେବା ପକ୍ଷରୁ ୧୦ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ସେ ତାହା ହିଁ କରିଥିଲେ। ଦୁଃଖର ଏଭଳି ସମୟରେ ନିଜ ଲାଭ ବିଷୟରେ ଭାବି ଏଭଳି ବ୍ୟବହାର କରିବାକୁ ଅନେକ ନାପସନ୍ଦ କରିଛନ୍ତି। ଲୁଟିବା ପାଇଁ ଶେଷକୁ ଆମ୍ବୁଲାନ୍ସ ଯୋଗାଉଥିବା ଲୋକ ପଛରେ ନାହାନ୍ତି ବୋଲି ଅନେକ କହିଥିବା ବେଳେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ କିଛି ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ସାବୁନରେ ସଫାକଲେ ଧନିଆପତ୍ର

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଛି। ଏହି...

ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି

ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ...

କରୋନାକୁ ହରାଇବା ପରେ ଗରିବଙ୍କ ପାଇଁ ଅଫିସକୁ ହସ୍ପିଟାଲ କଲେ ବ୍ୟବସାୟୀ

କରୋନାକୁ ନେଇ ଲୋକେ ଏବେ ଚିନ୍ତାରେ। ତେବେ ତା’ଠାରୁ ଅଧିକ ଚିନ୍ତା ଚିକିତ୍ସାକୁ ନେଇ। କାରଣ କରୋନାରେ ଆକ୍ରାନ୍ତ ହେଲେ ସରକାରୀ ହସ୍ପିଟାଲରେ ବେଡ୍‌ ମିଳୁ...

୨୧ ବର୍ଷ ଧରି କରିଥିଲେ ଭାରତ ମା’ର ସେବା, ଏବେ ମଡେଲିଂରେ ଟକ୍କର ଦେଉଛନ୍ତି ଏହି ଅଫିସର

କାହାର ନିଶା ତ କାହାର ପେସା ମଡେଲିଂ। ଏଥିପାଇଁ ଆବଶ୍ୟକ ପଡ଼ିଥାଏ ସୁନ୍ଦର ଚେହେରା ସାଙ୍ଗକୁ ବ୍ୟକ୍ତିତ୍ୱ। ମଡେଲିଂରେ ସଫଳ ହେବା ପାଇଁ ଅନେକ ସଘର୍ଷ...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ...

ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ,...

୬୨ ବର୍ଷ ତଳେ ଚାଇନା କରିଥିଲା ଏହି ଭୁଲ୍‌, ମରିଥିଲେ କୋଟିକୋଟି ଲୋକ

ବେଜିଂ: ଇତିହାସରେ ଅନେକେ ଭୟଙ୍କର ଏବଂ ଦୁଃଖଦାୟକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୬୨ ବର୍ଷ ତଳେ...

ଡ୍ରାଗନ୍‌ ଗର୍ଲ ହେବାକୁ ଖର୍ଚ୍ଚ କଲେ ୯୦ ଲକ୍ଷ

ପ୍ରତେକ ଲୋକଙ୍କର ସଉକ ଭିନ୍ନ ପ୍ରକାରର ରହିଥାଏ। କିଏ ଖାଇବାକୁ ପସନ୍ଦ କରେ ତ ଆଉ କିଏ କିଛି ଭିନ୍ନ କରି ଦେଖାଇବାକୁ। ଏଥିପାଇଁ ସେମାନଙ୍କୁ...

Advertisement


Archives

Model This Week

Why Dharitri